Advertisment

ପୁଣି ସିଏନଜି ଦାମ ୫ ଟଙ୍କା ବଢ଼ିଲା

ମୁମ୍ବାଇ: ମହାରାଷ୍ଟ୍ର ଗ୍ୟାସ ଲିଃ (ଏମଜିଏଲ) ପୁଣିଥରେ ସିଏନଜି ଓ ଘରୋଇ ପିଏନଜି ଦାମ ବୃଦ୍ଧି କରିଛି। ସିଏନଜି ଦାମ କେଜି ପିଛା ୫ ଟଙ୍କା ବଢ଼ିଥିବା ବେଳେ ପିଏନଜି ଦର ୪.୫୦ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ସିଏନଜି ଦାମ କେଜି ପିଛା ୬୭ ଟଙ୍କାରୁ ବଢ଼ି ୭୨ ଟଙ୍କାରେ ପହଞ୍ଚିଛି। ସେହିପରି ପିଏନଜି ଦର ୪୧.୫୦ ଟଙ୍କାରୁ ବଢ଼ି ୪୫.୫୦ ଟଙ୍କା ଛୁଇଁଛି। ଏହି ନୂଆ ଦର ସମଗ୍ର ମୁମ୍ବାଇ ଓ […]

ପୁଣି ସିଏନଜି ଦାମ ୫ ଟଙ୍କା ବଢ଼ିଲା

CNG

Advertisment

ମୁମ୍ବାଇ: ମହାରାଷ୍ଟ୍ର ଗ୍ୟାସ ଲିଃ (ଏମଜିଏଲ) ପୁଣିଥରେ ସିଏନଜି ଓ ଘରୋଇ ପିଏନଜି ଦାମ ବୃଦ୍ଧି କରିଛି। ସିଏନଜି ଦାମ କେଜି ପିଛା ୫ ଟଙ୍କା ବଢ଼ିଥିବା ବେଳେ ପିଏନଜି ଦର ୪.୫୦ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ସିଏନଜି ଦାମ କେଜି ପିଛା ୬୭ ଟଙ୍କାରୁ ବଢ଼ି ୭୨ ଟଙ୍କାରେ ପହଞ୍ଚିଛି। ସେହିପରି ପିଏନଜି ଦର ୪୧.୫୦ ଟଙ୍କାରୁ ବଢ଼ି ୪୫.୫୦ ଟଙ୍କା ଛୁଇଁଛି। ଏହି ନୂଆ ଦର ସମଗ୍ର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ଏମଜିଏଲ କହିଛି।

Advertisment

ଏହାପୂର୍ବରୁ ଏପ୍ରିଲ ୬ରେ ଏମଜିଏଲ୍‌ ପକ୍ଷରୁ ସିଏନଜି ଓ ରନ୍ଧନ ଗ୍ୟାସ ପିଏନଜି ଦାମ ବୃଦ୍ଧି କରାଯାଇଥିଲା। ସେତେବେଳେ ସିଏନଜି ୭ ଟଙ୍କା ଓ ପିଏନଜି ୫ ଟଙ୍କା ବଢ଼ିଥିଲା। ତେବେ ମାର୍ଚ୍ଚ ୩୧ରେ ସିଏନଜିର କେଜି ପିଛା ଦାମ ୬ ଟଙ୍କା ଓ ପିଏନଜି ୩.୫୦ ଟଙ୍କା ହ୍ରାସ ପାଇଥିଲା। ରାଜ୍ୟ ସରକାର ଏପ୍ରିଲ ୧ରୁ ସିଏନଜି ଓ ପିଏନଜି ଉପରୁ ଟିକସ ହ୍ରାସ କରିବେ ବୋଲି ଘୋଷଣା କରିବା ପରେ ଏମଜିଏଲ ଦାମ କମାଇଥିଲା। ହେଲେ ଏବେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଅନ୍ୟପକ୍ଷରେ ସିଏନଜି ଦାମ ବଢ଼ୁଥିବାରୁ ଶୁକ୍ରବାର ଠାରୁ ଦିଲ୍ଲୀର ଯନ୍ତରମନ୍ତର ଠାରେ ଶତାଧିକ କ୍ୟାବ ଡ୍ରାଇଭର ଆନ୍ଦୋଳନ କରୁଛନ୍ତି। ସେହିପରି କ୍ୟାବ ଭଡ଼ା ମଧ୍ୟ ବୃଦ୍ଧି କରାଯାଇଛି। ଦିନକୁ ଦିନ ଦରବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ସରକାର କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି ହେଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ୁଥିବା ସରକାର ସଫେଇ ଦେଇ ଚାଲିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe