Advertisment

ଏଲଆଇସିରେ ପଡ଼ି ରହିଛି ୨୧,୫୦୦ କୋଟି, କେହି ଦାବିଦାର ନାହାନ୍ତି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅର୍ଥାତ୍ ଏଲଆଇସି ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଛି। ଆଇପିଓ ପାଇଁ କମ୍ପାନୀ ପ୍ରାରମ୍ଭିକ ଦସ୍ତାବିଜ ଗୁଡ଼ିକ ଦେଶର ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ନିକଟରେ ଦାଖଲ କରିଛି। ଆଇପିଓ ପାଇଁ ଦାଖଲ ହୋଇଥିବା ରେଡ୍ ହେରିଙ୍ଗ୍ ପ୍ରୋସପେକ୍ଟସ୍ ଅର୍ଥାତ୍ DRHPର ଡ୍ରାଫ୍ଟ ଅନୁଯାୟୀ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏଲଆଇସି ପାଖରେ ୨୧,୫୩୯ କୋଟି ଟଙ୍କା ବିନା […]

author-image
Hemant Lenka
ଏଲଆଇସିରେ ପଡ଼ି ରହିଛି ୨୧,୫୦୦ କୋଟି, କେହି ଦାବିଦାର ନାହାନ୍ତି

LIC

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅର୍ଥାତ୍ ଏଲଆଇସି ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଛି। ଆଇପିଓ ପାଇଁ କମ୍ପାନୀ ପ୍ରାରମ୍ଭିକ ଦସ୍ତାବିଜ ଗୁଡ଼ିକ ଦେଶର ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ନିକଟରେ ଦାଖଲ କରିଛି।

Advertisment

ଆଇପିଓ ପାଇଁ ଦାଖଲ ହୋଇଥିବା ରେଡ୍ ହେରିଙ୍ଗ୍ ପ୍ରୋସପେକ୍ଟସ୍ ଅର୍ଥାତ୍ DRHPର ଡ୍ରାଫ୍ଟ ଅନୁଯାୟୀ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏଲଆଇସି ପାଖରେ ୨୧,୫୩୯ କୋଟି ଟଙ୍କା ବିନା ଦାବିଦାରରେ ପଡ଼ି ରହିଛି। ଏହାର ଅର୍ଥ ଏହି ଟଙ୍କା ନେବାକୁ କେହି ବି ଦାବିଦାର ନାହାନ୍ତି।

ପଡ଼ି ରହିଥିବା ମୂଳ ଅର୍ଥ ସହ ସୁଧକୁ ମିଶାଇ ଏତେ ଟଙ୍କା ବିନା ଦାବିଦାରରେ ପଡ଼ି ରହିଛି। DRHP ଅନୁଯାୟୀ, ୨୦୨୧ ମାର୍ଚ୍ଚ ସୁଦ୍ଧା ୧୮, ୪୯୫ କୋଟି, ୨୦୨୦ ମାର୍ଚ୍ଚ ସୁଦ୍ଧା ୧୬,୦୫୨.୬୫ କୋଟି ଟଙ୍କା ଓ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୩,୮୪୩.୭୦ କୋଟି ଟଙ୍କା ଏଲଆଇସିରେ ଦାବିଦାରଙ୍କ ବିନା ପଡ଼ି ରହିଥିଲା।

Advertisment

ସେବିର ନିୟମ ଅନୁଯାୟୀ, ପ୍ରତ୍ୟେକ ବୀମା କମ୍ପାନୀ ନିଜ ନିଜ ୱେବସାଇଟରେ ୧ ହଜାର କିମ୍ବା ତା’ ଠାରୁ ଅଧିକ ପରିମାଣର କୌଣସି ଅନ କ୍ଲେମଣ୍ଡ ବା ଦାବିଦାର ନଥିବା ଟଙ୍କା ବିଷୟରେ ସୂଚନା ଜାରି କରିବ। ଏହାଦ୍ୱାରା ବୀମା ନେଇଥିବା ବ୍ୟକ୍ତି ବା ହିତାଧିକାରୀମାନେ ଦାବି କରି ନଥିବା ଟଙ୍କାଗୁଡ଼ିକ ସମ୍ପର୍କରେ ଜାଣିପାରିବେ।

ସୂଚନାଯୋଗ୍ୟ, ଭାରତ ସରକାର ଆଇପିଓ ଜରିଆରେ ଏଲଆଇସିର ୫% ଇକ୍ୱିଟି ଶେୟାର ବିକ୍ରି କରିବେ। ମାର୍ଚ୍ଚ ମାସରେ ଏନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ କରାଯିବ। ସେବିରେ ଦାଖଲ ହୋଇଥିବା ଦସ୍ତାବିଜ ଅନୁଯାୟୀ, ସରକାର ୩୧ କୋଟିରୁ ଅଧିକ ଟଙ୍କାର ଏଲଆଇସି ଇକ୍ୱିଟିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।