Advertisment

ଉପର ମୁହାଁ ତେଲ ଦର, ମାସକରେ ବଢ଼ିଲାଣି ୮ ଥର

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ହେଲେ ପେଟ୍ରୋଲ ଓ ଡିଜେଲ ଦର କମିବାର ନାଁ ନେଉନି। ବର୍ଷେ ହେବ ତେଲ ଦର ବଢ଼ି ଚାଲିଛି। ଯାହାକି ଖାଉଟିଙ୍କୁ ଚିନ୍ତାରେ ପକାଇଲାଣି। ଏହି କ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୨୯ ପଇସା ଏବଂ ୩୪ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୯୨.୩୪ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା […]

ଉପର ମୁହାଁ ତେଲ ଦର, ମାସକରେ ବଢ଼ିଲାଣି ୮ ଥର

PETROL-DIESEL

Advertisment

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ହେଲେ ପେଟ୍ରୋଲ ଓ ଡିଜେଲ ଦର କମିବାର ନାଁ ନେଉନି। ବର୍ଷେ ହେବ ତେଲ ଦର ବଢ଼ି ଚାଲିଛି। ଯାହାକି ଖାଉଟିଙ୍କୁ ଚିନ୍ତାରେ ପକାଇଲାଣି। ଏହି କ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୨୯ ପଇସା ଏବଂ ୩୪ ପଇସା ବୃଦ୍ଧି ପାଇଛି।

Advertisment

ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୯୨.୩୪ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୮୨.୯୫ ଟଙ୍କା ରହିଛି। ଯାହାକି ଗତକାଲି ଯଥାକ୍ରମେ ୯୨.୦୫ ଟଙ୍କା ଏବଂ ଲିଟର ପିଛା ୮୨.୬୧ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ପ୍ରାୟ ୯୮.୬୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୧୧ ଟଙ୍କା ରହିଛି।

ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ କେତେକ ରାଜ୍ୟରେ ଏବଂ ମହାରାଷ୍ଟ୍ରର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିବାବେଳେ ପ୍ରିମିୟମ ପେଟ୍ରୋଲ କିଛି ସମୟ ପାଇଁ ସେହି ସ୍ତରରୁ ଅଧିକ ରହିଥିଲା। ଗତ ପାଞ୍ଚ ଦିନରେ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୁରୁବାର ତେଲ ଦର ଅପରିବର୍ତ୍ତିତ ରହିବା ପରେ ଶୁକ୍ରବାର ପୁଣି ବଢ଼ିଛି। ମେ ମାସରେ ଏପର୍ଯ୍ୟନ୍ତ ୮ ଦର ତେଲ ଦର ବଢ଼ିଛି। ମୋଟ୍ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧.୭୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୨.୨୨ ଟଙ୍କା ବୃଦ୍ଧି ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe