Advertisment

ମୋଦିଙ୍କ ଘରୋଇକରଣ ନିଷ୍ପତ୍ତିକୁ ମୁକେଶଙ୍କ ପସନ୍ଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଘରୋଇକରଣ ଉପରେ ଜୋର ଦେଇଛନ୍ତି। ରାଷ୍ଟ୍ରାୟତ କମ୍ପାନୀରୁ ସରକାର ନିଜ ଶେୟାର କାଢ଼ି ଆଣି ଘରୋଇ ଶେଆରକୁ ବଢ଼ାଇବା ଉପରେ ଜୋର ଦେଇଛନ୍ତି। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିଲାଏନ୍ସ ମୁଖ୍ୟ ତଥା ବିଜେନସ ଟାଇକୁନ ମୁକେଶ ଅମ୍ୱାନୀ। ଘରୋଇ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବା ଦେଶର ଉଦ୍ୟୋଗୀମାନଙ୍କ ପାଇଁ ‘ସୁଯୋଗର ସୁନାମି’ ସୃଷ୍ଟି କରିଛି ବୋଲି ଅମ୍ବାନୀ କହିଛନ୍ତି। ଭାରତ ଅର୍ଥନୀତିକ, ଗଣତାନ୍ତ୍ରିକ, କୂଟନୀତିକ ତଥା ସାଂସ୍କୃତିକ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୋଦିଙ୍କ ଘରୋଇକରଣ ନିଷ୍ପତ୍ତିକୁ ମୁକେଶଙ୍କ ପସନ୍ଦ

modi-ambani

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଘରୋଇକରଣ ଉପରେ ଜୋର ଦେଇଛନ୍ତି। ରାଷ୍ଟ୍ରାୟତ କମ୍ପାନୀରୁ ସରକାର ନିଜ ଶେୟାର କାଢ଼ି ଆଣି ଘରୋଇ ଶେଆରକୁ ବଢ଼ାଇବା ଉପରେ ଜୋର ଦେଇଛନ୍ତି। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିଲାଏନ୍ସ ମୁଖ୍ୟ ତଥା ବିଜେନସ ଟାଇକୁନ ମୁକେଶ ଅମ୍ୱାନୀ।

Advertisment

ଘରୋଇ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବା ଦେଶର ଉଦ୍ୟୋଗୀମାନଙ୍କ ପାଇଁ 'ସୁଯୋଗର ସୁନାମି' ସୃଷ୍ଟି କରିଛି ବୋଲି ଅମ୍ବାନୀ କହିଛନ୍ତି। ଭାରତ ଅର୍ଥନୀତିକ, ଗଣତାନ୍ତ୍ରିକ, କୂଟନୀତିକ ତଥା ସାଂସ୍କୃତିକ ଦିଗରେ ଆଗକୁ ବଢ଼ୁଛି ବୋଲି ଅମ୍ୱାନୀ କହିଛନ୍ତି।

EOY) 2020 Awards ceremonyରେ ଯୋଗ ଦେଇ ମୁକେଶ ଅମ୍ବାନୀ କହିଛନ୍ତି, ଭାରତ ଆଗକୁ ବଢ଼ୁଛି। ଆଜି ଏବଂ ଆସନ୍ତାକାଲିର ଭାରତକୁ ଦେଖିଲେ ତାଙ୍କ ନଜରରେ ଉଦ୍ୟୋଗୀମାନଙ୍କ ଭରପୁର ସୁଯୋଗ ରହିଛି। ଉଦ୍ୟୋଗୀଙ୍କ ପାଇଁ ଏକ ପ୍ରକାର ସୁଯୋଗର ସୁନାମି ସୃଷ୍ଟି ହୋଇଛି ବୋଲି ଅମ୍ୱାନୀ କହିଛନ୍ତି। ସେ ଦୁଇଟି କାରଣ ପାଇଁ ଭାରତ ଆଗକୁ ବଢ଼ୁଛି ବୋଲି ବିଶ୍ୱାସ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟେକ୍ନୋଲଜି ପାଇଁ ଦେଶ ଆଗକୁ ବଢ଼ୁଛି ବୋଲି ଅମ୍ୱାନୀ କହିଛନ୍ତି। ଭାରତର ଭବିଷ୍ୟତ ବିକାଶରେ ଘରୋଇ କ୍ଷେତ୍ରକୁ ଆଗକୁ ବଢ଼ାଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇକରଣକୁ ପ୍ରୋତ୍ସାହିତ କରୁଛନ୍ତି। ଦ୍ୱିତୀୟ କାରଣ ହେଉଛି ଟେକ୍ନୋଲୋଜିର ବ୍ୟବହାର। ଟେକ୍ନୋଲଜି ଏବେ ୧୩୦ କୋଟି ଭାରତୀୟଙ୍କ ଅନେକ ଆଶା ପୂରଣ କରୁଛି ବୋଲି ମୁକେଶ କହିଛନ୍ତି।

Advertisment

ଅମ୍ବାନୀ କହିଛନ୍ତି, 'ଆସନ୍ତା ଦଶନ୍ଧିରେ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ଯୋଗଦେବା ପାଇଁ ଭାରତର ସାମର୍ଥ୍ୟ ଅଛି। କ୍ଲିନ ଏନର୍ଜି, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବ ବିଜ୍ଞାନ ଏବଂ ବାୟୋଟେକ୍ନୋଲୋଜି, କୃଷି, ଶିଳ୍ପ ଏବଂ ସର୍ଭିସ୍ (ସେବା) କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଭାରତ ଏହି ସବୁ କ୍ଷେତ୍ରରେ ସାମିଲ୍ ହେବାକୁ ସାମର୍ଥ୍ୟ ରଖିଛି’।

ଭାରତରେ ବ୍ୟବସାୟରେ ପ୍ରତିଯୋଗିତା ବଢ଼ିଛି। ତେଣୁ ବିଶ୍ୱସ୍ତରୀୟ ଗୁଣବତ୍ତାର ସାମଗ୍ରୀ ତିଆରି ହେଉଛି। ଏହା ଆଗାମୀ ପିଢ଼ୀ ତଥା ଯୁବ ଉଦ୍ୟୋଗୀଙ୍କ ପାଇଁ ଶୁଭ ସଙ୍କେତ ବୋଲି ଅମ୍ୱାନୀ କହିଛନ୍ତି।

ତେବେ ଯେଉଁମାନେ ନୂଆ କରି ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପୁଛନ୍ତି ସେମାନଙ୍କ ପାଇଁ ଅମ୍ୱାନୀ କହିଛନ୍ତି, ବିଫଳତାକୁ ନେଇ ଭୟଭୀତ ହେବା ଠିକ୍ ନୁହେଁ। ସବୁବେଳେ ରିସ୍କ ନେବା ପରେ ହିଁ ସଫଳତା ଆସେ। ଏଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Reliance Mukesh Ambani