Advertisment

୧୦୦ ଡଲାର ଛୁଇଁଲା ଅଶୋଧିତ ତୈଳ ଦାମ, ଖସିଲା ଶେୟାର ବଜାର

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା କରିବା ପରେ ଅଶୋଧିତ ତୈଳ ଦର ହଠାତ୍‌ ବଢ଼ି ଯାଇଛି। ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୧୦୦ ଡଲାର ରହିଛି। ୨୦୧୪ ପରେ ପ୍ରଥମଥର ପାଇଁ ତୈଳ ଦାମ ଏପରି ସ୍ଥିତିରେ ପହଞ୍ଚିଛି। ରୁଷ ଓ ୟୁକ୍ରେନ ବିବାଦ ବଢ଼ିବା ଦିନ ଠାରୁ ଏହାର ପ୍ରଭାବ ଅଶୋଧିତ ତୈଳ ଉପରେ ପଡ଼ିବାରେ ଲାଗିଥିଲା। ସପ୍ତାହକ ମଧ୍ୟରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା […]

author-image
Hemant Lenka
୧୦୦ ଡଲାର ଛୁଇଁଲା ଅଶୋଧିତ ତୈଳ ଦାମ, ଖସିଲା ଶେୟାର ବଜାର

Oil

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା କରିବା ପରେ ଅଶୋଧିତ ତୈଳ ଦର ହଠାତ୍‌ ବଢ଼ି ଯାଇଛି। ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୧୦୦ ଡଲାର ରହିଛି। ୨୦୧୪ ପରେ ପ୍ରଥମଥର ପାଇଁ ତୈଳ ଦାମ ଏପରି ସ୍ଥିତିରେ ପହଞ୍ଚିଛି।

Advertisment

ରୁଷ ଓ ୟୁକ୍ରେନ ବିବାଦ ବଢ଼ିବା ଦିନ ଠାରୁ ଏହାର ପ୍ରଭାବ ଅଶୋଧିତ ତୈଳ ଉପରେ ପଡ଼ିବାରେ ଲାଗିଥିଲା। ସପ୍ତାହକ ମଧ୍ୟରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୬୯ ଡଲାରରୁ ଯାଇ ୯୬ ଡଲାରରେ ପହଞ୍ଚିଥିଲା। କିନ୍ତୁ ଆଜି ସକାଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଏହାର ଦାମ ୧୦୦ ଡଲାର ଛୁଇଁଛି।

ଏହାର ଅର୍ଥ ଏବେ ଭାରତ ସମେତ ବିଭିନ୍ନ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ ବଢ଼ିବ। ଖୁବଶୀଘ୍ର ଏ ସମ୍ପର୍କରେ ଭାରତ ସରକାର ସୂଚନା ଦେଇ ପାରନ୍ତି।

Advertisment

ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଶେୟାର ବଜାର ଉପରେ ମଧ୍ୟ ପଡ଼ିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ ହେବା ମାତ୍ରେ ଉଭୟ ସେନସେକ୍ସ ଓ ନିଫଟି ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସେନସେକ୍ସ ୧୪୫୮ ପଏଣ୍ଟ ବା ୨.୫୫% ହ୍ରାସ ପାଇ ୫୫,୭୭୪ରେ ରହିଛି। ସେହିପରି ନିଫଟି ୪୧୬ ପଏଣ୍ଟ ବା ୨.୩୪% ହ୍ରାସ ପାଇଛି।

ଏବେ ନିଫଟି ୧୬,୬୪୬ ରହିଛି। ନିଫଟି ୧୭ ହଜାର ତଳକୁ ଖସିବାର ଅର୍ଥ କାରବାର ମାନ୍ଦା ଅବସ୍ଥାରେ ଚାଲିଛି। ଶେୟାର ବଜାରରେ ଏପରି କ୍ରାଶ ଯୋଗୁ ନିବେଶକମାନେ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି। ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଶେୟାର ମାର୍କେଟ ଆହୁରି ହ୍ରାସ ପାଇବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ଆଦାନି ପୋର୍ଟର ଷ୍ଟକ ୩.୫୦% ହ୍ରାସ ପାଇ ୬୮୨ ଟଙ୍କା ହୋଇଯାଇଛି। ଟାଟା ମୋଟର୍ସ, ଟାଟା ଷ୍ଟିଲ ଓ ଇଣ୍ଡ୍ୟୁସଲ୍ୟାଣ୍ଡ ଭଳି ବ୍ୟାଙ୍କ ମଧ୍ୟ ନିଫଟି ଜନିତ କ୍ଷତି ଅଧିକ ସହିଛନ୍ତି।