Advertisment

କମିବ ଅଭିବୃଦ୍ଧି ହାର, ରେପୋ ରେଟ ପୁଣି ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ଆରବିଆଇ ପକ୍ଷରୁ ରେପୋ ରେଟ୍‌ ହାରକୁ ପୂର୍ବଭଳି ୪%ରେ ସ୍ଥିର ରଖାଯାଇଛି। ସେହିପରି ରିଭର୍ସ ରିପୋ ରେଟ ୩.୩୫%ରେ ଅପରିବର୍ତ୍ତିତ ରହିଛି। ଏହାବାଦ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଅର୍ଥାତ ଜିଡିପିକୁ ପୂର୍ବ ଆକଳନ ଅନୁସାରେ ଆରବିଆଇ ହ୍ରାସ କରିଛି। ଚାଲୁ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨% ଆକଳନ କରାଯାଉଛି। ପୂର୍ବରୁ ଏହା ୭.୮% ହାର ରହିବ […]

କମିବ ଅଭିବୃଦ୍ଧି ହାର, ରେପୋ ରେଟ ପୁଣି ଅପରିବର୍ତ୍ତିତ ରଖିଲା ଆରବିଆଇ

RBI

Advertisment

ନୂଆଦିଲ୍ଲୀ: କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ଆରବିଆଇ ପକ୍ଷରୁ ରେପୋ ରେଟ୍‌ ହାରକୁ ପୂର୍ବଭଳି ୪%ରେ ସ୍ଥିର ରଖାଯାଇଛି। ସେହିପରି ରିଭର୍ସ ରିପୋ ରେଟ ୩.୩୫%ରେ ଅପରିବର୍ତ୍ତିତ ରହିଛି।

Advertisment

ଏହାବାଦ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଅର୍ଥାତ ଜିଡିପିକୁ ପୂର୍ବ ଆକଳନ ଅନୁସାରେ ଆରବିଆଇ ହ୍ରାସ କରିଛି। ଚାଲୁ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨% ଆକଳନ କରାଯାଉଛି। ପୂର୍ବରୁ ଏହା ୭.୮% ହାର ରହିବ ବୋଲି କୁହାଯାଇଥିଲା।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସପ୍ଲାଏ ଚେନ୍‌ ପ୍ରଭାବିତ ହୋଇଛି। ଏଥିଯୋଗୁ ଦେଶର ଅଭିବୃଦ୍ଧି ହାର ହ୍ରାସ କରାଯାଉଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

Advertisment

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ନୀତି ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି ୭.୨ ରହିବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ର ପ୍ରଥମ କ୍ୱାର୍ଟରରେ ୧୬.୨%, ଦ୍ୱିତୀୟରେ ୬.୨%, ତୃତୀୟ କ୍ୱାର୍ଟରରେ ୪.୧% ଓ ୪ର୍ଥ କ୍ୱାର୍ଟର୍‌ରେ ୪% ରହିବାର ଆକଳନ ହୋଇଛି।

ଅଶୋଧିତ ତୈଳର ମୂଲ୍ୟ ୧୦୦ ଡଲାରକୁ ବିଚାରକୁ ନେଇ ଏପରି ଆକଳନ କରାଯାଇଛି। ମହାମାରୀର ପ୍ରଭାବରୁ ଭାରତୀୟ ଅର୍ଥନୀତି ଧୀରେଧୀରେ ମୁକୁଳୁଥିବା ମଧ୍ୟ ସେ କହିଛନ୍ତି।

ଏହପୂର୍ବରୁ ଜାନୁଆରୀ ଶେଷ ଭାଗରେ ଅର୍ଥନୀତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦେଶର ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି କୁହାଯାଇଥିଲା।

ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୫.୭% ପହଞ୍ଚିବାର ସମ୍ଭାବନା ରହିଛି। ପୂର୍ବରୁ ମୁଦ୍ରାସ୍ଫୀତି ୪.୫% ଭିତରେ ରହିବ ବୋଲି ଆକଳନ କରାଯାଇଥିଲା। ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଅର୍ଥ ଦେଶରେ ଦରବୃଦ୍ଧି ଦେଖିବାକୁ ମିଳିବ।

ରେପୋ ରେଟ ଓ ରିଭର୍ସ ରେପୋ ରେଟ କ’ଣ

ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।

ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।

ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ। କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe