Advertisment

ଏଲଆଇସି ଆଇପିଓ ଦର ୯୦୨ରୁ ୯୪୯ ଟଙ୍କା, ମିଳିବ ୬୦ ଟଙ୍କାର ରିହାତି

ନୂଆଦିଲ୍ଲୀ: ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଏଲଆଇସିର ଇନସିଆଲ ପବ୍ଲିକ ଅଫରିଙ୍ଗ( IPO) ମୂଲ୍ୟ ବ୍ୟାଣ୍ଡ ୯୦୨ ରୁ ୯୦୪ ଟଙ୍କା ମଧ୍ୟରେ ରହିବ। ସେହିପରି କମ୍ପାନୀର ପଲିସିଧାରୀଙ୍କୁ ୬୦ ଟଙ୍କାର ରିହାତି ମଧ୍ୟ ଦିଆଯିବ। ସରକାରୀ ସୂତ୍ରରୁ ଆଜି ଏହି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀର ରିଟେଲ ଓ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ୪୦ ଟଙ୍କାର ରିହାତି ଦିଆଯିବ। ୪ରୁ ୯ ତାରିଖ ଯାଏ ଏଲଆଇସିର ଆଇପିଓ ନିବେଶକଙ୍କ ପାଇଁ […]

author-image
Hemant Lenka
ଏଲଆଇସି ଆଇପିଓ ଦର ୯୦୨ରୁ ୯୪୯ ଟଙ୍କା, ମିଳିବ ୬୦ ଟଙ୍କାର ରିହାତି

IPO

ନୂଆଦିଲ୍ଲୀ: ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଏଲଆଇସିର ଇନସିଆଲ ପବ୍ଲିକ ଅଫରିଙ୍ଗ( IPO) ମୂଲ୍ୟ ବ୍ୟାଣ୍ଡ ୯୦୨ ରୁ ୯୦୪ ଟଙ୍କା ମଧ୍ୟରେ ରହିବ। ସେହିପରି କମ୍ପାନୀର ପଲିସିଧାରୀଙ୍କୁ ୬୦ ଟଙ୍କାର ରିହାତି ମଧ୍ୟ ଦିଆଯିବ। ସରକାରୀ ସୂତ୍ରରୁ ଆଜି ଏହି ସୂଚନା ମିଳିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀର ରିଟେଲ ଓ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ୪୦ ଟଙ୍କାର ରିହାତି ଦିଆଯିବ। ୪ରୁ ୯ ତାରିଖ ଯାଏ ଏଲଆଇସିର ଆଇପିଓ ନିବେଶକଙ୍କ ପାଇଁ ଖୋଲା ରହିବ। ଆଇପିଓ ଶେୟାରକୁ ୫%ରୁ ୩.୫%କୁ ହ୍ରାସ କରାଯାଇଛି। ଏଲଆଇସି ବୋର୍ଡ ଶନିବାର ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ମଧ୍ୟ ଜଣାପଡ଼ିଛି।

ଏଲଆଇସିର ୩.୫% ଶେୟାରକୁ ବିକ୍ରି କରି ସରକାର ୨୧ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଯଦି ଅଂଶଧନର ପରିମାଣ ୫%କୁ ବୃଦ୍ଧି ପାଇବ, ତା’ହେଲେ ସରକାର ଏଥିରୁ ପ୍ରାୟ ୩୦ ହଜାର କୋଟି ଟଙ୍କା ପାଇବେ।

Advertisment

ଏଲଆଇସିର ଆଇପିଓରୁ ୨୧ ହଜାର କୋଟି ଟଙ୍କା ମିଳିଲେ, ଏହା ସବୁଠାରୁ ବଡ଼ ଆଇପିଏଓରେ ପରିଣତ ହେବ। କାରଣ ୨୦୨୧ରେ ପେଟିଏମ ତା’ ଆଇପିଏଓକୁ ୧୮,୩୦୦ କୋଟି ଟଙ୍କାରେ ବିକ୍ରି କରିଥିଲା। ଏହାପୂର୍ବରୁ କୋଲ ଇଣ୍ଡିଆ ୧୫,୫୦୦ କୋଟି ଓ ରିଲାଏନ୍ସ ପାୱାରର ଆଇପିଓ ବିକ୍ରିରୁ ୧୧,୭୦୦ କୋଟି ଟଙ୍କା ମିଳିଥିଲା।