Advertisment

ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନାରେ ବ୍ୟାଙ୍କ କେତେ ଟଙ୍କା ଋଣ ଦେଇଛି ?

ନୂଆଦିଲ୍ଲୀ: ମୋଦି ସରକାର ଆସିବା ପରେ ଷ୍ଟାଣ୍ଡଅପ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ପ୍ରଚଳନ ହେବା ଦିନଠାରୁ ଚଳିତ ବର୍ଷ ଜାନୁଆରୀ ୩୧ତାରିଖ ସୁଦ୍ଧା ୧,୧୦,୦୧୯ଜଣ ବିଭିନ୍ନ ତାଲିକାଭୁକ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି । ଏହି ଯୋଜନାରେ ହିତାଧିକାରୀମାନେ ୧୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ ଆରମ୍ଭ କିମ୍ବା ବ୍ୟବସାୟର ସମ୍ପ୍ରସାରଣ ପାଇଁ ବ୍ୟଙ୍କରୁ ଋଣ ନେଇ ପାରିବେ। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏକ ଲିଖିତ ପ୍ରଶ୍ନର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନାରେ ବ୍ୟାଙ୍କ କେତେ ଟଙ୍କା ଋଣ ଦେଇଛି ?

MINISTRY OF FINANCE

ନୂଆଦିଲ୍ଲୀ: ମୋଦି ସରକାର ଆସିବା ପରେ ଷ୍ଟାଣ୍ଡଅପ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ପ୍ରଚଳନ ହେବା ଦିନଠାରୁ ଚଳିତ ବର୍ଷ ଜାନୁଆରୀ ୩୧ତାରିଖ ସୁଦ୍ଧା ୧,୧୦,୦୧୯ଜଣ ବିଭିନ୍ନ ତାଲିକାଭୁକ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି । ଏହି ଯୋଜନାରେ ହିତାଧିକାରୀମାନେ ୧୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ ଆରମ୍ଭ କିମ୍ବା ବ୍ୟବସାୟର ସମ୍ପ୍ରସାରଣ ପାଇଁ ବ୍ୟଙ୍କରୁ ଋଣ ନେଇ ପାରିବେ। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାକୁ ଏହା ଜଣାଇଛନ୍ତି।

Advertisment

ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀଠାକୁର ଆହୁରି ମଧ୍ୟ ଜଣାଇଛନ୍ତି ଯେ ୨୦୧୬ ମସିହାର ଏପ୍ରିଲ ୧୬ତାରିଖ ଦିନ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଯୋଜନାର  ଅବଧିକୁ ୨୦୨୫ ମସିହା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହି ଯୋଜନାରେ ୧୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟର ସମ୍ପ୍ରସାରଣ କିମ୍ବା ନୂଆ ବ୍ୟବସାୟ ପାଇଁ ବ୍ୟାଙ୍କଗୁଡିକ ଋଣ ଦେଇଥାଆନ୍ତି । ସବୁଜ ଉଦ୍ୟୋଗ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ନିର୍ମାଣ କ୍ଷେତ୍ର ଏବଂ ବ୍ୟବସାୟ ପାଇଁ ପ୍ରତ୍ୟେକ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କର ପ୍ରତ୍ୟେକ ଶାଖା ଅନ୍ୟୂନ ଜଣେ ତଫସିଲଭୁକ୍ତ ଜାତିର, ଜଣେ ତଫସିଲଭୁକ୍ତ ଉପଜାତିର ଏବଂ ଜଣେ ମହିଳା ଉଦ୍ୟୋଗୀଙ୍କୁ ୧୦ଲକ୍ଷରୁ ୧କୋଟି ଟଙ୍କା ମଧ୍ୟରେ ଋଣ ଦେବେ।