Advertisment

ଲକ୍ଷ୍ମୀ ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ କଲା ଆରବିଆଇ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁରରେ ଥିବା ଲକ୍ଷ୍ମୀ ସମବାୟ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ଦୀର୍ଘ ଦିନ ହେଲା ବ୍ୟାଙ୍କି ସୁବିଧା ଯୋଗାଇ ଆସୁଥିବା ଏହି ବ୍ୟାଙ୍କରେ ଆବଶ୍ୟକ ପୁଞ୍ଜି ଓ ଆୟ ପ୍ରଦତ୍ତ ନିୟମ ଅନୁପାଳନ କରୁ ନଥିବାରୁ ଏହାର ଲାଇସେନ୍ସକୁ ବାତିଲ କରାଯାଉଥିବା ଆରବିଆଇ କହିଛି। ଏଥିସହ ବ୍ୟାଙ୍କକୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଆକାଉଣ୍ଟଧାରୀମାନେ ୫ ଲକ୍ଷ ଟଙ୍କା ଯାଏ ନିଜର ଜମା ରାଶି ହାସଲ କରିବାକୁ […]

ଅଦ୍ୟତନ ହୋଇଛି
ଲକ୍ଷ୍ମୀ ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ କଲା ଆରବିଆଇ

RBI

Advertisment

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁରରେ ଥିବା ଲକ୍ଷ୍ମୀ ସମବାୟ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ଦୀର୍ଘ ଦିନ ହେଲା ବ୍ୟାଙ୍କି ସୁବିଧା ଯୋଗାଇ ଆସୁଥିବା ଏହି ବ୍ୟାଙ୍କରେ ଆବଶ୍ୟକ ପୁଞ୍ଜି ଓ ଆୟ ପ୍ରଦତ୍ତ ନିୟମ ଅନୁପାଳନ କରୁ ନଥିବାରୁ ଏହାର ଲାଇସେନ୍ସକୁ ବାତିଲ କରାଯାଉଥିବା ଆରବିଆଇ କହିଛି।

Advertisment

ଏଥିସହ ବ୍ୟାଙ୍କକୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଆକାଉଣ୍ଟଧାରୀମାନେ ୫ ଲକ୍ଷ ଟଙ୍କା ଯାଏ ନିଜର ଜମା ରାଶି ହାସଲ କରିବାକୁ ଦାବି କରିପାରିବେ। ଏହି ନିୟମ ଆଜିଠାରୁ ହିଁ ଲାଗୁ ହୋଇଛି।

ଆରବିଆଇ ତା’ର ବିବୃତିରେ କହିଛି ଯେ ମହାରାଷ୍ଟ୍ରର ସୋଲାପୁରରେ ଥିବା ଲକ୍ଷ୍ମୀ ସମବାୟ ବ୍ୟାଙ୍କକୁ ସମସ୍ତ ପ୍ରକାରର ବ୍ୟାଙ୍କିଂ ସେବା ବନ୍ଦ କରିବାକୁ କୁହାଯାଉଛି। ୧୯୪୯ ମସିହା ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ସେକ୍ସନ ୫୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ତତ୍କାଳ ଭାବେ ବ୍ୟାଙ୍କ କୌଣସି ଜମା କିମ୍ବା ଟଙ୍କା ଉଠାଣ କରିପାରିବ ନାହିଁ।

Advertisment

ବ୍ୟାଙ୍କର ଲାଇସେନ୍ସ ବାତିଲ କରି ଆରବିଆଇ କହିଛି ଯେ ତଥ୍ୟ ଅନୁଯାୟୀ ୯୯% ଜମାକାରୀ ସେମାନଙ୍କ ଜମା ରାଶିକୁ ଜମା ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ମାଧ୍ୟମରେ ପାଇପାରିବେ। ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ ନୂଆ ନିୟମ ଅନୁଯାୟୀ ଜମା ରାଶି ଉପରେ ପ୍ରତ୍ୟେକ ଜମାକାରୀଙ୍କ ବୀମା ଦାବି କରିବାର ଅଧିକାର ରହିଛି। ଏହାର ସୀମା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ନିୟମ ଅନୁସାରେ ଲକ୍ଷ୍ମୀ ସମବାୟ ବ୍ୟାଙ୍କର ଜମାକାରୀ ମଧ୍ୟ ୫ ଲକ୍ଷ ଟଙ୍କା ଯାଏ ଅର୍ଥ ହାସଲ କରିପାରିବେ।

ଆରବିଆଇ ପକ୍ଷରୁ ମହାରାଷ୍ଟ୍ର କର୍ପୋରେସନ ଓ ରେଜିଷ୍ଟ୍ରା ଅଫ କୋପରେଟିଭ ସୋସାଇଟିଜ୍‌କୁ ତୁରନ୍ତ କମିଶନର ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ ବ୍ୟାଙ୍କ ପାଇଁ ଜଣେ ଲିକ୍ୟୁଡେଟରଙ୍କୁ ମଧ୍ୟ ନିଯୁକ୍ତ କରିବାକୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe