Advertisment

ମହଙ୍ଗା ହେଲା ମ୍ୟାଗି, ଜାଣନ୍ତୁ କେତେ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ କ୍ଷୀର ତା’ପରେ ଚା’ର ଦାମ ବଢ଼ିଥିବା ବେଳେ  ଏବେ ମ୍ୟାଗି ମହଙ୍ଗା ହୋଇଛି। ନେସଲେ ଇଣ୍ଡିଆ ଦ୍ୱାରା ଜାରି ସୂଚନା ଅନୁଯାୟୀ, ମ୍ୟାଗିର ମୂଲ୍ୟ ୯%ରୁ ୧୬% ବୃଦ୍ଧି ହୋଇଛି। ଏହାର ଅର୍ଥ ପୂର୍ବରୁ ୧୨ ଟଙ୍କାରେ ମିଳୁଥିବା ମ୍ୟାଗି ମସାଲା ପ୍ୟାକେଟ ଏବେଠୁ ୧୪ ଟଙ୍କାରେ ବିକ୍ରି ହେବ। ସେହିପରି ୧୪୦ ଗ୍ରାମ ଓଜନର ମ୍ୟାଗି ମସାଲା ପ୍ୟାକେଟ ପିଛା ୩ ଟଙ୍କା […]

ମହଙ୍ଗା ହେଲା ମ୍ୟାଗି, ଜାଣନ୍ତୁ କେତେ ଟଙ୍କା ବଢ଼ିଲା

maggi

Advertisment

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ କ୍ଷୀର ତା’ପରେ ଚା’ର ଦାମ ବଢ଼ିଥିବା ବେଳେ  ଏବେ ମ୍ୟାଗି ମହଙ୍ଗା ହୋଇଛି। ନେସଲେ ଇଣ୍ଡିଆ ଦ୍ୱାରା ଜାରି ସୂଚନା ଅନୁଯାୟୀ, ମ୍ୟାଗିର ମୂଲ୍ୟ ୯%ରୁ ୧୬% ବୃଦ୍ଧି ହୋଇଛି।

Advertisment

ଏହାର ଅର୍ଥ ପୂର୍ବରୁ ୧୨ ଟଙ୍କାରେ ମିଳୁଥିବା ମ୍ୟାଗି ମସାଲା ପ୍ୟାକେଟ ଏବେଠୁ ୧୪ ଟଙ୍କାରେ ବିକ୍ରି ହେବ। ସେହିପରି ୧୪୦ ଗ୍ରାମ ଓଜନର ମ୍ୟାଗି ମସାଲା ପ୍ୟାକେଟ ପିଛା ୩ ଟଙ୍କା ବା ୧୨.୫% ମହଙ୍ଗା ହେବ। ୯୬ ଟଙ୍କାରେ ମିଳୁଥିବା ୫୬୦ ଗ୍ରାମ ଓଜନର ମ୍ୟାଗି ପ୍ୟାକେଟ ୧୦୫ ଟଙ୍କାରେ ମିଳିବ।

ଗୋଟିଏ ଲିଟର ନେସଲର A+ କ୍ଷୀରର ଦାମ ୪% ବଢ଼ିବ। ପୂର୍ବରୁ ଏହାର ଦାମ ୭୫ ଟଙ୍କା ଥିଲା। କିନ୍ତୁ ଏବେ ୭୮ ଟଙ୍କାରେ ମିଳିବ। ନେସକେଫେ କ୍ଲାସିକର ୨୫ ଗ୍ରାମ ପ୍ୟାକେଟ ୨.୫% ବଢ଼ିଛି। ପୂର୍ବରୁ ଏହାର ଦାମ ୭୮ ଟଙ୍କା ଥିଲା ବେଳେ ଏବେ ୮୦ ଟଙ୍କା ହୋଇଛି। ନେସକେଫେ କ୍ଲାସିକର ୫୦ ଗ୍ରାମ ପ୍ୟାକେଟର ଦାମ ୧୪୫ରୁ ୧୫୦ ଟଙ୍କା ହୋଇଛି।

Advertisment

ଏହା ପୂର୍ବରୁ ଦେଶର ସର୍ବବୃହତ FMCG କମ୍ପାନୀ HUL ଚା’ର ମୂଲ୍ୟ ବୃଦ୍ଧି ହେବ ବୋଲି ଘୋଷଣା କରିଥିଲା। କମ୍ପାନୀ ପକ୍ଷରୁ ବ୍ରୁ କଫି ପାଉଡରର ମୂଲ୍ୟ ୩ରୁ ୭% ବୃଦ୍ଧି କରାଯାଇଛି। ସେହିପରି ତାଜମହଲ ଚା’ର ମୂଲ୍ୟ ୩.୭ରୁ ୫.୮% ବୃଦ୍ଧି ପାଇଛି। ଫେବୃଆରୀ ମାସରେ ଡିଟରଜେଣ୍ଟ ପାଉଡର ଓ ସାବୁନର ମୂଲ୍ୟ ଦୁଇ ଥର ବଢ଼ିଥିଲା। ଫେବୃଆରୀ ମାସରେ HUL ଲାଇଫବୟ, ଲକ୍ସ ଓ ପିୟର୍ସ ଭଳି ସାବୁନ୍ ବ୍ୟତୀତ ସର୍ଫ ଏକ୍ସେଲ, କମ୍ଫର୍ଟ ଫ୍ୟାବ୍ରିକ୍ କଣ୍ଡିସନର, ଡୋଭ୍ ବଡି ୱାଶ୍ ଭଳି ବ୍ରାଣ୍ଡର ଷ୍ଟକ୍ ରଖିବା ୟୁନିଟ୍ ମୂଲ୍ୟକୁ ବଢ଼ାଇଥିଲା। ଖୁଚରା ବଜାରରେ HULର ଘରୋଇ ଓ ବ୍ୟକ୍ତିଗତ କେୟାର ସାମଗ୍ରୀଗୁଡ଼ିକର ମୂଲ୍ୟ ୧ରୁ ୯% ପ୍ରତିଶତ ବୃଦ୍ଧି ପାଇଛି।

ରୁଷ ଓ ୟୁକ୍ରେନର ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡ଼ିଛି। ବିଶେଷ କରି ଗହମର ମୂଲ୍ୟ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଗହମର ମୂଲ୍ୟ ୯ ବର୍ଷରେ ମଧ୍ୟରେ ସବୁଠାରୁ ଉଚ୍ଚରେ ପହଞ୍ଚିଛି। ସେହିପରି ମକାର ଦାମ ୮ ମାସର ରେକର୍ଡ ଭାଙ୍ଗିଛି। ଏଥିପାଇଁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଦେଶରେ ମୁଦ୍ରାସ୍ଫୀତି ରେକର୍ଡ ଭାଙ୍ଗିବାରେ ଲାଗିଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀ ମାସରେ ହୋଲସେଲ ମୁଦ୍ରାସ୍ଫୀତି ୧୩.୧୧%କୁ ବୃଦ୍ଧି ପାଇଛି। ଜାନୁଆରୀ ମାସରେ ଏହା ୧୨.୯୬% ଥିଲା। ଫେବୃଆରୀ ୨୦୨୧ରେ ହୋଲସେଲ ମୁଦ୍ରାସ୍ଫୀତି ମାତ୍ର ୪.୮୩% ରେକର୍ଡ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe