Advertisment

'ମେଡ୍ ଇନ୍ ଇଣ୍ଡିଆ ନିର୍ମିତ ଉତ୍ପାଦ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବଢ଼ିଛି'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବୈଠକର ବିଷୟବସ୍ତୁ ‘India@75: Government and Business working together for AatmaNirbhar Bharat’ ଉପରେ ଆଲୋଚନା କରି […]

ଅଦ୍ୟତନ ହୋଇଛି
'ମେଡ୍ ଇନ୍ ଇଣ୍ଡିଆ ନିର୍ମିତ ଉତ୍ପାଦ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବଢ଼ିଛି'

pm-modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବୈଠକର ବିଷୟବସ୍ତୁ ‘India@75: Government and Business working together for AatmaNirbhar Bharat’ ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ମତାମତ ଓ ପରାମର୍ଶ ଦେଇଥିଲେ।

Advertisment

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର ୭୫ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ଭାରତର ବିକାଶ ଓ ସାମର୍ଥ୍ୟ ପାଇଁ ରହିଥିବା ବିଶ୍ୱାସପୂର୍ଣ୍ଣ ପରିବେଶର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ସେ ଉଦ୍ୟୋଗ ଜଗତକୁ ପରାମର୍ଶ ଦେଇ କହିଛନ୍ତି,  ନୂଆ ଭାରତ ନୂଆ ବିଶ୍ୱ ସହ ସାଥୀ ହୋଇ ଚାଲିବା ଲାଗି ପ୍ରସ୍ତୁତ। ଏକଦା ବିଦେଶୀ ନିବେଶକୁ ନେଇ ଶଙ୍କାଗ୍ରସ୍ତ ଥିବା ଭାରତ ଏବେ ସବୁପ୍ରକାରର  ନିବେଶକୁ ସ୍ୱାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନୁରୂପ ଭାବେ, ପୂର୍ବରୁ ଥିବା ଟିକସ ନୀତି ନିବେଶକମାନଙ୍କ ମଧ୍ୟରେ ନିରାଶା ଉତ୍ପନ୍ନ କରୁଥିଲା। ହେଲେ ଏବେ ସେହି ଭାରତରେ ବିଶ୍ୱର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କର୍ପୋରେଟ ଟିକସ ବ୍ୟବସ୍ଥା ଓ ଫେସଲେସ ଟିକସ ପ୍ରଣାଳୀ ରହିଛି।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଯାହାକିଛି ବିଦେଶୀ, ତାହା ଉନ୍ନତ ବୋଲି ବିବେଚନା କରାଯାଉଥିଲା। ଏହି ମାନସିକତାର ପରିଣାମ କ’ଣ ହେଲା, ତାହା ଆପଣଙ୍କ ଭଳି ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭଲ ଭାବେ ଜାଣନ୍ତି। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଆମର ନିଜ ବ୍ରାଣ୍ଡ ମଧ୍ୟ, ଯାହାକୁ ଆମେ ଅନେକ ପରିଶ୍ରମ କରି ଛିଡ଼ା କରିଥିଲୁ, ସେଗୁଡ଼ିକୁ ବିଦେଶୀ ନାମରେ ହିଁ ପ୍ରଚାରିତ କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆଜି ଦେଶବାସୀଙ୍କ ଭାବନା ଭାରତରେ ନିର୍ମିତ ଉତ୍ପାଦ ସହିତ ରହିଛି। ସେ କହିଥିଲେ ଯେ କମ୍ପାନୀ ଭାରତୀୟ ହେବା ଜରୁରି ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ନିର୍ମିତ ଉତ୍ପାଦକୁ ହିଁ ଆପଣାଇବାକୁ ଚାହୁଁଛି।

ଆମର ଉଦ୍ୟୋଗ ଜଗତ ପ୍ରତି ଦେଶର ବିଶ୍ୱାସ ରହିଛି। ଏହାର ପରିଣାମ ଫଳରେ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜନେସ ଏବଂ ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂରେ ସୁଧାର ଆସିଛି। କମ୍ପାନୀ ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ପ୍ରମାଣିତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe