Advertisment

ତେଲ ଦର ପରେ ଗ୍ୟାସ୍ ଝଟକା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ବେଳେ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିଛି। ସବସିଡି ବିନା ମିଳୁଥିବା ଏଲପିଜି ସିଲିଣ୍ଡରର ଦାମ ୨୫ ଟଙ୍କା ବଢ଼ିଛି। ୨୫ ଫେବୃଆରୀ ୨୦୨୧ ପରଠାରୁ ଏହି ନୂଆ ଦର ଲାଗୁ ହେବ। ଏବେ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସବସିଡି ବିନା ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ନୂଆ ଦର ସହିତ ୭୯୪ ଟଙ୍କାରେ ପହଞ୍ଚିଛି। ତେବେ ଚଳିତ ମାସରେ ତୃତୀୟ ଥର ପାଇଁ ଏଲପିଜି […]

୨୫ ଟଙ୍କା ବଢ଼ିଲା ରୋଷେଇ ଗ୍ୟାସର ଦାମ

lpg

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ବେଳେ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିଛି। ସବସିଡି ବିନା ମିଳୁଥିବା ଏଲପିଜି ସିଲିଣ୍ଡରର ଦାମ ୨୫ ଟଙ୍କା ବଢ଼ିଛି। ୨୫ ଫେବୃଆରୀ ୨୦୨୧ ପରଠାରୁ ଏହି ନୂଆ ଦର ଲାଗୁ ହେବ। ଏବେ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସବସିଡି ବିନା ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ନୂଆ ଦର ସହିତ ୭୯୪ ଟଙ୍କାରେ ପହଞ୍ଚିଛି।

Advertisment

ତେବେ ଚଳିତ ମାସରେ ତୃତୀୟ ଥର ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢ଼ିଛି। ଦେଶରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ଏବେ ରୋଷେଇ ଗ୍ୟାସର ଦାମ ବଢିବା ବେଡ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି।

ଏହାପୂର୍ବରୁ ୪ ଫେବୃଆରୀରେ ୨୫ ଟଙ୍କା, ୧୪ ଫେବୃଆରୀରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା। ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଲା। ଅର୍ଥାତ୍ ଏହି ମାସରେ ଏଲପିଜି ଗ୍ୟାସର ୧୦୦ ଟଙ୍କା ବୃଦ୍ଧି ପାଇଛି।

Advertisment

ଏଲପିଜି ଗ୍ୟାସ ମୂଲ୍ୟରେ ବୃଦ୍ଧି ପରେ ଦିଲ୍ଲୀରେ ଅଣ ସବସିଡି ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୬୯ ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ କୋଲକାତାରେ ଏହି ସିଲିଣ୍ଡରର ଦାମ ୮୨୦.୫୦ ଟଙ୍କା, ମୁମ୍ବାଇ ୭୯୪ ଟଙ୍କା ଏବଂ ଚେନ୍ନାଇ ୭୬୦ ଟଙ୍କା ରହିଛି।

ଏହାପୂର୍ବରୁ ଦିଲ୍ଲୀରେ ଏଲପିଜି ମୂଲ୍ୟ ୭୬୯ ଟଙ୍କା, କୋଲକାତାରେ ୭୯୫.୫୦ ଟଙ୍କା, ମୁମ୍ବାଇରେ ୭୬୯ ଟଙ୍କା ଏବଂ ଚେନ୍ନାଇରେ ୭୮୫ ଟଙ୍କା ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe