Advertisment

ବର୍ଷର ପ୍ରଥମ ଦିନରେ ଗ୍ୟାସ ଦର ୧୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ନୂଆ ବର୍ଷରେ ଗ୍ୟାସ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ୨୦୨୨ର ପ୍ରଥମ ଦିନରେ ହିଁ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦାମ ୧୦୦ ଟଙ୍କା ହ୍ରାସ ପାଇଛି। ଜାନୁଆରୀ ୧ ତାରିଖରୁ ହିଁ ଏହି ପରବର୍ତ୍ତିତ ଦାମକୁ ଲାଗୁ କରାଯାଇଛି। ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସର ଦାମ ୨୦୦୪ ଟଙ୍କାକୁ ହ୍ରାସ ପାଇଛି। ପୂର୍ବରୁ ଅର୍ଥାତ ୨୦୨୧ ଡିସେମ୍ବର ୩୧ ଯାଏ ସିଲିଣ୍ଡର ପିଛା […]

author-image
Hemant Lenka
ଅଦ୍ୟତନ ହୋଇଛି
ପୁଣି ଥରେ ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍‌ ଦର

Gas

ନୂଆଦିଲ୍ଲୀ: ନୂଆ ବର୍ଷରେ ଗ୍ୟାସ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ୨୦୨୨ର ପ୍ରଥମ ଦିନରେ ହିଁ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦାମ ୧୦୦ ଟଙ୍କା ହ୍ରାସ ପାଇଛି। ଜାନୁଆରୀ ୧ ତାରିଖରୁ ହିଁ ଏହି ପରବର୍ତ୍ତିତ ଦାମକୁ ଲାଗୁ କରାଯାଇଛି।

Advertisment

ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସର ଦାମ ୨୦୦୪ ଟଙ୍କାକୁ ହ୍ରାସ ପାଇଛି। ପୂର୍ବରୁ ଅର୍ଥାତ ୨୦୨୧ ଡିସେମ୍ବର ୩୧ ଯାଏ ସିଲିଣ୍ଡର ପିଛା ୨୧୦୪ ଟଙ୍କା ଦେବାକୁ ପଡ଼ୁଥିଲା।

ସେହିପରି ଚେନ୍ନାଇରେ ଏଣିକି ୧୯ କେଜିର ଏଲପିଜି ସିଲିଣ୍ଡର ପାଇଁ ୨୧୩୪.୫୦ ଟଙ୍କା ଓ ମୁମ୍ବାଇବାସୀଙ୍କୁ ୧୯୫୧ ଟଙ୍କା ଦେବାକୁ ପଡ଼ିବ। ନୂତନ ଦର ଲାଗୁ ହୋଇଥିବାରୁ କୋଲକାତାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ ୨୦୭୪.୫୦ ଟଙ୍କାକୁ ହ୍ରାସ ପାଇଛି।

Advertisment

ତେବେ ନୂଆ ବର୍ଷରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନି। ତେଣୁ ଦିଲ୍ଲୀବାସୀଙ୍କୁ ପୂର୍ବଭଳି ବିନା ସବସିଡି ଭିତ୍ତିକ ଏଲପିଜି ସିଲିଣ୍ଡରକୁ ୯୦୦ ଟଙ୍କାରେ କିଣିବାକୁ ପଡ଼ିବ। ସେହିପରି ମୁମ୍ବାଇରେ ମଧ୍ୟ ୧୪.୨ କେଜିର ଘରୋଇ ଗ୍ୟାସର ଦାମ ୯୦୦ ଟଙ୍କା, କୋଲକାତାରେ ୯୨୬, ଚେନ୍ନାଇରେ ୯୧୬, ଲକ୍ଷ୍ନୌରେ ୯୩୮, ଜୟପୁରରେ ୯୦୪, ପାଟନାରେ ୯୯୮, ଇନ୍ଦୋରରେ ୯୨୮, ଅହମଦାବାଦରେ ୯୦୭, ପୁଣେରେ ୯୦୯, ଗୋରଖପୁରରେ ୯୬୨, ଭୋପାଲରେ ୯୦୬, ଆଗ୍ରାରେ ୯୧୩ ଓ ରାଞ୍ଚିରେ ଏହାର ଦାମ ୯୫୭ ଟଙ୍କା ରହିଛି।