Advertisment

ଜିଓର ଦୀପାବଳି ଭେଟି, ୪ ମେଟ୍ରୋ ସିଟିରେ ୫-ଜି ସେବା

ମୁମ୍ବାଇ: ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଦେବାକୁ ଯାଉଛି ଦୀପାବଳି ଭେଟି। ଦୀପାବଳିରେ ଆରମ୍ଭ ହେବ ୫-ଜି ସେବା। ପ୍ରଥମ ପର୍ଯ୍ୟାୟରେ ୪ଟି ମେଟ୍ରୋ ସିଟିରେ ଏହି ସେବା ଆରମ୍ଭ ହେବ। ଡିସେମ୍ବର ୨୦୨୩ ସୁଦ୍ଧା ଏହା ପୂରା ଭାରତରେ ଉପଲବ୍ଧ ହେବ ବୋଲି ଆଜି ଶିଳ୍ପପତି ମୁକେଶ ଅମ୍ବାନୀ ସ୍ୱପ୍ନ ଦେଖାଇଛନ୍ତି। ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ବାର୍ଷିକ ସାଧାରଣ ବୈଠକରେ ୫-ଜି ସେବା ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ଆସନ୍ତା ଦୀପାବଳି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଜିଓର ଦୀପାବଳି ଭେଟି, ୪ ମେଟ୍ରୋ ସିଟିରେ ୫-ଜି ସେବା

Mukesh Ambani

ମୁମ୍ବାଇ: ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଦେବାକୁ ଯାଉଛି ଦୀପାବଳି ଭେଟି। ଦୀପାବଳିରେ ଆରମ୍ଭ ହେବ ୫-ଜି ସେବା। ପ୍ରଥମ ପର୍ଯ୍ୟାୟରେ ୪ଟି ମେଟ୍ରୋ ସିଟିରେ ଏହି ସେବା ଆରମ୍ଭ ହେବ। ଡିସେମ୍ବର ୨୦୨୩ ସୁଦ୍ଧା ଏହା ପୂରା ଭାରତରେ ଉପଲବ୍ଧ ହେବ ବୋଲି ଆଜି ଶିଳ୍ପପତି ମୁକେଶ ଅମ୍ବାନୀ ସ୍ୱପ୍ନ ଦେଖାଇଛନ୍ତି।

Advertisment

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ବାର୍ଷିକ ସାଧାରଣ ବୈଠକରେ ୫-ଜି ସେବା ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ଆସନ୍ତା ଦୀପାବଳି ଦିନ ଜିଓ ଏହି ସେବା ଆରମ୍ଭ କରିବ ଓ ଏହାର ନାଁ ରହିବ ‘ଜିଓ ଏୟାର ଫାଇବର୍’। ପ୍ରଥମେ ମେଟ୍ରୋ ସିଟି ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଓ  କୋଲକାତାରୁ ଏହି ସେବା ଆରମ୍ଭ କରାଯିବ।

ଏହାଦ୍ୱାରା ଜିଓ ଗ୍ରାହକଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ମିଳିବ। କମ୍ ଦରରେ କମ୍ପାନୀ ଏହି ସେବା ଗ୍ରାହକଙ୍କୁ ଯୋଗାଇବ।  ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଘରକୁ ଏହି ସେବା ଯୋଗାଯିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। ୨୦୨୩ ସୁଦ୍ଧା କମ୍ପାନୀ ପ୍ରତି ସହରକୁ ଏହି ସେବା ଯୋଗାଇବ। ୱେୟାର ଓ ୱେୟାରଲେସ୍ ସର୍ଭିସ୍ ଜରିଆରେ କମ୍ପାନୀ ସାରା ଦେଶରେ ୫-ଜି ସେବା ଯୋଗାଇବ।

Advertisment

ଏହା ବିଶ୍ୱର ସବୁଠୁ ଆଡଭାନ୍ସ ୫-ଜି ଟେକ୍ନୋଲଜି ହେବ। ଏହା SA ଟେକ୍ନୋଲଜି ଉପରେ ଆଧାରିତ। କମ୍ପାନୀ ଲାଟେଷ୍ଟ ୫-ଜି ସର୍ଭିସ ଆଣିବ ଯାହା ଷ୍ଟାଣ୍ଡଅଲୋନ ହେବ। ଏହି ୫-ଜି ନେଟୱାର୍କ ପାଇଁ କମ୍ପାନୀ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ।

୫-ଜି ସେବା ଦ୍ୱାରା ଗେମିଂ ଠାରୁ ଆରମ୍ଭ କରି ଭିଡିଓ ଷ୍ଟ୍ରିମିଂ ଯାଏଁ ସବୁ କିଛିର ଶୈଳୀ ବଦଳିଯିବ। WiMax ଭଳି ହିଁ JioAirFiber କାମ କରିବ। ଏହା ଜରିଆରେ ଗ୍ରାହକ ୫-ଜି ବ୍ରଡବାଣ୍ଡ ସର୍ଭିସ ମଧ୍ୟ ବ୍ୟବହାର କରିପାରିବେ। JioAirFiber ଜରିଆରେ ଆପଣ ଏକାସାଙ୍ଗାରେ ମଲ୍ଟିପୁଲ କ୍ୟାମେରା ଏଙ୍ଗେଲରେ ଲାଇଭ୍‌ ମ୍ୟାଚ୍‌ ଦେଖିପାରିବେ। ଗ୍ରାହକ ଚାହିଁଲେ ନିଜ କ୍ୟାମେରା ଏଙ୍ଗେଲ ଚୟନ କରିପାରିବେ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।