Advertisment

କମିଲା ତେଲ ଓ ସୁନା ଦର

ନୂଆଦିଲ୍ଲୀ: ହୋଲିର ଠିକ୍ ଗୋଟିଏ ଦିନ ପରେ କମିଛି ପେଟ୍ରୋଲ ଓ ଡିଜେଲ ଏବଂ ସୁନା ଦର। ମଙ୍ଗଳବାର ଉଭୟ ସୁନା ଏବଂ ରୂପାର ଦାମ ହ୍ରାସ ପାଇଛି। ସୁନାର ଦାମ ୧୩୮ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୪,୧୧୩ ଟଙ୍କାକୁ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବାରୁ ଘରୋଇ ବଜାରରେ ଦାମ କମିଛି। ସୁନା ଭଳି ରୂପା କିଲୋଗ୍ରାମ ପିଛା ୩୨୦ ଟଙ୍କା ହ୍ରାସ ପାଇଛି। ଦର ହ୍ରାସ ପରେ […]

ଅଦ୍ୟତନ ହୋଇଛି
କମିଲା ତେଲ ଓ ସୁନା ଦର

gold

Advertisment

ନୂଆଦିଲ୍ଲୀ: ହୋଲିର ଠିକ୍ ଗୋଟିଏ ଦିନ ପରେ କମିଛି ପେଟ୍ରୋଲ ଓ ଡିଜେଲ ଏବଂ ସୁନା ଦର। ମଙ୍ଗଳବାର ଉଭୟ ସୁନା ଏବଂ ରୂପାର ଦାମ ହ୍ରାସ ପାଇଛି। ସୁନାର ଦାମ ୧୩୮ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୪,୧୧୩ ଟଙ୍କାକୁ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବାରୁ ଘରୋଇ ବଜାରରେ ଦାମ କମିଛି। ସୁନା ଭଳି ରୂପା କିଲୋଗ୍ରାମ ପିଛା ୩୨୦ ଟଙ୍କା ହ୍ରାସ ପାଇଛି। ଦର ହ୍ରାସ ପରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୩,୨୧୨ ଟଙ୍କା ହୋଇଛି। ପୂର୍ବରୁ କିଲୋଗ୍ରାମ ପିଛା ଦର ୬୩,୫୩୨ ଟଙ୍କା ଥିଲା।

Advertisment

ସେହିପରି ତେଲ ଦର ମଧ୍ୟ କମିଛି। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୨୨ ପଇସା ଏବଂ ଡିଜେଲ ୨୩ ପଇସା ଶସ୍ତା ହୋଇଛି। ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୫୬ ପଇସା ରହିଛି। ଏଥିସହିତ ଡିଜେଲର ମୂଲ୍ୟ ଲିଟର ପିଛା ୮୦.୮୭ ପଇସା ଖସି ଆସିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୬.୯୮ ଟଙ୍କା ଏବଂ ଡିଜେଲର ଲିଟର ପିଛା ୮୭.୯୬ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୦.୭୭ ଟଙ୍କା ଥିବାବେଳେ ଡିଜେଲ ୮୩.୭୫ ଟଙ୍କା ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ହୋଇଛି। ତେଣୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଘରୋଇ ସ୍ତରରେ ହ୍ରାସ ପାଇଛି ବୋଲି ଜଣାପଡ଼ିଛି।

Advertisment
Diesel Price Petrol Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe