Advertisment

ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଡିଜିଟାଲ ରୁପି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ-ରୁପି। […]

author-image
Madhupriya Mistry
ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି

digital-rupee

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଡିଜିଟାଲ ରୁପି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ ହେବ।

Advertisment

ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ-ରୁପି। ଏହି ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ।

କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପି ସେଟଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକସନ୍ ଖର୍ଚ୍ଚ କମିବ। ଏହା ଡିଜିଟାଲ ଫର୍ମରେ ଷ୍ଟୋର ହେବ। ଏହାକୁ ପେପର କରେନ୍ସିରେ ବଦଳାଯାଇପାରିବ। ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ। ଗତ ବଜେଟ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପାଇଲଟ୍ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ।

Advertisment