Advertisment

କାଲିଠାରୁ ଜିଓର ୫ଜି ସେବା, ଅଛି ମାଗଣା ଅଫର

ମୁମ୍ବାଇ: ପବିତ୍ର ଦଶହରାରେ ରିଲାଏନ୍ସ ଜିଓ ତରଫରୁ ଦେଶରେ ଆରମ୍ଭ ହେବ ୫ଜି ମୋବାଇଲ ସେବା। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୪ଟି ସହରରେ ସେବା ଯୋଗାଇ ଦେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀରେ ଲୋକମାନେ ୫ଜି ସେବାର ସୁବିଧା ପାଇପାରିବେ। ୫ଜି ସେବା ଲଞ୍ଚ କରିବା ପୂର୍ବରୁ ଆଜି ରିଲାଏନ୍ସ ପକ୍ଷରୁ ଜିଓ ୫ଜି ୱେଲକମ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକମାନେ ଅନଲିମିଟେଡ ୫ଜି ଡାଟା, ତା’ ପୁଣି ୧ଜିବିପିଏସ୍‌+ […]

କାଲିଠାରୁ ଜିଓର ୫ଜି ସେବା, ଅଛି ମାଗଣା ଅଫର

Jio

Advertisment

ମୁମ୍ବାଇ: ପବିତ୍ର ଦଶହରାରେ ରିଲାଏନ୍ସ ଜିଓ ତରଫରୁ ଦେଶରେ ଆରମ୍ଭ ହେବ ୫ଜି ମୋବାଇଲ ସେବା। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୪ଟି ସହରରେ ସେବା ଯୋଗାଇ ଦେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀରେ ଲୋକମାନେ ୫ଜି ସେବାର ସୁବିଧା ପାଇପାରିବେ।

Advertisment

୫ଜି ସେବା ଲଞ୍ଚ କରିବା ପୂର୍ବରୁ ଆଜି ରିଲାଏନ୍ସ ପକ୍ଷରୁ ଜିଓ ୫ଜି ୱେଲକମ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକମାନେ ଅନଲିମିଟେଡ ୫ଜି ଡାଟା, ତା’ ପୁଣି ୧ଜିବିପିଏସ୍‌+ ସ୍ପିଡରେ ପାଇବେ। ବର୍ତ୍ତମାନ ଜିଓ ତା’ର ୫ଜି ସେବା ପାଇଁ ବେଟା ଟ୍ରାଏଲ୍ସ ବ୍ୟବସ୍ଥା କରିଛି। ଏହାର ଅର୍ଥ ସମସ୍ତେ ଜିଓ ୫ଜି ନେଟୱର୍କର ସୁବିଧା ପାଇପାରିବେ ନାହିଁ।

ବର୍ତ୍ତମାନ ସମୟରେ ଆପଣ ଯଦି ଉପରୋକ୍ତ ୪ ସହରରେ ରହୁଛନ୍ତି ଓ ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ରହିଛି, ତା’ହେଲେ ଆପଣଙ୍କୁ ଜିଓ ୫ଜି ୱେଲକମ ଅଫର ମିଳିପାରିବ। କମ୍ପାନୀ ଏଯାଏ କୌଣସି ୫ଜି ପ୍ଲାନ୍ସ ବା ସ୍ୱତନ୍ତ୍ର ପ୍ୟାକ୍‌ ସମ୍ପର୍କରେ ଘୋଷଣା କରିନାହିଁ। ତେଣୁ ପ୍ୟାକ୍‌ ଘୋଷଣା ହେବା ଯାଏ ୫ଜି ଫୋନ ରଖିଥିବାର ଜିଓ ବ୍ୟବହାରକାରୀ ମାଗଣାରେ ୫ଜି ନେଟୱର୍କର ଫାଇଦା ପାଇପାରିବେ।

Advertisment

୨୦୧୭ରେ ଜିଓ ୪ଜି ସେବା ଲଞ୍ଚ କରିଥିଲା। ଗ୍ରାହକମାନେ ୱେଲକମ ଅଫର ଜରିଆରେ ମାଗଣାରେ ୪ଜି ସେବାର ଫାଇଦା ଉଠାଇଥିଲେ। ତେଣୁ ଏଥର ମଧ୍ୟ ଜିଓ ସମାନ ରଣନୀତି ଆପଣାଇଛି। ୫ଜି ସେବାର ମାଗଣା ସୁବିଧା ଉଠାଇବା ପରେ କମ୍ପାନୀ ବିଭିନ୍ନ ପ୍ୟାକ୍‌ ସମ୍ପର୍କରେ ଘୋଷଣା କରିବ ବୋଲି କୁହାଯାଉଛି।

ଜିଓ ୫ଜି ୱେଲକମ ଅଫର କ’ଣ

ରିଲାଏନ୍ସ କମ୍ପାନୀ ଜିଓ ୫ଜି ୱେଲକମ ଅଫର ଜରିଆରେ ଗ୍ରାହକମାନଙ୍କୁ ଅନଲିମିଟେଡ ୫ଜି ଡାଟା ଯୋଗାଇ ଦେବ।

କେମିତି ପାଇବେ ଅଫର

ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀରେ ରହୁଥିବା ଲୋକମାନେ ୫ଜି ସ୍ମାର୍ଟଫୋନ ରଖିଥିଲେ ଆପେଆପେ ନେଟୱର୍କକୁ ଅପଗ୍ରେଡ କରି ଏହି ସେବା ପାଇପାରିବେ। କେବଳ ଅପଗ୍ରେଡ ପାଇଁ କିଛି ନିୟମ ଓ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ପଡ଼ିବ।

କ’ଣ ଜିଓ ୫ଜି ପାଇଁ ନୂଆ ସିମ ଦରକାର

ଯଦି ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ରହିଛି, ତା’ହେଲେ ୫ଜି ସେବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ନୂଆ ସିମ୍‌ର ଆବଶ୍ୟକ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe