Advertisment

ଇପିଏଫ ସୁଧହାର ହ୍ରାସ କଲେ ସରକାର, ୪ ଦଶନ୍ଧିରେ ସବୁଠାରୁ କମ

ନୂଆଦିଲ୍ଲୀ: କର୍ମଚାରୀ ଭବଷ୍ୟନିଧି ପାଣ୍ଠି(ଇପିଏଫ) ଉପରେ ମିଳୁଥିବା ସୁଧହାରକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଇପିଏଫ ଉପରେ ୮.୫% ସୁଧ ମିଳୁଥିବା ବେଳେ ଏବେ ଏହାକୁ ୮.୧%କୁ ହ୍ରାସ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ଏହି ନିୟମ ଲାଗୁ ହେବ। ଦୀର୍ଘ ୪ ଦଶନ୍ଧି ମଧ୍ୟରେ ଇଫଏଫ ସୁଧ ହାର ଏତେ ମାତ୍ରାରେ ହ୍ରାସ ପାଇଛି। ଶେଷଥର ପାଇଁ ୧୯୭୭-୭୮ରେ ଇପିଏଫ ଉପରେ ୮% ସୁଧ ମିଳୁଥିଲା। ପିଟିଆଇ ସୂତ୍ରରୁ ଏପରି ଖବର ମିଳିଛି। ଇପିଏଫଓ […]

ଇପିଏଫ ସୁଧହାର ହ୍ରାସ କଲେ ସରକାର, ୪ ଦଶନ୍ଧିରେ ସବୁଠାରୁ କମ

PF

Advertisment

ନୂଆଦିଲ୍ଲୀ: କର୍ମଚାରୀ ଭବଷ୍ୟନିଧି ପାଣ୍ଠି(ଇପିଏଫ) ଉପରେ ମିଳୁଥିବା ସୁଧହାରକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଇପିଏଫ ଉପରେ ୮.୫% ସୁଧ ମିଳୁଥିବା ବେଳେ ଏବେ ଏହାକୁ ୮.୧%କୁ ହ୍ରାସ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ଏହି ନିୟମ ଲାଗୁ ହେବ। ଦୀର୍ଘ ୪ ଦଶନ୍ଧି ମଧ୍ୟରେ ଇଫଏଫ ସୁଧ ହାର ଏତେ ମାତ୍ରାରେ ହ୍ରାସ ପାଇଛି। ଶେଷଥର ପାଇଁ ୧୯୭୭-୭୮ରେ ଇପିଏଫ ଉପରେ ୮% ସୁଧ ମିଳୁଥିଲା। ପିଟିଆଇ ସୂତ୍ରରୁ ଏପରି ଖବର ମିଳିଛି।

Advertisment

ଇପିଏଫଓ ସହ ଏବେ ପ୍ରାୟ ୫ କୋଟି କର୍ମଚାରୀ ରହିଛନ୍ତି। ଏହା ସେମାନଙ୍କ ପାଇଁ ଶକ୍ତ ଝଟକା। କାରଣ ସେମାନେ ନିଜ ଜମା ରାଶି ଉପରେ ୨୦୨୦-୨୧ରେ ୮.୫% ଲେଖାଏ ସୁଧ ପାଉଥିଲେ। କିନ୍ତୁ ଏବେ ଏହା ୮.୧%କୁ ଖସି ଯାଇଛି। ନିକଟରେ ଗୌହାଟୀରେ ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିର ବୈଠକ ବସିଥିଲା। ଏହି ବୈଠକରେ ହିଁ ଇପିଏଫ ସୁଧକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ ଅର୍ଥ ମନ୍ତ୍ରଣାଳୟକୁ ପଠା ଯାଇଥିଲା। ମନ୍ତ୍ରଣାଳୟ ଏହା ଉପରେ ମୋହର ମାରିଛି।

Advertisment


ସୂଚନାଯୋଗ୍ୟ, ୨୦୧୮-୧୯ ବର୍ଷ ପାଇଁ ଇପିଏଫ ଜମା ଉପରେ କର୍ମଚାରୀମାନେ ୮.୬୫% ସୁଧ ପାଉଥିଲେ। କିନ୍ତୁ ଏହାକୁ ସରକାର ୨୦୨୦ ମାର୍ଚ୍ଚରେ ୮.୫%କୁ ହ୍ରାସ କରିଥିଲେ, ଯାହା ୭ ବର୍ଷ ମଧ୍ୟରେ ସବୁଠାରୁ କମ ଥିଲା। ଏହି ନିୟମ ୨୦୧୯-୨୦ ବର୍ଷ ପାଇଁ ଲାଗୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe