Advertisment

Razorpay, PayTM, Bill Deskରେ ହେଉଛି ବେଆଇନ୍ କାରବାର !

ନୂଆଦିଲ୍ଲୀ: ଅନ୍ ଲାଇନରେ ଜିନିଷ କିଣିବା ବିକା କରିବା ବେଳେ ପେମେଣ୍ଟ ଗେଟଓ୍ୱେ କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏହି ପେମେଣ୍ଟ ଗେଟଓ୍ୱେ ଜରିଆରେ ଦେଶରେ ଡିଜିଟାଲ ଟ୍ରାଞ୍ଜାକସନ ବଢ଼ିଛି। ଏବେ କିନ୍ତୁ ଏହି ପେମେଣ୍ଟ ଗେଟଓ୍ୱ ଜରିଆରେ ବେଆଇନ୍ କାମ ହେଉଛି। ପେମେଣ୍ଟ ଗେଟଓ୍ୱେ ଜରିଆରେ ଚାଇନିଜ ବେଟିଂ (ଜୁଆ) ଆପ୍ସକୁ ଭାରତୀୟ କରେନ୍ସି ବା ମୁଦ୍ରା ଟ୍ରାନ୍ସଫର ହେଉଛି। ଯାହାକି ବେଆଇନ୍ ବୋଲି ଇଡି କହିଛି। ତେଣୁ ଇଡିର ସ୍କାନରରେ ଏବେ Razorpay, […]

ଅଦ୍ୟତନ ହୋଇଛି
Razorpay, PayTM, Bill Deskରେ ହେଉଛି ବେଆଇନ୍ କାରବାର !

payment-gatway

Advertisment

ନୂଆଦିଲ୍ଲୀ: ଅନ୍ ଲାଇନରେ ଜିନିଷ କିଣିବା ବିକା କରିବା ବେଳେ ପେମେଣ୍ଟ ଗେଟଓ୍ୱେ କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏହି ପେମେଣ୍ଟ ଗେଟଓ୍ୱେ ଜରିଆରେ ଦେଶରେ ଡିଜିଟାଲ ଟ୍ରାଞ୍ଜାକସନ ବଢ଼ିଛି। ଏବେ କିନ୍ତୁ ଏହି ପେମେଣ୍ଟ ଗେଟଓ୍ୱ ଜରିଆରେ ବେଆଇନ୍ କାମ ହେଉଛି। ପେମେଣ୍ଟ ଗେଟଓ୍ୱେ ଜରିଆରେ ଚାଇନିଜ ବେଟିଂ (ଜୁଆ) ଆପ୍ସକୁ ଭାରତୀୟ କରେନ୍ସି ବା ମୁଦ୍ରା ଟ୍ରାନ୍ସଫର ହେଉଛି। ଯାହାକି ବେଆଇନ୍ ବୋଲି ଇଡି କହିଛି। ତେଣୁ ଇଡିର ସ୍କାନରରେ ଏବେ Razorpay, PayTM, Bill Desk ଭଳି ପେମେଣ୍ଟ ଗେଟଓ୍ୱେ କମ୍ପାନୀ। ପ୍ରଥମ ଥର ପାଇଁ ଇଡି ଏହି ସବୁ ପେମେଣ୍ଟ ଗେଟଓ୍ୱେ ଆପ୍ସ ବିରୋଧରେ ଏପରି ଅଭିଯୋଗ ଆଣିଛି।

Advertisment

ଇକୋନମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ନିକଟରେ ଅନେକ ଭାରତୀୟ ଏବେ ଚାଇନିଜ ବେଟିଂ ଆପ୍ସରେ ପଇସା ଲଗାଉଛନ୍ତି। ଏହି ପଇସା ଲଗାଇବା ପ୍ରକ୍ରିୟା ସହଜ ହୋଇପାରିଛି ପେମେଣ୍ଟ ଗେଟଓ୍ୱେ କମ୍ପାନୀ ପାଇଁ। ଯାହାକି ୨୦୦୨ର ମନି ଲଣ୍ଡରିଂ ଆକ୍ଟକୁ ଉଲ୍ଲଂଘନ କରୁଛି। ଇଡି ଅଧିରାରୀ ଏବେ ଏହି ପ୍ରସଙ୍ଗରେ ଅଧିକ ତଦନ୍ତ କରୁଛନ୍ତି। ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ  ପେମେଣ୍ଟ ଗେଟଓ୍ୱେ କମ୍ପାନୀ ଚାଇନିଜ ବେଟିଂ ଆପ୍ସ ସହିତ ହାତ ମିଳାଇଛନ୍ତି। ଯାହାକି ବେଆଇନ୍। ଏବେ Razorpay ଏବଂ ବେଙ୍ଗାଲୁରୁ ୟୁନିକର୍ଣ୍ଣ କମ୍ପାନୀ ବାବଦରେ ଇଡି ତଦନ୍ତ କରୁଛି। ଇଡି ତଦନ୍ତ ବେଳେ ଏହି ସବୁ ପେମେଣ୍ଟ ଗେଟେଓ୍ୱେ କମ୍ପାନୀଗୁଡିକୁ ପଚାରିଛି ଯେ ସେମାନେ କିପରି ଚାଇନିଜ୍ ଆପ୍ ଉପରେ ଭାରତୀୟଙ୍କୁ ପଇସା ଲଗାଇବାକୁ ଅନୁମତି ଦେଉଛନ୍ତି।

ପେମେଣ୍ଟ ଗେଟଓ୍ୱେ କମ୍ପାନୀ କ୍ୟାଶଫ୍ରିର ଜଣେ ମୁଖପାତ୍ର କହିଛନ୍ତି, "ବାଙ୍ଗାଲୋର ଇଡି ଦ୍ୱାରା କିଛି ପେମେଣ୍ଟ ଗେଟୱେ କମ୍ପାନୀ ବିରୋଧରେ ତଦନ୍ତ କରାଯାଉଛି। ଆମେ ଇଡି ସହିତ ସମ୍ପୂର୍ଣ୍ଣ ସହଯୋଗ କରିଛୁ ଏବଂ ସେମାନେ ଆବଶ୍ୟକ କରୁଥିବା ସମସ୍ତ ସୂଚନା ପ୍ରଦାନ କରିଛୁ। ଇଡି ଅଧିକାରୀମାନେ ଆମର ପ୍ରୋଟୋକଲରେ ସନ୍ତୁଷ୍ଟ ଅଛନ୍ତି।"

Advertisment

ଏହି ସମୟରେ, ଭାରତୀୟ ବୈଦେଶିକ ବିନିମୟ ପରିଚାଳନା ଆଇନର ନିୟମ ଅନୁଯାୟୀ, ଆର୍ଥିକ ଜାଲିଆତିରୁ ରକ୍ଷା ପାଇବା ପାଇଁ ଯେକୌଣସି କାରବାର ପ୍ରକ୍ରିୟାକରଣ କରିବା ସମୟରେ ପେମେଣ୍ଟ ଗେଟୱେଗୁଡିକ ସଠିକ୍ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe