Advertisment

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ଆଉ ୨୫ ଟଙ୍କା ବଢ଼ିଲା ଏଲପିଜି

ନୂଆଦିଲ୍ଲୀ: ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ଆଜି ଅଣ ସବ୍‌ସିଡି ଗ୍ୟାସ ୨୫ ଟଙ୍କା ବଢ଼ିଛି। ନୂଆ ଦର ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇ ଯାଇଛି। ପୂର୍ବରୁ ଏହା ୮୩୪.୫୦ ଟଙ୍କା ରହିଥିଲା। ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା। ଏଲପିଜି ଦର ବୃଦ୍ଧି ପାଉଥିବାରୁ ଏବେ ବିଭିନ୍ନ ଖାଦ୍ୟ ସାମଗ୍ରୀର […]

ଅଦ୍ୟତନ ହୋଇଛି
ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ଆଉ ୨୫ ଟଙ୍କା ବଢ଼ିଲା ଏଲପିଜି

LPG

Advertisment

ନୂଆଦିଲ୍ଲୀ: ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ଆଜି ଅଣ ସବ୍‌ସିଡି ଗ୍ୟାସ ୨୫ ଟଙ୍କା ବଢ଼ିଛି। ନୂଆ ଦର ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇ ଯାଇଛି।

Advertisment

ପୂର୍ବରୁ ଏହା ୮୩୪.୫୦ ଟଙ୍କା ରହିଥିଲା। ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା। ଏଲପିଜି ଦର ବୃଦ୍ଧି ପାଉଥିବାରୁ ଏବେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ପେଟ୍ରୋଲ ଓ ଡିଜେଲ ଦର ନ ବଢ଼ିଲେ ମଧ୍ୟ ଏବେ ବି ଆକାଶ ଛୁଆଁ ହୋଇଛି। ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ଆଜି ଗ୍ୟାସ ଦର ବଢ଼ିବା ପରେ ମୁମ୍ବାଇରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫୦, କୋଲକାତାରେ ୮୬୧ ଟଙ୍କା ୮୮୬ ଟଙ୍କା, ଚେନ୍ନାଇରେ ୮୭୫.୫୦ ଟଙ୍କା ହୋଇଯାଇଛି। ଉତ୍ତର ପ୍ରଦେଶରେ ୮୯୭.୫୦ ଟଙ୍କା ଓ ଗୁଜରାଟରେ ୮୬୬.୫୦ ଟଙ୍କାରେ ସିଲିଣ୍ଡର ବିକ୍ରି ହେଉଛି।

Advertisment

ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ଥିଲା। ଫେବୃଆରୀ ୧୫ ବେଳକୁ ଏହା ୭୬୯ ଟଙ୍କାରେ ପହଞ୍ଚି ଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe