Advertisment

ସାମୂହିକ ଇସ୍ତଫା ରୋକିବାକୁ କର୍ମଚାରୀଙ୍କ ଦରମା ଦୁଇ ଗୁଣ ବଢ଼ିବ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଭଲ ଖବର। ଖୁବଶୀଘ୍ର ସେମାନଙ୍କ ଦରମା ବଢ଼ିବ। ଦରମା କେବଳ ବଢ଼ିବ ନାହିଁ, ବରଂ କମ୍ପାନୀରେ କାମ କରୁଥିବା ସବୁ କର୍ମଚାରୀ ଦୁଇ ଗୁଣ ଟଙ୍କା ପାଇବେ। ମାଇକ୍ରୋସଫ୍ଟ କର୍ମଚାରୀଙ୍କ ଦରମା ଦୁଇ ଗୁଣ ବୃଦ୍ଧି କରିବାକୁ ଯାଉଥିବା କମ୍ପାନୀର ସିଇଓ ସତ୍ୟ ନାଦେଲା ନିଜେ ସୂଚନା ଦେଇଛନ୍ତି। ସେ କର୍ମଚାରୀମାନଙ୍କୁ ଇ-ମେଲ ଯୋଗେ କହିଛନ୍ତି ଯେ “ଗ୍ଲୋବାଲ ମେରିଟ ବଜେଟକୁ ପ୍ରାୟ ଦୁଇ ଗୁଣ ବୃଦ୍ଧି କରାଯିବ। […]

ସାମୂହିକ ଇସ୍ତଫା ରୋକିବାକୁ କର୍ମଚାରୀଙ୍କ ଦରମା ଦୁଇ ଗୁଣ ବଢ଼ିବ

Microsoft-1

Advertisment

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଭଲ ଖବର। ଖୁବଶୀଘ୍ର ସେମାନଙ୍କ ଦରମା ବଢ଼ିବ। ଦରମା କେବଳ ବଢ଼ିବ ନାହିଁ, ବରଂ କମ୍ପାନୀରେ କାମ କରୁଥିବା ସବୁ କର୍ମଚାରୀ ଦୁଇ ଗୁଣ ଟଙ୍କା ପାଇବେ। ମାଇକ୍ରୋସଫ୍ଟ କର୍ମଚାରୀଙ୍କ ଦରମା ଦୁଇ ଗୁଣ ବୃଦ୍ଧି କରିବାକୁ ଯାଉଥିବା କମ୍ପାନୀର ସିଇଓ ସତ୍ୟ ନାଦେଲା ନିଜେ ସୂଚନା ଦେଇଛନ୍ତି।

Advertisment

ସେ କର୍ମଚାରୀମାନଙ୍କୁ ଇ-ମେଲ ଯୋଗେ କହିଛନ୍ତି ଯେ “ଗ୍ଲୋବାଲ ମେରିଟ ବଜେଟକୁ ପ୍ରାୟ ଦୁଇ ଗୁଣ ବୃଦ୍ଧି କରାଯିବ। ସେହିପରି ଯେଉଁମାନେ ନିଜ କ୍ୟାରିୟରର ମଧ୍ୟ ଭାଗରେ ରହିଛନ୍ତି, ସେଭଳି ଲୋକମାନଙ୍କୁ ଅଧିକ ଟଙ୍କା ମିଳିବ।” କିଛି ଦିନ ତଳେ ମାଇକ୍ରୋସଫ୍ଟରୁ ପ୍ରାୟ ୮୦୦ ଜଣ କର୍ମଚାରୀ ସାମୂହିକ ଇସ୍ତଫା ଦେବାକୁ ଯାଉଥିବା ଖବର ପ୍ରକାଶ ପାଇଥିଲା।

ଏହି ଖବର ପରେ କମ୍ପାନୀରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ବିଶ୍ୱର ଦକ୍ଷତା ସମ୍ପନ୍ନ ପ୍ରତିଭା ମାନଙ୍କୁ ନିଜ ସହ ରଖିବା ପାଇଁ କମ୍ପାନୀ କର୍ମଚାରୀଙ୍କ ଦରମା ପ୍ରାୟ ଦୁଇ ଗୁଣ ବୃଦ୍ଧି କରିବାକୁ ଯାଉଥିବା କୁହାଯାଉଛି।

Advertisment

ସତ୍ୟ ନାଦେଲା କହିଛନ୍ତି, “ସମୟ ବିତିବା ସହ ଆମ ଦକ୍ଷତାର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଆମ ଦକ୍ଷତା ସମ୍ପନ୍ନ ପ୍ରତିଭାମାନେ ଭଲ କାମ କରି ଗ୍ରାହକ ଓ ସହଯୋଗୀଙ୍କୁ ଅଧିକ ସଶକ୍ତ କରିପାରିଛନ୍ତି। ଏଥିପାଇଁ ସେମାନଙ୍କ ଚାହିଦା ମଧ୍ୟ ବଢ଼ିଛି। ଆପଣମାନଙ୍କ କାର୍ଯ୍ୟ ଦକ୍ଷତା ଅତ୍ୟନ୍ତ ସୁନ୍ଦର ଓ ପ୍ରଶଂସାଯୋଗ୍ୟ। ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବଡ଼ ଧନ୍ୟବାଦ ଦେବାକୁ ଚାହୁଁଛି। ଖାସ ଏହି କାରଣ ପାଇଁ ଆପଣମାନଙ୍କ ଉପରେ ଆମେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ଯାଉଛୁ।”

ମାଇକ୍ରୋସଫ୍ଟ ଏକମାତ୍ର କମ୍ପାନୀ ଭାବେ କର୍ମଚାରୀଙ୍କ ଦରମା ଦୁଇ ଗୁଣ ବଢ଼ାଉ ନାହିଁ। ଫେବୃଆରୀ ମାସରେ ଆମାଜନ ପକ୍ଷରୁ କମ୍ପାନୀର କର୍ପୋରେଟ ଓ ଟେକ୍ନିକାଲ କର୍ମଚାରୀଙ୍କ ଦରମା ଦୁଇ ଗୁଣ ବୃଦ୍ଧି କରାଯାଇଥିଲା। ପୂର୍ବରୁ ଏହି କର୍ମଚାରୀମାନେ ୧୬୦,୦୦୦ ଡଲାର ପାଉଥିଲେ। ହେଲେ କମ୍ପାନୀ ଏହାକୁ ୩୫୦,୦୦୦ ଡଲାର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe