Advertisment

ଏପ୍ରିଲ ୧ରୁ କମିବ ରୋଷେଇ ଗ୍ୟାସ ଦର

ନୂଆଦିଲ୍ଲୀ: ଆସନ୍ତାକାଲି ଏପ୍ରିଲ ୧। ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ। ଆଉ ପ୍ରଥମ ଦିନରେ ଏଲପିଜି ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା କମିବ ବୋଲି ନିଷ୍ପତ୍ତି ନେଇଛି ତେଲ କମ୍ପାନୀ। ନୂଆ ମୂଲ୍ୟ ଏପ୍ରିଲ ୧ରୁ ଲାଗୁ ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଛି। ଏହି କାରଣରୁ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ସ୍ୱାଭାବିକ। ତେଣୁ ଗତ ସପ୍ତାହରୁ ପେଟ୍ରୋଲ ଏବଂ […]

ଅଦ୍ୟତନ ହୋଇଛି
ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

LPG-CYLINDER

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ଏପ୍ରିଲ ୧। ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ। ଆଉ ପ୍ରଥମ ଦିନରେ ଏଲପିଜି ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା କମିବ ବୋଲି ନିଷ୍ପତ୍ତି ନେଇଛି ତେଲ କମ୍ପାନୀ। ନୂଆ ମୂଲ୍ୟ ଏପ୍ରିଲ ୧ରୁ ଲାଗୁ ହେବ।

Advertisment

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଛି। ଏହି କାରଣରୁ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ସ୍ୱାଭାବିକ। ତେଣୁ ଗତ ସପ୍ତାହରୁ ପେଟ୍ରୋଲ ଏବଂ ଡିଜେଲ ଇତିମଧ୍ୟରେ ତିନିଥର ହ୍ରାସ ପାଇଛି।

https://twitter.com/ANI/status/1377248592813903874?s=20

ଏବେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୧୯ ଟଙ୍କା, କୋଲକାତାରେ ୮୪୫.୫୦ ଟଙ୍କା, ମୁମ୍ବାଇରେ ୮୧୯ ଟଙ୍କା ଏବଂ ଚେନ୍ନାଇରେ ୮୩୫ ଟଙ୍କା ରହିଛି। ମୂଲ୍ୟ ହ୍ରାସ ପରେ ଏପ୍ରିଲ ୧ରୁ ଏହି ଦର ଦିଲ୍ଲୀରେ ୮୦୯ ଟଙ୍କା, କୋଲକାତାରେ ୮୩୫.୫୦ ପଇସା, ମୁମ୍ବାଇରେ ୮୦୯ ଟଙ୍କା ଏବଂ ଚେନ୍ନାଇରେ ୮୨୫ ଟଙ୍କାକୁ ହ୍ରାସ ପାଇବ।

Advertisment

ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ୧୨୫ ଟଙ୍କା ବୃଦ୍ଧି ପାଇଛି। ଫେବୃଆରୀ ୪ ରେ ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା, ଏହା ପରେ ଫେବୃଆରୀ ୧୫ରେ ୫୦ ଟଙ୍କା ବୃଦ୍ଧି ପାଇଥିଲା, ଫେବୃଆରୀ ୨୫ରେ ପୁଣି ୨୫ ଟଙ୍କା ଏବଂ ମାର୍ଚ୍ଚ ୧ରେ ପୁଣି ୨୫ ଟଙ୍କା ବୃଦ୍ଧି ପାଇଥିଲା।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୬୪ ଡଲାର ରହିଛି। ମାର୍ଚ୍ଚ ସପ୍ତାହରେ ଏହା ୭୧ ଡଲାର ଥିଲା। ତେବେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର କମିବ ବୋଲି ଜଣାପଡ଼ିଛି। ଯାହାକି ସପ୍ତାହକ ମଧ୍ୟରେ ୬୦ ପଇସାରୁ ଅଧିକ କମିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe