Advertisment

୧୦,୦୦୦ କୋଟି ଡଲାର କ୍ଲବରେ ସାମିଲ ହେବେ ଅମ୍ବାନୀ, ଦିନକରେ ୩୭୦ କୋଟି ଡଲାର ଆୟ

ମୁମ୍ବାଇ: ମହାମାରୀ କରୋନା ସମୟରେ ଲୋକଙ୍କ ଆୟ ହ୍ରାସ ପାଉଛି। କୋଟି କୋଟି ଲୋକ ଚାକିରି ହରାଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ହେଲେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ସେ ଖୁବଶୀଘ୍ର ବିଶ୍ୱର ୧୦,୦୦୦ କୋଟି ଡଲାର ସମ୍ପତ୍ତିର ମାଲିକମାନଙ୍କ କ୍ଲବରେ ସାମିଲ ହେବେ। ଏବେ ମୁକେଶ ଅମ୍ବାନୀଙ୍କ ପାଖରେ ୯,୨୬୦ କୋଟି ଡଲାରର […]

author-image
Hemant Lenka
୧୦,୦୦୦ କୋଟି ଡଲାର କ୍ଲବରେ ସାମିଲ ହେବେ ଅମ୍ବାନୀ, ଦିନକରେ ୩୭୦ କୋଟି ଡଲାର ଆୟ

Mukesh

ମୁମ୍ବାଇ: ମହାମାରୀ କରୋନା ସମୟରେ ଲୋକଙ୍କ ଆୟ ହ୍ରାସ ପାଉଛି। କୋଟି କୋଟି ଲୋକ ଚାକିରି ହରାଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ହେଲେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହୁହୁ ହୋଇ ବଢ଼ିବାରେ ଲାଗିଛି।

Advertisment

ସ୍ଥିତି ଏପରି ହୋଇଛି ଯେ ସେ ଖୁବଶୀଘ୍ର ବିଶ୍ୱର ୧୦,୦୦୦ କୋଟି ଡଲାର ସମ୍ପତ୍ତିର ମାଲିକମାନଙ୍କ କ୍ଲବରେ ସାମିଲ ହେବେ। ଏବେ ମୁକେଶ ଅମ୍ବାନୀଙ୍କ ପାଖରେ ୯,୨୬୦ କୋଟି ଡଲାରର ସମ୍ପତ୍ତି ରହିଛି। ଦିନକରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୭୦ କୋଟି ଡଲାର ବଢ଼ିବାରୁ ସେ ୧୦,୦୦୦ କୋଟି ଡଲାର କ୍ଲବ ଆଡ଼କୁ ଦ୍ରୁତଗତିରେ ମାଡ଼ି ଚାଲିଛନ୍ତି।

ଭାରତ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ବିଶ୍ୱର ଧନୀମାନଙ୍କ ତାଲିକାରେ ୧୨ଶ ସ୍ଥାନରେ ରହିଛନ୍ତି। ସେହିପରି ସେ ବିଶ୍ୱର କିମ୍ବଦନ୍ତୀ ବ୍ୟବସାୟୀ ୱାରେନ୍ ବଫେଟଙ୍କଠାରୁ ମାତ୍ର ୧୦୦୦ କୋଟି ଡଲାର ପଛରେ ରହିଛନ୍ତି। ବଫେଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୦,୨୬୦ କୋଟି ଡଲାର।

Advertisment

ମୁକେଶ ଅମ୍ବାନୀଙ୍କଠାରୁ ସାମାନ୍ୟ ଆଗରେ ଲୋରିୟଲର ମାଲିକ ଫ୍ରାଙ୍କୋଇସ୍ ବେଟେନକର୍ଟ ମେୟେରସ୍ ଅଛନ୍ତି। ମେୟେରସଙ୍କ ମୋଟ ସମ୍ପତ୍ତି ହେଉଛି ୯୨୯୦ କୋଟି ଡଲାର। ରିପୋର୍ଟ ଅନୁସାରେ ଅମ୍ବାନୀ ଖୁବଶୀଘ୍ର ମେୟେରସଙ୍କୁ ଅତିକ୍ରମ କରିବେ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ୱାରେନ୍ ବଫେଟ୍, ଲ୍ୟାରି ଏଲିସନ, ଷ୍ଟିଭ୍ ବଲମର୍, ସର୍ଗି ବ୍ରିନ୍, ଲ୍ୟାରି ପେଜ୍, ମାର୍କ ଜୁକରବର୍ଗ, ବିଲ୍ ଗେଟ୍ସ, ବର୍ନାଡ ଆର୍ନାଲ୍ଟ ଓ ଏଲୋନ୍ ମସ୍କ ବର୍ତ୍ତମାନ ୧୦,୦୦୦ କୋଟି ଡଲାର କ୍ଲବରେ ଅଛନ୍ତି।

ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ହେଉଛନ୍ତି ଏକମାତ୍ର ଧନୀ ଯିଏ ୨୦,୦୦୦ କୋଟି ଡଲାର କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି।