ସର୍ବକାଳୀନ ରେକର୍ଡ: ମୁଦ୍ରାସ୍ଫୀତି ହାର ୧୨.୯୪%

ନୂଆଦିଲ୍ଲୀ: ହୋଲସେଲ ପ୍ରାଇସ ଇଣ୍ଡେକ୍ସ((WPI) ଉପରେ ଆଧାରିତ ମୁଦ୍ରାସ୍ଫୀତି ମେ’ ମାସରେ ସର୍ବକାଳୀନ ରେକର୍ଡ କରିଛି। ମେ’ ମାସରେ WPI ମୁଦ୍ରାସ୍ଫୀତି ୧୨.୯୪%ରେ ପହଞ୍ଚି ଯାଇଛି। ଅଶୋଧିତ ତୈଳ ଓ ଉତ୍ପାଦନ ସାମଗ୍ରୀର ମୂଲ୍ୟ ବଢ଼ୁଥିବାରୁ ହୋଲସେଲ ମୁଦ୍ରାସ୍ଫୀତିରେ ଏହିପରି ବୃଦ୍ଧି ଦେଖିବାକୁ ମିଳିଛି। କ୍ରମାଗତ ୫ମ ଥର ପାଇଁ WPIରେ ଏପରି ରେକର୍ଡ ବୃଦ୍ଧି ଘଟିଛି। ଏପ୍ରିଲରେ ଏହା ୧୦.୪୯% ରହିଥିଲା, ଯାହା ୧୧ ବର୍ଷ ମଧ୍ୟରେ ସର୍ବାଧିକ। ୨୦୨୦ ମେ’ ମାସରେ ହୋଲସେଲ ମୁଦ୍ରାସ୍ଫୀତି […]

Inflation

Hemant Lenka
  • Published: Monday, 14 June 2021
  • , Updated: 14 June 2021, 04:11 PM IST

ନୂଆଦିଲ୍ଲୀ: ହୋଲସେଲ ପ୍ରାଇସ ଇଣ୍ଡେକ୍ସ((WPI) ଉପରେ ଆଧାରିତ ମୁଦ୍ରାସ୍ଫୀତି ମେ’ ମାସରେ ସର୍ବକାଳୀନ ରେକର୍ଡ କରିଛି। ମେ’ ମାସରେ WPI ମୁଦ୍ରାସ୍ଫୀତି ୧୨.୯୪%ରେ ପହଞ୍ଚି ଯାଇଛି। ଅଶୋଧିତ ତୈଳ ଓ ଉତ୍ପାଦନ ସାମଗ୍ରୀର ମୂଲ୍ୟ ବଢ଼ୁଥିବାରୁ ହୋଲସେଲ ମୁଦ୍ରାସ୍ଫୀତିରେ ଏହିପରି ବୃଦ୍ଧି ଦେଖିବାକୁ ମିଳିଛି।

କ୍ରମାଗତ ୫ମ ଥର ପାଇଁ WPIରେ ଏପରି ରେକର୍ଡ ବୃଦ୍ଧି ଘଟିଛି। ଏପ୍ରିଲରେ ଏହା ୧୦.୪୯% ରହିଥିଲା, ଯାହା ୧୧ ବର୍ଷ ମଧ୍ୟରେ ସର୍ବାଧିକ। ୨୦୨୦ ମେ’ ମାସରେ ହୋଲସେଲ ମୁଦ୍ରାସ୍ଫୀତି ହାର (-) ୩.୩୭% ରହିଥିଲା।

ବାଣିଜ୍ୟକ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲୋ ବେସ୍‌ ଇଫେକ୍ଟ ଓ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ୨୦୨୧ ମାସରେ ମୁଦ୍ରାସ୍ଫୀତି ସର୍ବାଧିକ ସ୍ତରରେ ରହିଛି। ଉତ୍ପାଦନ ସାମଗ୍ରୀରେ ମୂଲ୍ୟବୃଦ୍ଧି ମଧ୍ୟ ଏହାର ଅନ୍ୟ ଏକ କାରଣ। ପୂର୍ବ ମାସରେ ଉତ୍ପାଦନ ସାମଗ୍ରୀ ମୁଦ୍ରାସ୍ଫୀତି ୯% ଥିବା ବେଳେ ମେ’ ମାସରେ ଏହା ୧୦.୮% ହୋଇଯାଇଛି। ଏପ୍ରିଲ ମାସରେ ତୈଳ ଓ ବିଜୁଳି ମୁଦ୍ରାସ୍ପିତ ୨୦.୯୪% ଥିଲା। ହେଲେ ମେ’ ମାସରେ ଏହା ୩୭.୬% ହୋଇଛି।

ଅନ୍ୟପକ୍ଷରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ମେ’ ମାସରେ ସାମାନ୍ୟ କମିଛି। ମେ’ ୨୦୨୧ରେ ଏହା ୪.୩୧% ରହିଛି। କିନ୍ତୁ ପିଆଜ ଦର ବୃଦ୍ଧି ପାଇ ମେ’ ମାସରେ ୨୩.୨୪%ରେ ପହଞ୍ଚି ଯାଇଛି। ୨୦୨୧ ଏପ୍ରିଲରେ ଏହା -୧୯.୭୨% ରହିଥିଲା।

Related story