Advertisment

ହୋଲି ପୂର୍ବରୁ ତୈଳଦର ଲିଟର ପିଛା ୧୨ ଟଙ୍କା ବଢ଼ିବ!

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବ। ପୂର୍ବରୁ ଗୋଆ, ମଣିପୁର, ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଜି ୟୁପିର ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏକ୍ସଜିଟ ପୋଲ ଫଳାଫଳ ସାମ୍ନାକୁ ଆସିବ। ତେବେ ନିର୍ବାଚନ ସରିବା ପରେ ସମଗ୍ର ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏପରି କି ହୋଲି ପୂର୍ବରୁ […]

ହୋଲି ପୂର୍ବରୁ ତୈଳଦର ଲିଟର ପିଛା ୧୨ ଟଙ୍କା ବଢ଼ିବ!

petrol

Advertisment

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବ। ପୂର୍ବରୁ ଗୋଆ, ମଣିପୁର, ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଜି ୟୁପିର ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏକ୍ସଜିଟ ପୋଲ ଫଳାଫଳ ସାମ୍ନାକୁ ଆସିବ।

Advertisment

ତେବେ ନିର୍ବାଚନ ସରିବା ପରେ ସମଗ୍ର ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏପରି କି ହୋଲି ପୂର୍ବରୁ ତୈଳଦର ଲିଟର ପିଛା ପ୍ରାୟ ୧୨ ଟଙ୍କା ବଢ଼ିବ ବୋଲି କୁହାଯାଉଛି।

ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିଯୋଗୁ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ରେକର୍ଡ ୧୩୦ ଡଲାରରେ ପହଞ୍ଚି ଯାଇଛି। ୧୨ ଦିନ ହେଲା ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା।

Advertisment

କାରଣ ନିର୍ବାଚନ ଚାଲିଥିବାରୁ ସରକାର ତୈଳ ଦରରେ ହାତ ମାରୁ ନଥିଲେ। ଯେହେତୁ ଆଜି ବିଧାନସଭା ନିର୍ବାଚନ ସରିବ, କାଲି କିମ୍ବା ପହରଦିନ ଠାରୁ କ୍ରମାଗତ ଭାବେ ତୈଳଦର ବଢ଼ିବା ଆରମ୍ଭ ହେବ ବୋଲି ଅର୍ଥନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ପିଟିଆଇ ରିପୋର୍ଟ ଅନୁଯାୟୀ, ଦୀର୍ଘ ୪ ମାସ ହେଲା ତୈଳଦରରେ କୌଣସି ପରିବର୍ତ୍ତନ ହୋଇନି। ତେଣୁ ମାର୍ଚ୍ଚ ୧୬ ସୁଦ୍ଧା ତୈଳଦର ଲିଟର ପିଛା ୧୨ କିମ୍ବା ତା’ଠାରୁ ଅଧିକ ମହଙ୍ଗା ହେବ। ୧୮ ତାରିଖରେ ହୋଲି ପର୍ବ ପାଳନ ହେବ। ଏହାପୂର୍ବରୁ ଲୋକମାନେ ମହଙ୍ଗା ମାଡ଼ର ଶିକାର ହେବେ।

ଗତବର୍ଷ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ୁଥିବାରୁ ଭାରତ ସରକାର ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ଏଥିପାଇଁ ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କକୁ ୫ ଟଙ୍କା ଓ ଡିଜେଲ ଦାମକୁ ୧୦ ଟଙ୍କା ହ୍ରାସ କରିଥିଲେ। ତଥାପି ବିଭିନ୍ନ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି।

ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ତୈଳ କମ୍ପାନୀଗୁଡ଼ିକ ୪ ମାସ ହେଲା ଦାମରେ କୌଣସି ପରିବର୍ତ୍ତନ କରିନାହାନ୍ତି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପୁଣି ତୈଳଦର ବଢ଼ିବ ବୋଲି ପିଟିଆଇ ରିପୋର୍ଟ କରିଛି।

ରିପୋର୍ଟରେ ତୈଳ କମ୍ପାନୀ ସହ ଜଡ଼ିତ ଜଣେ ଅଧିକାରୀଙ୍କ ବୟାନ ମଧ୍ୟ ରହିଛି। ସେ କହିଛନ୍ତି, ଦୀର୍ଘ ୨ ମାସ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ୨ ମାସ ହେଲା ଭାରତୀୟ ତୈଳ କମ୍ପାନୀଗୁଡ଼ିକ ୧୨ ଟଙ୍କା କ୍ଷତିରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେଉଛନ୍ତି। ଏହାପଛରେ ବିଧାନସଭା ନିର୍ବାଚନ ହିଁ ପ୍ରମୁଖ କାରଣ। ତେଣୁ ମାର୍ଚ୍ଚ ୧୬ କିମ୍ବା ଏହାପୂର୍ବରୁ ତୈଳଦର ୧୨.୧ ଟଙ୍କା ମହଙ୍ଗା ହେବ। ଏପରି କି ଏହା ୧୫.୧ ଟଙ୍କାରେ ମଧ୍ୟ ପହଞ୍ଚିପାରେ।

ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଅଶୋଧିତ ତୈଳର ଆମଦାନୀ ପ୍ରଭାବିତ ହୋଇଛି। ଏହି କାରଣରୁ ଅଶୋଧିତ ତୈଳର ଦାମ ୧୩୦ ଡଲାର ଛୁଇଁଛି। ଭାରତ ସରକାର ମୋଟ ଆବଶ୍ୟକର ପ୍ରାୟ ଦୁଇ ତୃତୀୟାଂଶ ତୈଳ ଆମଦାନୀ କରନ୍ତି। ତେଣୁ ଏବେ ଏହାର ପ୍ରଭାବ ନିଶ୍ଚିତ ସାଧାରଣ ଲୋକଙ୍କ ଉପରେ ପଡ଼ିବ।

କେବଳ ଭାରତ ନୁହେଁ ଆମେରିକା ଓ ସମଗ୍ର ୟୁରୋପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe