ppf
ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ବିଭିନ୍ନ ଆର୍ଥିକ ନିୟମ ସୁଧହାର ଇତ୍ୟାଦିରେ ପରିବର୍ତ୍ତନ ହୋଇଛି। ଅନେକ ଯୋଜନାର ସୁଧ ହାର ହ୍ରାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଅର୍ଥନୀତିକ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେଭିଂସ ଡିପୋଜିଟ ଉପରେ ବାର୍ଷିକ ସୁଧ ହାର ୪ ପ୍ରତିଶତରୁ ୩.୫ ପ୍ରତିଶତକୁ ହ୍ରାସ କରାଯାଇଛି। ବର୍ଷିକିଆ ଜମା ଉପରେ ସୁଧ ହାର ୫.୫ ପ୍ରତିଶତରୁ ୪.୪ ପ୍ରତିଶତକୁ ହ୍ରାସ କରାଯାଇଛି। ଏଥି ସହିତ ୨ ବର୍ଷିଆ ଜମା ଉପରେ ସୁଧ ହାର ୫.୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।
୩ ବର୍ଷର ଜମା ଉପରେ ସୁଧ ହାର ୫.୫ ପ୍ରତିଶତରୁ ୫.୧ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ୫ ବର୍ଷର ଜମା ଉପରେ ସୁଧ ହାର ୬.୭ ପ୍ରତିଶତରୁ ୫.୮ ପ୍ରତିଶତକୁ ହ୍ରାସ କରାଯାଇଛି। ଏଭଳି ଟର୍ମ ଜମା ଯୋଜନା ଉପରେ ସୁଧ ହାରର ହିସାବ ତ୍ରୈମାସିକ ଭିତ୍ତିରେ କରାଯାଇଥାଏ।
ସେହିପରି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା ପିପିଏଫ ୭.୧ ପ୍ରତିଶତରୁ ୬.୪ ପ୍ରତିଶତକୁ ହ୍ରାସ ପାଇଛି। ୧ ଏପ୍ରିଲରୁ ନ୍ୟାଶନାଲ ସେଭିଂସ ସାର୍ଟିଫିକେଟ୍ (NSC) ୫.୯ ପ୍ରତିଶତ ସୁଧ ରହିବ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ୬.୯ ପ୍ରତିଶତ ସୁଧ ରହିବ। ପାଞ୍ଚ ବର୍ଷର ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପାଇଁ ସୁଧ ହାର ୬.୫ ପ୍ରତିଶତକୁ ହ୍ରାସ ପାଇଛି। କିସାନ ବିକାଶ ପାତ୍ର (କେଭିପି) ଉପରେ ସୁଧ ହାର ୬.୨ ପ୍ରତିଶତକୁ ହ୍ରାସ କରାଯାଇଛି।
ସେହିପରି ଆୟକର ବିଭାଗ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ଅନୁଯାୟୀ ପାନ୍ ନମ୍ୱର ଏବଂ ଆଧାରକୁ ସଂଯୋଗ କରିବାର ଶେଷ ତାରିଖ ଭାବରେ ୩୧ ମାର୍ଚ୍ଚ ୨୦୨୧ ଥିଲା। ଏବେ ଏହି ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅର୍ଥାତ୍ ପାନ୍ କାର୍ଡ ଏବଂ ଆଧାର ଲିଙ୍କ୍ ସଂଯୋଗ ଅବଧି ୩ ମାସ ବୃଦ୍ଧି ହୋଇଛି।
ଆୟକର ବିଭାଗର ଟୁଇଟ୍ କରି କହିଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକଙ୍କୁ ଏହି ଅବଧି ବଢ଼ାଯାଇଛି। ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ମେସେଜିଂ ଆପ ସେବା ଏବଂ ଅନଲାଇନରେ ହୋଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/ppf.jpg)