Advertisment

ମାଷ୍ଟରକାର୍ଡ ଉପରେ ଆରବିଆଇ ଲଗାଇଲା ବ୍ୟାନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ମାଷ୍ଟରକାର୍ଡ ଏସିଆ ଉପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆରବିଆଇ ନୂଆ କ୍ରେଡିଟ, ଡେଭିଟ କାର୍ଡ ଓ ପ୍ରି-ପେଡ୍‌ କାର୍ଡ ପ୍ରଦାନ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ମାଷ୍ଟରକାର୍ଡ ସ୍ଥାନୀୟ ଡାଟା ଷ୍ଟୋରେଜ୍ ମାନଦଣ୍ଡକୁ ପାଳନ କରୁ ନଥିବାରୁ ଆରବିଆଇ ପକ୍ଷରୁ ଏହା ଉପରେ ବ୍ୟାନ ଲଗାଯାଇଛି। ଏହି ବ୍ୟାନ ଆଦେଶ ଜୁଲାଇ ୨୨ରୁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ମାଷ୍ଟରକାର୍ଡ ଏଣିକି ଆଉ ଗ୍ରାହକଙ୍କୁ କୌଣସି ନୂଆ କାର୍ଡ […]

ମାଷ୍ଟରକାର୍ଡ ଉପରେ ଆରବିଆଇ ଲଗାଇଲା ବ୍ୟାନ

Master-Card

Advertisment

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ମାଷ୍ଟରକାର୍ଡ ଏସିଆ ଉପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆରବିଆଇ ନୂଆ କ୍ରେଡିଟ, ଡେଭିଟ କାର୍ଡ ଓ ପ୍ରି-ପେଡ୍‌ କାର୍ଡ ପ୍ରଦାନ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ମାଷ୍ଟରକାର୍ଡ ସ୍ଥାନୀୟ ଡାଟା ଷ୍ଟୋରେଜ୍ ମାନଦଣ୍ଡକୁ ପାଳନ କରୁ ନଥିବାରୁ ଆରବିଆଇ ପକ୍ଷରୁ ଏହା ଉପରେ ବ୍ୟାନ ଲଗାଯାଇଛି।

Advertisment

ଏହି ବ୍ୟାନ ଆଦେଶ ଜୁଲାଇ ୨୨ରୁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ମାଷ୍ଟରକାର୍ଡ ଏଣିକି ଆଉ ଗ୍ରାହକଙ୍କୁ କୌଣସି ନୂଆ କାର୍ଡ ଦେଇପାରିବ ନାହିଁ।

ଆରବିଆଇ କହିଛି ଯେ ଯଥେଷ୍ଟ ସମୟ  ଓ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିବା ସତ୍ତ୍ୱେ ମାଷ୍ଟରକାର୍ଡ ପେମେଣ୍ଟ ସିଷ୍ଟମ ତଥ୍ୟର ସ୍ଥାନୀୟ ସଂରକ୍ଷଣ ପାଇଁ ଜାରି ନିର୍ଦ୍ଦେଶନାମାକୁ ପାଳନ କରିନାହିଁ। ଏହି କାରଣରୁ ମାଷ୍ଟରକାର୍ଡ ଭାରତରେ ଆଉ ନୂଆ ଗ୍ରାହକଙ୍କୁ ନିଜ ସହ ଯୋଡ଼ିପାରିବ ନାହିଁ। ଆରବିଆଇର ଏହି ନିର୍ଦ୍ଦେଶ ବର୍ତ୍ତମାନ ମାଷ୍ଟରକାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Advertisment

ମାଷ୍ଟରକାର୍ଡ ସମସ୍ତ କାର୍ଡ ପ୍ରଦାନକାରୀ ବ୍ୟାଙ୍କ ଓ ଅଣ ବ୍ୟାଙ୍କଗୁଡ଼ିକୁ ଏହି ନିର୍ଦ୍ଦେଶନାମା ପାଳନ କରିବାକୁ କହିବ। ଆରବିଆଇ କହିଛି ଯେ ପେମେଣ୍ଟ ଆଣ୍ଡ ସେଟଲେମେଣ୍ଟ ଅଧିନିୟମ ୨୦୦୭ର ଧାରା ୧୭ ଅନୁଯାୟୀ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ଆରବିଆଇ ମାଷ୍ଟରକାର୍ଡ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମାଷ୍ଟରକାର୍ଡ ହେଉଛି ଏକ ପେମେଣ୍ଟ ଅପରେଟର ଯାହାକି ପେମେଣ୍ଟ ଆଣ୍ଡ ସେଟଲେମେଣ୍ଟ ଅଧିନିୟମ ୨୦୦୭ ଅନୁଯାୟୀ ଦେଶରେ କାର୍ଡ ନେଟୱର୍କ ଚଳାଇବାକୁ ଅନୁମତି ପାଇଥିଲା। ୨୦୧୮ ଏପ୍ରିଲ ୬ରେ ପେମେଣ୍ଟ ସିଷ୍ଟମ ତଥ୍ୟ ସଂରକ୍ଷଣ ଉପରେ ଆରବିଆଇ ନିର୍ଦ୍ଦେଶନାମା ଜାରି କରିଥିଲା।

ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସ୍ଥାନୀୟ ତଥ୍ୟ ସଂରକ୍ଷଣ ନିୟମକୁ ଛଅ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ହେଲେ ମାଷ୍ଟରକାର୍ଡ ଏହାକୁ ଅନୁପାଳନ କରିନାହିଁ।

ପୂର୍ବରୁ ସମାନ କାରଣ ପାଇଁ ଚଳିତ ଏପ୍ରିଲ ମାସରେ ଆରବିଆଇ ଆମେରିକୀୟ ଏକ୍ସପ୍ରେସ ବ୍ୟାଙ୍କିଙ୍ଗ କର୍ପ ଓ ଡିନର୍ସ କ୍ଲବ ଇଣ୍ଟରନ୍ୟାସନାଲ ଲିମିଟେଡ ଉପରେ ରୋକ ଲଗାଇଥିଲା। ମେ’ ୧ରୁ ଏହି ଦୁଇ ସଂସ୍ଥା କୌଣସି ନୂଆ ଗ୍ରାହକ ଯୋଡ଼ି ପାରିବେ ନାହିଁ ବୋଲି ଆରବିଆଇ କହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe