Advertisment

ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଉପରେ ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ଅନ୍ୟତମ ପେମେଣ୍ଟ ବ୍ୟାଙ୍କ ‘ପେଟିଏମ୍‌’କୁ ଆଜି ଶକ୍ତ ଝଟକା ଲାଗିଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ପେଟିଏମ ପ୍ଲାଟଫର୍ମରେ ନୂଆ ଗ୍ରାହକ ଯୋଡ଼ିବା ଉପରେ ତତ୍କାଳ ପ୍ରଭାବରୁ କଟକଣା ଜାରି ହୋଇଛି। ଅଡିଟ୍ ନସରିବା ପର୍ଯ୍ୟନ୍ତ ପେଟିଏମ୍ ନିଜର ପ୍ଲାଟଫର୍ମରେ କୌଣସି ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି । ଏହାସହିତ ପେଟିଏମ୍ ପ୍ଲାଟଫର୍ମର ଆଇଟି ସିଷ୍ଟମର ଅଡିଟ୍ କରିବା ପାଇଁ ଏକ ଆଇଟି ଫାର୍ମକୁ ମଧ୍ୟ […]

ଅଦ୍ୟତନ ହୋଇଛି
ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଉପରେ ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ

paytm

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ଅନ୍ୟତମ ପେମେଣ୍ଟ ବ୍ୟାଙ୍କ ‘ପେଟିଏମ୍‌’କୁ ଆଜି ଶକ୍ତ ଝଟକା ଲାଗିଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ପେଟିଏମ ପ୍ଲାଟଫର୍ମରେ ନୂଆ ଗ୍ରାହକ ଯୋଡ଼ିବା ଉପରେ ତତ୍କାଳ ପ୍ରଭାବରୁ କଟକଣା ଜାରି ହୋଇଛି। ଅଡିଟ୍ ନସରିବା ପର୍ଯ୍ୟନ୍ତ ପେଟିଏମ୍ ନିଜର ପ୍ଲାଟଫର୍ମରେ କୌଣସି ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି । ଏହାସହିତ ପେଟିଏମ୍ ପ୍ଲାଟଫର୍ମର ଆଇଟି ସିଷ୍ଟମର ଅଡିଟ୍ କରିବା ପାଇଁ ଏକ ଆଇଟି ଫାର୍ମକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ନିଯୁକ୍ତି ଦେଇଛନ୍ତି।

Advertisment

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପେଟିଏମ୍ ବ୍ୟାଙ୍କର କାର୍ଯ୍ୟର ସମୀକ୍ଷା ସମୟରେ ତା’ର ତଦାରଖ ବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ ସହ ଏହାର ଅଡିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇଟି ଅଡିଟ୍ ରିପୋର୍ଟର ସମୀକ୍ଷା ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ପୁଣିଥରେ ନୂଆ ଗ୍ରାହକଙ୍କୁ ସାମିଲ କରିବାର ମଞ୍ଜୁରୀ ଦେବା ନିଷ୍ପତ୍ତି ନିଆଯିବ । ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୩୫କ ଅନ୍ତର୍ଗତ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ଦ୍ୱାରା ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଏବେ ଦେଶରେ ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଥିବାବେଳେ ମୋବାଇଲ ୱାଲେଟ୍ ଓ ଅନ୍ୟାନ୍ୟ ସେବା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe