Advertisment

ଦେଶରେ କମୁନି ତୈଳଦର, ପୁଣି ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନାହିଁ। ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଏକାଧିକ ସହରରେ ପେଟ୍ରୋଲ ଦର ୧୦୦ ଉପରେ ରହିଥିବା କ୍ରମାଗତ ଭାବେ ଏହାର ଦାମ ବଢ଼ିବାରେ ଲାଗିଛି। ଦରବୃଦ୍ଧି ହେଉଥିବାରୁ ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋଚ୍ଚ ରେକର୍ଡ ସ୍ତରରେ ପହଞ୍ଚି ଗଲାଣି। କିଛି ସ୍ଥାନରେ ପେଟ୍ରୋଲ ଦାମ ୧୧୨ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦାମ […]

author-image
Hemant Lenka
ଦେଶରେ କମୁନି ତୈଳଦର, ପୁଣି ଲୋକଙ୍କୁ ମହଙ୍ଗା ମାଡ଼

Petrol

ନୂଆଦିଲ୍ଲୀ: ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନାହିଁ। ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଏକାଧିକ ସହରରେ ପେଟ୍ରୋଲ ଦର ୧୦୦ ଉପରେ ରହିଥିବା କ୍ରମାଗତ ଭାବେ ଏହାର ଦାମ ବଢ଼ିବାରେ ଲାଗିଛି। ଦରବୃଦ୍ଧି ହେଉଥିବାରୁ ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋଚ୍ଚ ରେକର୍ଡ ସ୍ତରରେ ପହଞ୍ଚି ଗଲାଣି। କିଛି ସ୍ଥାନରେ ପେଟ୍ରୋଲ ଦାମ ୧୧୨ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦାମ ୧୦୩ ଟଙ୍କା ଅତିକ୍ରମ କରି ସାରିଲାଣି।

Advertisment

ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି। ଫଳରେ ଏଠାରେ ପେଟ୍ରୋଲର ଲିଟର ପିଛା ଦର ୧୦୦.୫୬ ଟଙ୍କାରୁ ବୃଦ୍ଧି ପାଇ ୧୦୦.୯୧ ଟଙ୍କାରେ ପହଞ୍ଚି ଯାଇଛି। ଡିଜେଲର ଲିଟର ପିଛା ଦର ୨୬ ପଇସା ମହଙ୍ଗା ହୋଇଛି। ଦିଲ୍ଲୀରେ ଆଜି ଡିଜେଲର ଲିଟର ପିଛା ୮୯.୮୮ ଟଙ୍କାରେ ବିକ୍ରି କରାଯାଉଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଛୁଇଁବାକୁ ବସିଲାଣି। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୯୩ ଟଙ୍କା ଓ ଡିଜେଲର ଦାମ ୯୭.୪୬ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୧୦୧.୬୭ ଟଙ୍କା ଓ ଡିଜେଲ ଦାମ ୯୪.୩୯ ଟଙ୍କା ରହିଛି।

Advertisment

ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ୧୦୪.୨୯ ଟଙ୍କାକୁ ଜମ୍ପ କରିଥିବା ବେଳେ ଡିଜେଲ ଦାମ ୯୫.୨୬ ଟଙ୍କା ରହିଛି। ବୁଧବାର କୋଲକାତାରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ପାର କରିଥିଲା। ଆଜି ଏହା ୩୯ ପଇସା ବଢ଼ିବା ପରେ ଏଠାରେ ଏହାର ଦାମ ୧୦୧.୦୧ ଟଙ୍କା ଓ ଡିଜେଲ ୯୨.୯୭ ଟଙ୍କାରେ ବିକ୍ରି ହେଉଛି।

ସୂଚନାଯୋଗ୍ୟ, ଚଳିତ ମାସରେ ତୈଳଦର ସମଗ୍ର ଦେଶରେ ୭ ଥର ବଢ଼ିଲାଣି। ବର୍ତ୍ତମାନ ଦେଶର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି। ସବୁଠାରୁ ଅଧିକ ଦାମରେ ପେଟ୍ରୋଲ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ବିକ୍ରି କରାଯାଉଛି।

ଏଠାରେ ପେଟ୍ରୋଲର ଲିଟର ପିଛା ଦାମ ୧୧୨.୨୪ ଟଙ୍କା ରହିଛି। ଏହି ଜିଲ୍ଲାରେ ଡିଜେଲ ଲିଟର ପିଛା ୧୦୩.୧୫ ଟଙ୍କାରେ ଲୋକମାନେ କିଣୁଛନ୍ତି। ମଧ୍ୟପ୍ରଦେଶର ରେୱା ଓ ଅନୁପୁରା ଜିଲ୍ଲାରେ ପେଟ୍ରୋଲ ଦର ୧୧୧.୮୨ ଟଙ୍କା ରହିଛି। ଡିଜେଲ ଦର ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୧୦୦.୭୨ ଟଙ୍କା ଓ ୧୦୧.୦୬ ଟଙ୍କା ରହିଛି।