Advertisment

ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା। ମଙ୍ଗଳବାର ପ୍ରଥମଥର ପାଇଁ  ଏକ ଡଲାରର ମୂଲ୍ୟ  ୮୦ ଟଙ୍କାରେ ପହଞ୍ଚିଛି।  ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇ ଦେଇଛି। ଏହା ଫଳରେ ଡଲାର ସୁଦୃଢ ହେଉଛି। ଏହି କାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି। Rupee falls 7 paise to all-time low of 80.05 against US dollar […]

ଅଦ୍ୟତନ ହୋଇଛି
ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା

indian-rupee-hits-80-per-us-dollar

Advertisment

ନୂଆଦିଲ୍ଲୀ: ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା। ମଙ୍ଗଳବାର ପ୍ରଥମଥର ପାଇଁ  ଏକ ଡଲାରର ମୂଲ୍ୟ  ୮୦ ଟଙ୍କାରେ ପହଞ୍ଚିଛି।  ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇ ଦେଇଛି। ଏହା ଫଳରେ ଡଲାର ସୁଦୃଢ ହେଉଛି। ଏହି କାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି।

Advertisment

https://twitter.com/PTI_News/status/1549241653768388608?s=20&t=W35TVAG2PYUL0KyBNH3P0w

ମଙ୍ଗଳବାର ୭୯.୯୯ରେ ବଜାର ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୧ରେ ପହଞ୍ଚିଥିଲା। ଯାହା ପୂର୍ବ ତୁଳନାରେ ୦.୦୩% ହ୍ରାସ ପାଇଥିଲା। ଏହି କ୍ରମରେ ଚଳିତ ବର୍ଷ ଭାରତୀୟ ମୁଦ୍ରା ୭%ରୁ ଅଧିକ ହ୍ରାସ ପାଇସାରିଲାଣି।

Advertisment

ବିଶେଷଜ୍ଞଙ୍କ ଅନୁସାରେ, ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ। ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେ‌ବେ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ। ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ। ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତୈଳ।

ଡଲାରର ମଜବୁତ ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଟଙ୍କାକୁ ଦୁର୍ବଳ ହେବାରେ ସାହାଯ୍ୟ କରିଛି। ଭାରତ ନିଜ ଆବଶ୍ୟକତାର ୮୦% ତୈଳ ବିଦେଶରୁ ଆମଦାନୀ କରିଥାଏ ଓ ଏଥିପାଇଁ ଡଲାର ଆକାରରେ ଟଙ୍କା ପୈଠ କରାଯାଏ। ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ।  ଏଣୁ ଏଗୁଡ଼ିକର ମୂଲ୍ୟ ମଧ୍ୟ ବଢିବ।

୨୦୧୪ରୁ ୨୦୨୨ ମଧ୍ୟରେ ଡଲାର ତୁଳନାରେ ଟଙ୍କା ୨୫% ଅଧିକ ଦୁର୍ବଳ ହୋଇଛି। ବିଶେଷଜ୍ଞଙ୍କ କହିବାନୁସାରେ, ବିଦେଶୀ ନିବେଶକମାନଙ୍କ ଦ୍ୱାରା ଷ୍ଟକ୍ ମାର୍କେଟରୁ ଟଙ୍କା ପ୍ରତ୍ୟାହାର କରିବା ହେଉଛି ଟଙ୍କା ହ୍ରାସର ସବୁଠାରୁ ବଡ କାରଣ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମାବର ଲୋକସଭାରେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe