Advertisment

କ୍ରମାଗତ ତୃତୀୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୋଧହୁଏ ତେଲ ଦର ବୃଦ୍ଧି ବହୁ ଆଗରୁ ହୋଇଥାନ୍ତା। ହେଲେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିଲା। କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏଭଳି ଆକଳନ କରାଯାଉଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏବେ ନୂଆ ଦର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୯୯ ଟଙ୍କା […]

ଅଦ୍ୟତନ ହୋଇଛି
ହୋଶ୍ ଉଡ଼ାଇ ଦେଲାଣି ପେଟ୍ରୋଲ ଓ ଡିଜେଲ୍ ଦର

petrol-and-diesel

Advertisment

ନୂଆଦିଲ୍ଲୀ: ବୋଧହୁଏ ତେଲ ଦର ବୃଦ୍ଧି ବହୁ ଆଗରୁ ହୋଇଥାନ୍ତା। ହେଲେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିଲା। କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏଭଳି ଆକଳନ କରାଯାଉଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏବେ ନୂଆ ଦର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୯୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୧.୪୨ ଟଙ୍କାକୁ ବୃଦ୍ଧି ହୋଇଛି। ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୭.୩୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୪୯ ଟଙ୍କାକୁ ବୃଦ୍ଧି ହୋଇଛି।

Advertisment

ଏହାପୂର୍ବରୁ ମେ ୪ ରେ ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୮ ପଇସା ବୃଦ୍ଧି କରାଯାଇଥିଲା। ଏହାପରେ, ମେ ୫ ରେ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ମହଙ୍ଗା ହୋଇଥିଲା। ଅର୍ଥାତ ତିନି ଦିନରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୬୯ ପଇସା ବୃଦ୍ଧି ପାଇଛି।

ପେଟ୍ରୋଲ ମୂଲ୍ୟରେ ୬୦ ପ୍ରତିଶତ କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ ରାଜ୍ୟ ଟ୍ୟାକ୍ସର ଅଂଶ ରହିଛି। ସେହିପରି ଡିଜେଲରେ ଏହା ୫୪ ପ୍ରତିଶତ ରହିଛି। ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୨.୯୦ ଟଙ୍କା ଥିବାବେଳେ ଡିଜେଲରେ ଏହା ଲିଟର ପିଛା ୩୧.୮୦ ଟଙ୍କା ରହିଛି।

Advertisment

ଆନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଆଧାରରେ ଏହି ଦର ସ୍ଥିର କରାଯାଏ। ବିଶ୍ୱରେ ଏବେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୬ - ୬୭ ଡଲାରରୁ ବୃଦ୍ଧି ପାଇ ବୁଧବାର ବ୍ୟାରେଲ ପିଛା ୬୯ ଡଲାର ହୋଇଛି।

ସୂଚନାଯୋଗ୍ୟ, ନିକଟରେ ବିଶ୍ୱରେ ଅଶୋଧିତ ତେଲର ଉତ୍ପାଦ ମୂଲ୍ୟ ବୃଦ୍ଧି ହୋଇଛି। ହେଲେ ନିର୍ବାଚନ ବେଳେ ତେଲ ଦର ସ୍ଥିର ରହିଥିବାରୁ ତେଲ କମ୍ପାନୀମାନେ ଲିଟର ପିଛା ୨-୩ ଟଙ୍କା କ୍ଷତି ସହୁଥିଲେ। ସେହିପରି ତେଲ କମ୍ପାନୀମାନେ ଚଳିତ ମାସ ଆରମ୍ଭରେ ATF (Aviation turbine fuel) ମୂଲ୍ୟ ୬.୭ ପ୍ରତିଶତ ବୃଦ୍ଧି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe