/odisha-reporter/media/post_attachments/uploads/2021/04/radhakrishnan-damani.jpg)
radhakrishnan-damani
ମୁମ୍ୱାଇ: ଉଦ୍ୟୋଗପତି ରାଧାକୃଷ୍ଣନ ଦମାନୀ କିଣିଛନ୍ତି କୋଠା। ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୩୧ରେ ୧୦୦୦ କୋଟି ଟଙ୍କାର କୋଠା କିଣିଛନ୍ତି ଏହି ବ୍ୟବସାୟୀ। ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇର ମଲାବାର ହିଲରେ ସେ ଏହି ଉଚ୍ଚ ଅଟ୍ଟାଳିକା କିଣିଛନ୍ତି। ରାଧାକୃଷ୍ଣନ ଦେଶରେ ରିଟେଲ ଚେନ୍ ବ୍ୟବସାୟ କରନ୍ତି। ବିଭିନ୍ନ ମେଟ୍ରୋ ସହରରେ ଥିବା ଡିମାର୍ଟ ସପିଂ ମଲର ମାଲିକ ହେଉଛନ୍ତି ଏହି ବ୍ୟବସାୟୀ।
ଦମାନୀଙ୍କ ଘରଟି ୫୭୫୨.୨୨ ସ୍କୋୟାର ଫୁଟର। ଯାହାର ବଜାର ମୂଲ୍ୟ ୭୨୪ କୋଟି ଟଙ୍କା ରହିଛି। ହେଲେ କିଣିବା ବେଳେ ଷ୍ଟାମ୍ପ ଡ୍ୟୁଟି ବା ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ୩୦ କୋଟି ଟଙ୍କା ଦେଇଛନ୍ତି। ତେଣୁ ମୋଟ୍ ୧୦୦୦ କୋଟି ଟଙ୍କାରେ ସେ ମୁମ୍ୱାଇର ମଲାବାର ହିଲରେ କୋଠା କିଣିଛନ୍ତି। ରାଧାକ୍ରିଷ୍ଣନ ଦମାନୀ ଏବଂ ତାଙ୍କ ଭାଇ ଗୋପିକ୍ରିଷ୍ନନ ଦମାନୀ ଏହି କୋଠା ପୁରଚନ୍ଦ ରୟଚନ୍ଦ ଆଣ୍ଡ ସନ୍ସ ପାଖରୁ ଏହି ଉଚ୍ଚ ଅଟ୍ଟାଳିକା କିଣିଛନ୍ତି।
ଦମାନୀଙ୍କ ବ୍ୟବସାୟିକ ଯାତ୍ରା ଅନେକ ବ୍ୟବସାୟୀଙ୍କ ପାଇଁ ପ୍ରେରଣାଦାୟକ। ମୁମ୍ୱାଇର ଏକ ଛୋଟିଆ ଆପାର୍ଟମେଣ୍ଟରେ ଗୋଟିଏ ଘର ଭଡ଼ା ନେଇ ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଆଉ ଏହି ଘରୁ ହିଁ ଆଭେନ୍ୟୁ ସୁପରମାର୍ଟ ଲିମିଟେଡ୍ ଅଧୀନରେ ଥିବା ଡି’ମାର୍ଟକୁ ସେ ପରିଚାଳନା କରନ୍ତି।
୨୦୨୦ର ଫୋର୍ବସ୍ ଇଣ୍ଡିଆର ସମୃଦ୍ଧ ତାଲିକା ଅନୁଯାୟୀ, ଦମାନୀ ହେଉଛନ୍ତି ଭାରତର ଚତୁର୍ଥ ଧନୀ ବ୍ୟକ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୫.୪ ବିଲିୟନ ଡ଼ଲାର। ତେବେ କରୋନା ମହାମାରୀ ପାଇଁ ଦେଶରେ ବିଭିନ୍ନ ବ୍ୟବସାୟ ପ୍ରଭାବିତ ହୋଇଛି। ଆଉ ଡି-ମାର୍ଟ ବି ପ୍ରଭାବିତ ହୋଇଥିଲା। କିନ୍ତୁ ଗତବର୍ଷ ଅକ୍ଟୋବରରୁ ରିଏଲ ଇଷ୍ଟେଟ ବ୍ୟବସାୟ ପ୍ରତିମାସ ବୃଦ୍ଧି ପାଇବା ପରେ ତାଙ୍କର ବ୍ୟବସାୟରେ ମଧ୍ୟ ବୃଦ୍ଧି ପାଇଛି।
ତେବେ ମୁମ୍ୱାଇରେ ଦାମୀ ଘର କିଣିବା କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୧୫ରେ ପୋନାୱାଲା ଗ୍ରୁପର ଚେୟାରମ୍ୟାନ୍ ସାଇରସ୍ ପୋନାୱାଲା ୭୫୦ କୋଟି ଟଙ୍କାରେ ଆଇକନିକ୍ ଲିଙ୍କୋଇନ ହାଉସ କିଣିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
