Advertisment

ସରକାର କାହିଁକି ଘରୋଇକରଣକୁ ଗୁରୁତ୍ୱ ଦେଉଛନ୍ତି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ ଏବଂ କେନ୍ଦ୍ର ସରକାର ରଣନୀତିକ କ୍ଷେତ୍ରରେ କିଛି ସରକାରୀ କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ରଗୁଡିକର କାର୍ଯ୍ୟକୁ ଘରୋଇକରଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହ କହିଛନ୍ତି। ଦୁର୍ବଳ ହୋଇପଡ଼ିଥିବା ପିଏସୟୁ ଗୁଡ଼ିକୁ ଆର୍ଥିକ ସହାୟତା ହେତୁ ଅର୍ଥନୀତି ଭାର ବହନ କରୁଛି। କମ୍ପାନୀଗୁଡିକ ଉପରେ ଆୟୋଜିତ ଏକ ୱେବିନିରରେ ମୋଦି କହିଛନ୍ତି ଯେ ୨୦୨୧-୨୨ ବଜେଟରେ ଭାରତକୁ ଉଚ୍ଚ ଅଭିବୃଦ୍ଧି ପଥରେ ନେବାକୁ ଏକ ସ୍ୱଚ୍ଛ ରୋଡମ୍ୟାପ […]

ସରକାର କାହିଁକି ଘରୋଇକରଣକୁ ଗୁରୁତ୍ୱ ଦେଉଛନ୍ତି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

narendra-modi

Advertisment

ନୂଆଦିଲ୍ଲୀ: ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ ଏବଂ କେନ୍ଦ୍ର ସରକାର ରଣନୀତିକ କ୍ଷେତ୍ରରେ କିଛି ସରକାରୀ କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ରଗୁଡିକର କାର୍ଯ୍ୟକୁ ଘରୋଇକରଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହ କହିଛନ୍ତି।

Advertisment

ଦୁର୍ବଳ ହୋଇପଡ଼ିଥିବା ପିଏସୟୁ ଗୁଡ଼ିକୁ ଆର୍ଥିକ ସହାୟତା ହେତୁ ଅର୍ଥନୀତି ଭାର ବହନ କରୁଛି। କମ୍ପାନୀଗୁଡିକ ଉପରେ ଆୟୋଜିତ ଏକ ୱେବିନିରରେ ମୋଦି କହିଛନ୍ତି ଯେ ୨୦୨୧-୨୨ ବଜେଟରେ ଭାରତକୁ ଉଚ୍ଚ ଅଭିବୃଦ୍ଧି ପଥରେ ନେବାକୁ ଏକ ସ୍ୱଚ୍ଛ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି।

ଅନେକ ସରକାରୀ କ୍ଷେତ୍ର କ୍ଷତି ସହୁଛି। ଅନେକଙ୍କୁ ଟିକସଦାତାଙ୍କ ଟଙ୍କା ଦ୍ୱାରା ସାହାଯ୍ୟ କରାଯାଉଛି। ଦୁର୍ବଳ ହୋଇଥିବା ପିଏସୟୁ ଗୁଡ଼ିକୁ ଆର୍ଥିକ ସହାୟତା କରିବା ଦ୍ୱାରା ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ସେ କହିଛନ୍ତି ଯେ ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ, ସରକାର ଜନ କଲ୍ୟାଣ ଉପରେ ଧ୍ୟାନ ଦେବା ଉଚିତ୍। ସରକାରଙ୍କର ଏପରି ଅନେକ ସମ୍ପତ୍ତି ଅଛି ଯାହା ସମ୍ପୂର୍ଣ୍ଣ ଭାବେ ବ୍ୟବହାର ହୋଇନାହିଁ ତାହା ବେକାର ହୋଇ ପଡ଼ି ରହିଛି। ବଜାରରେ ଏପରି ୧୦୦ ପିଏସୟୁ ସମ୍ପତ୍ତିକୁ ବିକିଲେ ୨.୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇବ।

Advertisment

ମୋଦି କହିଛନ୍ତି ଯେ ଦକ୍ଷତା ଘରୋଇ କ୍ଷେତ୍ରରୁ ଆସିଥାଏ, ରୋଜଗାର ଉପଲବ୍ଧ ହୁଏ। ଘରୋଇକରଣ ଏବଂ ସମ୍ପତ୍ତିର ବିମୁଦ୍ରୀକରଣରୁ ଆସୁଥିବା ଅର୍ଥ ଜନସାଧାରଣଙ୍କ ପାଇଁ ଖର୍ଚ୍ଚ ହେବ। ସରକାର ଚାରୋଟି ରଣନୀତିକ କ୍ଷେତ୍ର ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ସରକାରୀ କ୍ଷେତ୍ରକୁ ଘରୋଇକରଣ କରିବା ପାଇଁ ପ୍ରତିବଦ୍ଧ।

ସରକାର ୧୧୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ନୂଆ ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ପାଇପଲାଇନ (ତାଲିକା) ଉପରେ କାର୍ଯ୍ୟ କରୁଛନ୍ତି। ଭାରତ ବର୍ତ୍ତମାନ ଗୋଟିଏ ବଜାର, ଗୋଟିଏ ଟିକସ ବ୍ୟବସ୍ଥା ଉପରେ କାମ କରୁଛନ୍ତି ବୋଲି ମୋଦି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe