କ୍ରମାଗତ ତୃତୀୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୋଧହୁଏ ତେଲ ଦର ବୃଦ୍ଧି ବହୁ ଆଗରୁ ହୋଇଥାନ୍ତା। ହେଲେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିଲା। କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏଭଳି ଆକଳନ କରାଯାଉଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏବେ ନୂଆ ଦର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୯୯ ଟଙ୍କା […]

petrol-and-diesel

petrol-and-diesel

Subhransu Sekhar
  • Published: Thursday, 06 May 2021
  • Updated: 06 May 2021, 08:08 AM IST

Sports

Latest News

ନୂଆଦିଲ୍ଲୀ: ବୋଧହୁଏ ତେଲ ଦର ବୃଦ୍ଧି ବହୁ ଆଗରୁ ହୋଇଥାନ୍ତା। ହେଲେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିଲା। କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏଭଳି ଆକଳନ କରାଯାଉଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏବେ ନୂଆ ଦର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୯୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୧.୪୨ ଟଙ୍କାକୁ ବୃଦ୍ଧି ହୋଇଛି। ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୭.୩୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୪୯ ଟଙ୍କାକୁ ବୃଦ୍ଧି ହୋଇଛି।

ଏହାପୂର୍ବରୁ ମେ ୪ ରେ ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୮ ପଇସା ବୃଦ୍ଧି କରାଯାଇଥିଲା। ଏହାପରେ, ମେ ୫ ରେ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ମହଙ୍ଗା ହୋଇଥିଲା। ଅର୍ଥାତ ତିନି ଦିନରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୬୯ ପଇସା ବୃଦ୍ଧି ପାଇଛି।

ପେଟ୍ରୋଲ ମୂଲ୍ୟରେ ୬୦ ପ୍ରତିଶତ କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ ରାଜ୍ୟ ଟ୍ୟାକ୍ସର ଅଂଶ ରହିଛି। ସେହିପରି ଡିଜେଲରେ ଏହା ୫୪ ପ୍ରତିଶତ ରହିଛି। ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୨.୯୦ ଟଙ୍କା ଥିବାବେଳେ ଡିଜେଲରେ ଏହା ଲିଟର ପିଛା ୩୧.୮୦ ଟଙ୍କା ରହିଛି।

ଆନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଆଧାରରେ ଏହି ଦର ସ୍ଥିର କରାଯାଏ। ବିଶ୍ୱରେ ଏବେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୬ - ୬୭ ଡଲାରରୁ ବୃଦ୍ଧି ପାଇ ବୁଧବାର ବ୍ୟାରେଲ ପିଛା ୬୯ ଡଲାର ହୋଇଛି।

ସୂଚନାଯୋଗ୍ୟ, ନିକଟରେ ବିଶ୍ୱରେ ଅଶୋଧିତ ତେଲର ଉତ୍ପାଦ ମୂଲ୍ୟ ବୃଦ୍ଧି ହୋଇଛି। ହେଲେ ନିର୍ବାଚନ ବେଳେ ତେଲ ଦର ସ୍ଥିର ରହିଥିବାରୁ ତେଲ କମ୍ପାନୀମାନେ ଲିଟର ପିଛା ୨-୩ ଟଙ୍କା କ୍ଷତି ସହୁଥିଲେ। ସେହିପରି ତେଲ କମ୍ପାନୀମାନେ ଚଳିତ ମାସ ଆରମ୍ଭରେ ATF (Aviation turbine fuel) ମୂଲ୍ୟ ୬.୭ ପ୍ରତିଶତ ବୃଦ୍ଧି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story