Advertisment

ଭୋଡାଫୋନ-ଆଇଡିଆର ନିର୍ଦ୍ଦେଶକ ପଦ ଛାଡ଼ିଲେ କୁମାର ମଙ୍ଗଲମ ବିର୍ଲା

ନୂଆଦିଲ୍ଲୀ: ଭୋଡାଫୋଦ-ଆଇଡିଆର ନିର୍ଦ୍ଦେଶକ ପଦ ଛାଡ଼ିଛନ୍ତି ବିର୍ଲା ଗ୍ରୁପ୍‌ ମୁଖ୍ୟ କୁମାର ମଙ୍ଗଲମ ବିର୍ଲା। ସେ ଉଭୟ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ଆଜି କମ୍ପାନୀର ବୋର୍ଡ ଅଫ ଡିରେକ୍ଟର୍ସ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି। ସେ ପଦ ଛାଡ଼ି ଥିବାରୁ ଟେଲିକମ ଭେଟରାନ ହିମାଂଶୁ କାପାନିଆଙ୍କୁ ତାଙ୍କ ସ୍ଥାନରେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି। କିଛି ଦିନ ତଳେ କୁମାର ମଙ୍ଗଲମ […]

ଭୋଡାଫୋନ-ଆଇଡିଆର ନିର୍ଦ୍ଦେଶକ ପଦ ଛାଡ଼ିଲେ କୁମାର ମଙ୍ଗଲମ ବିର୍ଲା

Kumar-Manglam-Birla

Advertisment

ନୂଆଦିଲ୍ଲୀ: ଭୋଡାଫୋଦ-ଆଇଡିଆର ନିର୍ଦ୍ଦେଶକ ପଦ ଛାଡ଼ିଛନ୍ତି ବିର୍ଲା ଗ୍ରୁପ୍‌ ମୁଖ୍ୟ କୁମାର ମଙ୍ଗଲମ ବିର୍ଲା। ସେ ଉଭୟ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ଆଜି କମ୍ପାନୀର ବୋର୍ଡ ଅଫ ଡିରେକ୍ଟର୍ସ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି। ସେ ପଦ ଛାଡ଼ି ଥିବାରୁ ଟେଲିକମ ଭେଟରାନ ହିମାଂଶୁ କାପାନିଆଙ୍କୁ ତାଙ୍କ ସ୍ଥାନରେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି।

Advertisment

କିଛି ଦିନ ତଳେ କୁମାର ମଙ୍ଗଲମ ବିର୍ଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଚିଠି ଲେଖିଥିଲେ। ଏହି ଚିଠି ସୋମବାର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିରେ ସେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭୋଡାଫୋନ୍ ଆଇଡିଆକୁ ବଞ୍ଚାଇବା ଲାଗି ଏକ ଅଭିନବ ଉପାୟ ସମ୍ପର୍କରେ ସୂଚନା ଦେଇଥିଲେ।

ନିଜ ଅଂଶଧନ ସେ ସରକାର କିମ୍ବା ଅନ୍ୟ ଯେ‌କୌଣସି ଘରୋଇ ସଂସ୍ଥାକୁ ଦେଇ ଭୋଡାଫୋନ ଓ ଆଇଡିଆକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ସମୟରେ ସେ କମ୍ପାନୀର ଦାୟିତ୍ୱ ବି ଅନ୍ୟକୁ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ। କମ୍ପାନୀ ଯେମିତି ବନ୍ଦ ନ ହେବ, ସେଥିପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ଥିବା ଉକ୍ତ ଚିଠିରେ ଲେଖିଥିଲେ।

Advertisment

ସେ ନିଜର ପ୍ରସ୍ତାବ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କୁ ଜୁଲାଇ ୭ରେ ଚିଠି ଲେଖି ଅବଗତ କରିଥିଲେ। ବିର୍ଲା କହିଥିଲେ ଯେ ଭୋଡାଫୋନ୍-ଆଇଡିଆ ଉପରେ ଋଣ ଓ ଅନ୍ୟାନ୍ୟ ଦେୟ ବାବଦକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ବକେୟା ରହିଛି। ଗତବର୍ଷ ସେପ୍ଟେମ୍ବରରେ କମ୍ପାନୀ କର୍ତ୍ତୃପକ୍ଷ ଟଙ୍କା ଯୋଗାଡ଼ କରିବାରେ ଲାଗିଥିଲେ।

କିନ୍ତୁ କମ୍ପାନୀ ପ୍ରତି ସରକାରଙ୍କ ସମର୍ଥନ ନଥିବାରୁ କୌଣସି ନିବେଶକ ଏଠାରେ ନିବେଶ କରିବାକୁ ରାଜି ହୋଇନଥିଲେ। ଏଥିପାଇଁ ସେ ନିଜ ପାଖରେ ଥିବା ଅଂଶଧନ ଯେକୌଣସି ସରକାରୀ ସଂସ୍ଥା କିମ୍ବା ଅନ୍ୟ ଘରୋଇ ସଂସ୍ଥାକୁ ଦେବାକୁ ରାଜି ଥିବା କହିଥିଲେ।

ଭୋଡାଫୋନ୍ ଆଇଡିଆରେ ବିର୍ଲାଙ୍କ ୨୭% ଅଂଶଧନ ଥିବା ବେଳେ ବ୍ରିଟେନ୍‌ର ଟେଲିକମ୍ ସଂସ୍ଥା ଭୋଡାଫୋନ୍‌ର ୪୪% ଅଂଶଧନ ରହିଛି। ବିର୍ଲାଙ୍କ ଚିଠି ସାମ୍ନାକୁ ଆସିବା ପରେ ଭୋଡାଫୋନ୍ ଆଇଡିଆ ୨୭୦୦ କୋଟି ଟଙ୍କାର କ୍ଷତି ସହିଛି। ଷ୍ଟକ ବଜାରରେ କମ୍ପାନୀର ଶେୟାର ମୂଲ୍ୟ ୧୦% ହ୍ରାସ ପାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe