Advertisment

ଭୋଡାଫୋନ-ଆଇଡିଆ ସେବା ବ୍ୟାହତ ହେବ କି?

ନୂଆଦିଲ୍ଲୀ: ବୁଧବାର ଭୋଡାଫୋନ-ଆଇଡିଆର ନିର୍ଦ୍ଦେଶକ ପଦ ଛାଡ଼ିଛନ୍ତି କୁମାର ମଙ୍ଗଲମ ବିର୍ଲା। ଏହାପରେ ଟେଲିକମ ଶିଳ୍ପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟତଃ ଏହି ଭୋଡାଫୋନ୍-ଆଇଡିଆର ୨୭ କୋଟି ଗ୍ରାହକଙ୍କୁ ଆଗାମୀ ଦିନରେ ସେବା ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏକ ରିପୋର୍ଟ ଅନୁଯାୟୀ ଯଦି ଏହି ୨୭ କୋଟି ଗ୍ରାହକ ଜିଓ କିମ୍ୱା ଏୟାରଟେଲକୁ ନିଜର ସେବା ବଦଳାଇବେ ତାହେଲେ ସେମାନଙ୍କ ପାଖରେ ସେତିକି କ୍ଷମତା ନାହିଁ ଏହି ୟୁଜରଙ୍କୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଭୋଡାଫୋନ-ଆଇଡିଆ ସେବା ବ୍ୟାହତ ହେବ କି?

vodafone

ନୂଆଦିଲ୍ଲୀ: ବୁଧବାର ଭୋଡାଫୋନ-ଆଇଡିଆର ନିର୍ଦ୍ଦେଶକ ପଦ ଛାଡ଼ିଛନ୍ତି କୁମାର ମଙ୍ଗଲମ ବିର୍ଲା। ଏହାପରେ ଟେଲିକମ ଶିଳ୍ପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟତଃ ଏହି ଭୋଡାଫୋନ୍-ଆଇଡିଆର ୨୭ କୋଟି ଗ୍ରାହକଙ୍କୁ ଆଗାମୀ ଦିନରେ ସେବା ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏକ ରିପୋର୍ଟ ଅନୁଯାୟୀ ଯଦି ଏହି ୨୭ କୋଟି ଗ୍ରାହକ ଜିଓ କିମ୍ୱା ଏୟାରଟେଲକୁ ନିଜର ସେବା ବଦଳାଇବେ ତାହେଲେ ସେମାନଙ୍କ ପାଖରେ ସେତିକି କ୍ଷମତା ନାହିଁ ଏହି ୟୁଜରଙ୍କୁ ଜାଗା ଦେବା ପାଇଁ।

Advertisment

ଅନ୍ୟପଟେ ଗତକାଲି କୁମାର ମଙ୍ଗଲମ ଇସ୍ତଫା ଦେବା ପରେ ଆଜି ସେୟାର ବଜାରରେ ଏହି କମ୍ପାନୀର ଶେଆର ମୂଲ୍ୟ ଏନଏସଇରେ ୧୦ ପ୍ରତିଶତ ହ୍ରାସ ପାଇଛି। ଦୁଇ ଦିନରେ ମୋଟ୍ ୩୦ପ୍ରତିଶତ ଶେଆର ମୂଲ୍ୟ କମିଥିବା ମନି କଣ୍ଟ୍ରୋଲର ଏକ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଆଜି ଶେଆର ମୂଲ୍ୟ କମିବା ପରେ ଇକେୋମିକ୍ସ ଟାଇମ୍ସକୁ  Finsec Law Advisersର ମ୍ୟାନେଜିଂ ପାର୍ଟନର ସନ୍ଦୀପ ପରେଖ ଇକୋମିକ୍ସ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସ୍ଥିତି ଯାହା ରହିଛି ଭୋଡାଫୋନ୍-ଆଇଡିଆର ଯାତ୍ରା ଶେଷ ହେବାକୁ ଯାଉଛି। ଅଳ୍ପ କିଛି ଦିନ ପାଇଁ ଏହି କମ୍ପାନୀ ସେବା ଯୋଗାଇ ପାରେ।

କ୍ଷତିରେ ରହିଛି ଭୋଡାଫୋନ-ଆଇଡିଆ

ମୁଖ୍ୟତଃ ଦେଶରେ ଯେଉଁ କେତୋଟି କମ୍ପାନୀ ସେବା ଯୋଗାଉଛନ୍ତି ସେଥିମଧ୍ୟରୁ ଅଧିକ କ୍ଷତିରେ ରହିଛି ଭୋଡାଫୋନ-ଆଇଡିଆ ଟେଲିକମ କମ୍ପାନୀ। ଅନ୍ୟ କମ୍ପାନୀ ମାନଙ୍କର ଗ୍ରାହକ ସଂଖ୍ୟା ଅଧିକ ରହିଥିବାରୁ ସେମାନଙ୍କର କ୍ଷତି ପରିମାଣ କମ୍ ରହିଛି। ବିଭିନ୍ନ ସମୟରେ ଏହି ଶିଳ୍ପ ମଧ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି। ଏବେ ଦୂର ସଞ୍ଚାର ବିଭାଗ ଟେଲିକମ ଶିଳ୍ପକୁ ମଜବୁତ କରିବାକୁ ଯାଇ ଆର୍ଥିକ ପ୍ୟାକେଜ ଦେବାକୁ ଯୋଜନା କରୁଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସହ ଏ ନେଇ ଦୂର ସଞ୍ଚାର ବିଭାଗ ଆଲୋଚନା କରିଥିବା ସୂଚନା ରହିଛି।

Advertisment

ଉଦ୍ଧାର କରିବାକୁ ସରକାର କରୁଛନ୍ତି ଯୋଜନା

ଏହି ପ୍ୟାକେଜ ଜରିଆରେ ସରକାର ଚିନ୍ତା କରୁଛନ୍ତି ଯେଉଁ ସ୍ପେକ୍ଟ୍ରମ ବ୍ୟବହାର ହେଉଛି ତାକୁ ସରକାର ଫେରାଇ ନେବେ ସଂପୃକ୍ତ ଟେଲିକମ କମ୍ପାନୀ ପାଖରୁ। ଏଭଳି ହେଲେ ବ୍ୟାଙ୍କ ଗ୍ୟାରେଣ୍ଟି ରହିଥିବା ଟଙ୍କା ବି କମିଯିବ। ସେହିପରି ଟିକସ ବାବଦକୁ ଅର୍ଥ ମଧ୍ୟ କମିଯିବ। ଯାହାକୁ ଅପେକ୍ଷା କରିଛି ଭୋଡୋଫାନ୍-ଆଇଡିଆ।

ଅନ୍ୟପଟେ ଆରବିଆଇ ସହିତ ମଧ୍ୟ ଟେଲିକମ ଡିପାର୍ଟମେଣ୍ଟ ଆଲୋଚନା କରୁଥିବା ସୂଚନା ରହିଛି। ଟେଲିକମ କମ୍ପାନୀ ମାନଙ୍କ ଉପରେ ସ୍ପେକ୍ଟ୍ରମ ବାବଦକୁ ୧.୭ ଲକ୍ଷ କୋଟି ବକେୟା ରହିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କ୍ରମେ ଏହି ଟଙ୍କା ଟେଲିକମ କମ୍ପାନୀ ମାନଙ୍କୁ ସରକାରଙ୍କୁ ଯେମିତି ହେଉ ନିର୍ଦ୍ଦାରିତ ସମୟରେ ଦେବାକୁ ହେବ। ହେଲେ ପାଖରେ ଟଙ୍କା ନଥିବାରୁ ଟେଲିକମ କମ୍ପାନୀଙ୍କୁ ଋଣ ଯୋଗାଇ ଦେବା ପାଇଁ ଟେଲିକମ ବିଭାଗ ବ୍ୟବସ୍ଥା କରୁଛି। ସରକାର ଏଭଳି ସୁବିଧା ଅନ୍ୟ ଶିଳ୍ପକୁ ମଧ୍ୟ ଦେଇଛନ୍ତି।

ଭୋଡାଫୋନ ନିରବ

ତେବେ ଭୋଡାଫୋନ-ଆଇଡିଆର ମୂଳ ନିବେଶକାରୀ ଲଣ୍ଡନ ଅଫିସ ଏ ବାବଦରେ ନିରବ ରହିଛି। ନିକଟରେ ଭାରତରେ ପୁଞ୍ଜି ନିବେଶ ନେଇ ମଧ୍ୟ କମ୍ପାନୀ ଆଗ୍ରହ ନଥିବା କହିସାରିଛି। ଏବେ ଦୂର ସଞ୍ଚାର ବିଭାଗର ଜଣେ ଅଧିକାରୀ କହିଛନ୍ତି, ଭୋଡାଫୋନ ଯେଉଁ ସମସ୍ୟାରେ ପଡ଼ିଛି ତାକୁ ଉଦ୍ଧାର କରିବା ଜରୁରୀ। ଭାରତ ଭଳି ଦେଶରେ ସର୍ବନିମ୍ନ ତିନୋଟି ଟେଲିକମ କମ୍ପାନୀ ରହିବା ଦରକାର। ତେଣୁ କେନ୍ଦ୍ର ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ରହିଛି। ଅନ୍ୟପଟେ ଯଦି ଏହି କମ୍ପାନୀ ବନ୍ଦ ହେବ ତାହେଲେ ବିରୋଧୀ ସରକାରଙ୍କୁ ଘେରିବେ। ପାତର ଅନ୍ତର ଅଭିଯୋଗ ଆଣି ବିରୋଧୀ ସରକାରଙ୍କୁ ଘେରିବା ସହିତ ଭୁଲ୍ ଅର୍ଥନୀତିକ ପଦକ୍ଷେପ ଯୋଗୁଁ ଏପରି ହୋଇଛି ବୋଲି ବିରୋଧୀ କହିପାରନ୍ତି।

ସୂଚନାଯୋଗ୍ୟ, ଜିଓ ହେଉ ଅବା ଏୟାରଟେଲ୍ ସମସ୍ତେ ସ୍ପେକଟ୍ରମ କିଣିଛନ୍ତି ଗୋଟିଏ ନିର୍ଦ୍ଦିଷ୍ଟ ସଂଖ୍ୟକ ଟେଲିକମ ୟୁଜରଙ୍କ ପାଇଁ। ହେଲେ ଦେଶରେ ଥିବା ବାକି ଟେଲିକମ କମ୍ପାନୀ ପାଖରେ ଯେଉଁ ସାମର୍ଥ ରହିଛି ସେମାନେ ହଠାତ୍ ଏହି କମ୍ପାନୀର ଗ୍ରାହକଙ୍କୁ ନିଜ ନେଟଓ୍ୱର୍କରେ ସାମିଲ କରି ସେବା ଯୋଗାଇ ପାରିବେ ନାହିଁ।

Telecom Operator