Advertisment

କାଲିଠୁ କ୍ଷୀରର ଦାମ ୨ ଟଙ୍କା ବଢ଼ିବ

ନୂଆଦିଲ୍ଲୀ: ଉତ୍ପାଦନ ଓ ପ୍ୟାକେଜିଂ ଖର୍ଚ୍ଚ ବଢ଼ୁଥିବାରୁ ଆସନ୍ତାକାଲି ମଦର ଡାଏରୀ ପକ୍ଷରୁ କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ବିଭିନ୍ନ ମାର୍କେଟରେ କ୍ଷୀର ଲିଟର ପିଛା ଦାମ ୨ ଟଙ୍କା ଅଧିକରେ ବିକ୍ରି ହେବ। ମଦର ଡାଏରୀ ପକ୍ଷରୁ ଚଳିତ ବର୍ଷ ୫ମ ଥର ପାଇଁ ଏପରି ଦର ବୃଦ୍ଧି କରାଯାଇଛି। ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ସବୁଠାରୁ ଅଧିକ କ୍ଷୀର ଯୋଗାଣ କରିଥାଏ। ଦୈନିକ […]

କାଲିଠୁ କ୍ଷୀରର ଦାମ ୨ ଟଙ୍କା ବଢ଼ିବ

milk

Advertisment

ନୂଆଦିଲ୍ଲୀ: ଉତ୍ପାଦନ ଓ ପ୍ୟାକେଜିଂ ଖର୍ଚ୍ଚ ବଢ଼ୁଥିବାରୁ ଆସନ୍ତାକାଲି ମଦର ଡାଏରୀ ପକ୍ଷରୁ କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ବିଭିନ୍ନ ମାର୍କେଟରେ କ୍ଷୀର ଲିଟର ପିଛା ଦାମ ୨ ଟଙ୍କା ଅଧିକରେ ବିକ୍ରି ହେବ। ମଦର ଡାଏରୀ ପକ୍ଷରୁ ଚଳିତ ବର୍ଷ ୫ମ ଥର ପାଇଁ ଏପରି ଦର ବୃଦ୍ଧି କରାଯାଇଛି। ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ସବୁଠାରୁ ଅଧିକ କ୍ଷୀର ଯୋଗାଣ କରିଥାଏ। ଦୈନିକ ୩୦ ଲକ୍ଷ ଲିଟର ସପ୍ଲାଏ ହେଉଛି। ଏପରି ସ୍ଥିତିରେ ଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି।

Advertisment

କମ୍ପାନୀର ସୂଚନା ଅନୁଯାୟୀ, ମଦର ଡାଏରୀ ପକ୍ଷରୁ ବିକ୍ରି କରାଯାଉଥିବା ସଂପୂର୍ଣ୍ଣ କ୍ରିମ ଯୁକ୍ତ କ୍ଷୀର ଦାମ ୨ ଟଙ୍କା ବଢ଼ି ୬୬ ଟଙ୍କା ହେବ। ସେହିପରି ଟୋନଡ କ୍ଷୀର ପାଇଁ ୫୧ ଟଙ୍କା ବଦଳରେ ୫୩ ଟଙ୍କା ଦେବାକୁ ପଡ଼ିବ। ଡବଲ ଟୋନଡ୍‌ କ୍ଷୀରର ଲିଟର ପିଛା ଦାମ ୪୫ରୁ ୪୭ ଟଙ୍କା ହେବ। ତେବେ ଗାଈ କ୍ଷୀରର ଦାମ ବୃଦ୍ଧି ନ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି ଯେ ସଂଗୃହୀତ ହେଉଥିବା କ୍ଷୀରର ଦାମ ଗତ ଗୋଟିଏ ବର୍ଷ ମଧ୍ୟରେ ୨୪% ବଢ଼ିଛି। ତେଣୁ କମ୍ପାନୀ କ୍ଷୀରର ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ମଦର ଡାଏରୀ ନଭେମ୍ବର ମାସରେ କ୍ଷୀରର ଲିଟର ପିଛା ଦାମ ୧ ଟଙ୍କା ବୃଦ୍ଧି କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe