Advertisment

ପୁଣି ବଢ଼ିଲା ତୈଳ ଦର, ସମଗ୍ର ଦେଶରେ ୧୦୦ ନିକଟରେ ପେଟ୍ରୋଲ ଦାମ

ନୂଆଦିଲ୍ଲୀ: ବର୍ଦ୍ଧିତ ଦର ପାଇଁ ଚିନ୍ତାରେ ଥିବା ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ ହୋଇଛି। ଆଜି ପୁଣି ସମଗ୍ର ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ତୈଳ ଦର ସାଙ୍ଗକୁ ଖାଇବା ସାମଗ୍ରୀ ବଢ଼ୁଥିବାରୁ ଏବେ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି। ଆଜିର ନୂଆ ଦର ପରେ ଦେଶର ସବୁ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ପାଖରେ ପହଞ୍ଚି ଯାଇଛି। ପୂର୍ବରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଓଡ଼ିଶା […]

ଅଦ୍ୟତନ ହୋଇଛି
ପୁଣି ବଢ଼ିଲା ତୈଳ ଦର, ସମଗ୍ର ଦେଶରେ ୧୦୦ ନିକଟରେ ପେଟ୍ରୋଲ ଦାମ

Petrol

Advertisment

ନୂଆଦିଲ୍ଲୀ: ବର୍ଦ୍ଧିତ ଦର ପାଇଁ ଚିନ୍ତାରେ ଥିବା ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ ହୋଇଛି। ଆଜି ପୁଣି ସମଗ୍ର ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ତୈଳ ଦର ସାଙ୍ଗକୁ ଖାଇବା ସାମଗ୍ରୀ ବଢ଼ୁଥିବାରୁ ଏବେ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି।

Advertisment

ଆଜିର ନୂଆ ଦର ପରେ ଦେଶର ସବୁ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ପାଖରେ ପହଞ୍ଚି ଯାଇଛି। ପୂର୍ବରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟପିଥିଲା। ଏବେ ଦେଶର ସବୁ ସହରରେ ଏହାର ଦର ୧୦୦ ଅତିକ୍ରମ କରିବାକୁ ବସିଲାଣି।

ଆଜି ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୨୩ରୁ ୩୦ ପଇସା ମଧ୍ୟରେ ବୃଦ୍ଧି ଘଟିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୭ ପିଇସା ବଢ଼ିଛି। ସେହିପରି ଡିଜେଲ ୨୮ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ୯୬.୯୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୭.୬୯ ଟଙ୍କାରେ ପହଞ୍ଚି ଯାଇଛି।

Advertisment

ମେ’ ୨୯ରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଛୁଇଁଥିଲା। ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ଏହାର ଲିଟର ପିଛା ଦର ରେକର୍ଡ ୧୦୩.୦୮ ଟଙ୍କା ଛୁଇଁଛି। ଡିଜେଲ ଦର ମଧ୍ୟ ୩୦ ପଇସା ବଢ଼ିଛି। ତେଣୁ ଆଜି ମୁମ୍ବାଇରେ ଡିଜେଲର ଲିଟର ପିଛା ଦାମ ୯୫.୧୪ ଟଙ୍କା ରହିଛି।

ମେ’ରୁ ୨୬ ଥର ତୈଳ ଦର ବଢ଼ିଥିବା ବେଳେ ୨୩ ଦିନ ଅପରିବର୍ତ୍ତିତ ରହିଛି। ୨୬ ଦିନ ମଧ୍ୟରେ ପେଟ୍ରୋଲର ଲିଟର ପିଛା ଦାମ ଦିଲ୍ଲୀରେ ୬.୫୪ ଟଙ୍କା ଓ ଡିଜେଲର ଲିଟର ପିଛା ୬.୯୬ ଟଙ୍କା ମହଙ୍ଗା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe