Advertisment

୧,୧୦ ଓ ୧୦୦ ଟଙ୍କିଆ ନୋଟ୍ ରଖିଛନ୍ତି କି? ହୋଇପାରିବେ ଲକ୍ଷପତି!

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଯଦି ୧,୧୦ କିମ୍ବା ୧୦୦ ଟଙ୍କିଆ ନୋଟ୍‌ ରହିଛି, ତା’ହେଲେ ଆପଣ ଲକ୍ଷପତି ହେବାର ସୁଯୋଗ ପାଇପାରିବେ। ଗୋଟିଏ ଭାରତୀୟ ୱେବସାଇଟ୍‌ ଲୋକଙ୍କ ପାଇଁ ଘରେ ବସି ଟଙ୍କା ରୋଜଗାର କରିବାର ନୂଆ ଯୋଜନା ଆରମ୍ଭ କରିଛି। ତେବେ ଏଭଳି ୱେବସାଇଟ୍‌ର ଉଦ୍ଦେଶ୍ୟ ଓ କାରବାର ସଂପର୍କରେ ସରକାର କୌଣସି ସୂଚନା ବା ସତର୍କତା ଜାରି କରିନାହାନ୍ତି। ଆପଣ ସ୍ୱତନ୍ତ୍ର ଧରଣର ନୋଟ୍‌ ଏହି ୱେବସାଇଟ ଜରିଆରେ ବିକ୍ରି କରି ଲକ୍ଷାଧିକ ଟଙ୍କା […]

ଅଦ୍ୟତନ ହୋଇଛି
୧,୧୦ ଓ ୧୦୦ ଟଙ୍କିଆ ନୋଟ୍ ରଖିଛନ୍ତି କି? ହୋଇପାରିବେ ଲକ୍ଷପତି!

Note

Advertisment

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଯଦି ୧,୧୦ କିମ୍ବା ୧୦୦ ଟଙ୍କିଆ ନୋଟ୍‌ ରହିଛି, ତା’ହେଲେ ଆପଣ ଲକ୍ଷପତି ହେବାର ସୁଯୋଗ ପାଇପାରିବେ। ଗୋଟିଏ ଭାରତୀୟ ୱେବସାଇଟ୍‌ ଲୋକଙ୍କ ପାଇଁ ଘରେ ବସି ଟଙ୍କା ରୋଜଗାର କରିବାର ନୂଆ ଯୋଜନା ଆରମ୍ଭ କରିଛି। ତେବେ ଏଭଳି ୱେବସାଇଟ୍‌ର ଉଦ୍ଦେଶ୍ୟ ଓ କାରବାର ସଂପର୍କରେ ସରକାର କୌଣସି ସୂଚନା ବା ସତର୍କତା ଜାରି କରିନାହାନ୍ତି।

Advertisment

ଆପଣ ସ୍ୱତନ୍ତ୍ର ଧରଣର ନୋଟ୍‌ ଏହି ୱେବସାଇଟ ଜରିଆରେ ବିକ୍ରି କରି ଲକ୍ଷାଧିକ ଟଙ୍କା ଆୟ କରିପାରିବେ। ଅନଲାଇନରେ ଲୋକଙ୍କୁ eBay ନାମକ ଗୋଟିଏ ୱେବସାଇଟ ଏହି ସୁଯୋଗ ଦେଉଛି। ଲୋକମାନେ ସ୍ୱତନ୍ତ୍ର ଓ ପୁରୁଣା ନୋଟ୍‌ ବିକ୍ରି କରି ଲକ୍ଷାଧିକ ଟଙ୍କା ଆୟ କରିବାର ବ୍ୟବସ୍ଥା ଏଥିରେ ରହିଛି।

ଯେଉଁମାନେ ନୋଟ୍‌ ବିକ୍ରି କରିବାକୁ ଚାହୁଁଛନ୍ତି ସେମାନେ ୭୮୬ ସିରିଜ୍‌ର ନୋଟ୍‌ ରଖିଥିଲେ ଭଲ ଟଙ୍କା ପାଇପାରିବେ। ଯେଉଁ ୧, ୨, ୧୦,୧୦୦,୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ରେ ୭୮୬ ପ୍ରିଣ୍ଟ ହୋଇଥିବ ଏହାକୁ ବିକ୍ରି କଲେ eBay ଜରିଆରେ ଲକ୍ଷାଧିକ ଟଙ୍କା ପାଇପାରିବେ। କୁହାଯାଉଛି, ୭୮୬ ଲେଖାଯାଇଥିବା ନୋଟ୍‌ ସ୍ୱତନ୍ତ୍ର ଓ ମୂଲ୍ୟବାନ।

Advertisment

୧ ଟଙ୍କିଆ, ୨ ଟଙ୍କିଆ ଓ ୫ ଟଙ୍କିଆ ପୁରୁଣା ମୁଦ୍ରା ବିକ୍ରି କରି ମଧ୍ୟ eBayରୁ ଆପଣ ହଜାର ହଜାର ଟଙ୍କା ପାଇପାରିବେ।

କେମିତି eBayରେ ବିକ୍ରି କରିବେ ନୋଟ୍‌

୧-ପ୍ରଥମେ ଆପଣଙ୍କୁ eBay ଅଫିସିଆଲ ୱେବସାଇଟ୍‌କୁ ଯିବାକୁ ପଡ଼ିବ ଓ eBay.comରେ ଲଗଇନ୍‌ କରିବାକୁ ହେବ।

୨-ହୋମପେଜ୍‌ରେ ଥିବା ପଞ୍ଜୀକରଣ ବଟନରେ କ୍ଲିକ କରିବେ। ନିଜକୁ ବିକ୍ରେତା ଭାବେ ଏଠାରେ ପଞ୍ଜୀକରଣ କରିବାକୁ ପଡ଼ିବ।

୩-ବିକ୍ରି କରିବାକୁ ଚାହୁଁଥିବା ନୋଟ୍‌ର ଗୋଟିଏ ସ୍ପଷ୍ଟ ଫଟୋ ଉଠାଇ ଏହାକୁ ସେଠାରେ ଅପଲୋଡ କରନ୍ତୁ। ଏହାପରେ eBay ପୁରୁଣା ନୋଟ୍‌ ଓ କଏନ କିଣିବାକୁ ଚାହୁଁଥିବା ଲୋକଙ୍କ ପାଖରେ ଆପଣଙ୍କ ନୋଟର ପ୍ରଚାର କରିବ।

୪- ଏହି ବିଜ୍ଞାପନକୁ ଦେଖି ଟଙ୍କା କିଣିବାକୁ ଚାହୁଁଥିବା ଲୋକମାନେ ଆପଣଙ୍କୁ ଯୋଗାଯୋଗ କରିବେ।

୫- ସେମାନଙ୍କ ସହ କଥା ହୋଇ କେତେ ଟଙ୍କାରେ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ସେକଥା ଜଣାଇ ପାରିବେ।

ଗୋଟିଏ ୧୦ ଟଙ୍କିଆ ନୋଟ୍ ଆପଣଙ୍କୁ ୨୫ ହଜାର ଟଙ୍କା ଦେଇପାରେ। ହେଲେ ଏହାର ଗୋଟିଏ ପାଖରେ ଅଶୋକ ସ୍ତମ୍ଭ ଓ ଅନ୍ୟପଟେ ଡଙ୍ଗା ରହିଥିବା ଦରକାର। eBay ବ୍ୟତୀତ Coinbazzar ମଧ୍ୟ ପୁରୁଣା ନୋଟ ଓ ମୁଦ୍ରା ବିକ୍ରି କରିବାର ସୁବିଧା ଯୋଗାଇ ଦେଉଛି।

(ଓଡ଼ିଶା ରିପୋର୍ଟର ଏଭଳି ୱେବସାଇଟ୍‌ଗୁଡ଼ିକର ତଥ୍ୟକୁ ସତ୍ୟ ବୋଲି ଗ୍ୟାରେଣ୍ଟି ଦେଉନାହିଁ। ଏଗୁଡ଼ିକର କାରବାର ସଂପର୍କରେ ଆମେ କେବଳ ତଥ୍ୟ ଓ ସୂଚନା ପ୍ରସାରଣ କରିଛୁ। ପାଠକମାନେ ସାଇବର ଅପରାଧ ପ୍ରତି ସତର୍କ ରହିବା ଜରୁରୀ।)

OR Special
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe