Advertisment

ବଜାରକୁ ଆସିଲା Redmi Note 11T ସ୍ମାର୍ଟ ଫୋନ୍‌, ରହିଛି ଅନେକ ସୁବିଧା

ନୂଆଦିଲ୍ଲୀ: ନୂଆ ନୂଆ ଡିଜାଇନର ସ୍ମାର୍ଟଫୋନର ସଉକ୍ ରଖୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଆକର୍ଷଣୀୟ ଫିଚର ସହ ଭିନ୍ନ ଭିନ୍ନ କଲରକୁ ନେଇ ଭାରତରେ ଲଞ୍ଚ ହୋଇଛି Redmi Note 11T ସ୍ମାର୍ଟ ଫୋନ୍‌। ଏହାର ପ୍ରାରମ୍ଭିକ ଦର ୧୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଅନ୍ୟ ଏକ ଭ୍ୟାରିଆଣ୍ଟର ଦାମ ୧୯,୯୯୯ ଟଙ୍କା ରହିଛି। ଗତ ମାସରେ ଚୀନରେ Redmi Note 11 ସିରିଜ୍‌ ଲଞ୍ଚ ହୋଇଥିଲା।  ଚୀନର Redmi Note 11ର ୩ଟି ମଡେଲ […]

ବଜାରକୁ ଆସିଲା Redmi Note 11T ସ୍ମାର୍ଟ ଫୋନ୍‌, ରହିଛି ଅନେକ ସୁବିଧା

smart1

Advertisment

ନୂଆଦିଲ୍ଲୀ: ନୂଆ ନୂଆ ଡିଜାଇନର ସ୍ମାର୍ଟଫୋନର ସଉକ୍ ରଖୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଆକର୍ଷଣୀୟ ଫିଚର ସହ ଭିନ୍ନ ଭିନ୍ନ କଲରକୁ ନେଇ ଭାରତରେ ଲଞ୍ଚ ହୋଇଛି Redmi Note 11T ସ୍ମାର୍ଟ ଫୋନ୍‌। ଏହାର ପ୍ରାରମ୍ଭିକ ଦର ୧୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଅନ୍ୟ ଏକ ଭ୍ୟାରିଆଣ୍ଟର ଦାମ ୧୯,୯୯୯ ଟଙ୍କା ରହିଛି। ଗତ ମାସରେ ଚୀନରେ Redmi Note 11 ସିରିଜ୍‌ ଲଞ୍ଚ ହୋଇଥିଲା।  ଚୀନର Redmi Note 11ର ୩ଟି ମଡେଲ ଲଞ୍ଚ ହୋଇଛି। ତେବେ ଭାରତରେ Redmi Note 11Tର ୩ଟି ଭ୍ୟାରିଆଣ୍ଟ ଲଞ୍ଚ ହୋଇଛି।  ୬ଜିବି ରାମ୍‌ ବିଶିଷ୍ଟ  ୬୪ ଜିବି  ଇଣ୍ଟରନାଲ ଷ୍ଟୋରେଜ୍‌ ଥିବା ଭ୍ୟାରିଆଣ୍ଟର ମୂଲ୍ୟ  ୧୬,୯୯୯ ଟଙ୍କା,  ୬୪ ଜିବି ରାମ୍‌ ବିଷିଷ୍ଟ  ୧୨୮ ଜିବି ଷ୍ଟୋରେଜ୍‌ ଉପଲବ୍ଧ ଥିବା ମୋବାଇଲର ଦାମ  ୧୭,୯୯୯ ଟଙ୍କା ଏବଂ ୮ଜିବି ରାମ ବିଶିଷ୍ଟ ୧୨୮ ଜିବି ଷ୍ଟୋରେଜ୍ ଥିବା ଫୋନ୍‌ର ଦାମ  ୧୯,୯୯୯ ଟଙ୍କା ରହିଛି।  ତେବେ Redmi Note 11T ମୋବାଇଲ ୩ଟି  ରଙ୍ଗ ଯଥା ନୀଳ, ଧଳା ଓ  କଳା ରଙ୍ଗରେ ଲଞ୍ଚ କରାଯାଇଛି।

Advertisment

ଏହାର ବିକ୍ରି  ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ।  ଏହି ସ୍ମାର୍ଟ ଫୋନ୍‌  ଆମାଜନ ଇଣ୍ଡିଆ ସହିତ  ସାଓମି ୱେବସାଇଟ୍‌ରେ ଉପଲବ୍ଧ ହେବ।  ଏଥିସହ ରିଟେଲ ଷ୍ଟୋରରେ ମଧ୍ୟ ଏହି ସ୍ମାର୍ଟ ଫୋନ୍ ବିକ୍ରି ହେବ। ତେବେ  ଲଞ୍ଚିଂ ଅଫର ଭାବେ Redmi Note 11T ଫୋନ୍‌ରେ ୧୦୦୦ ଟଙ୍କା  ଡିସକାଉଣ୍ଟ ରଖାଯାଇଛି।ଏଥିପାଇଁ ଆପଣଙ୍କ ପାଖରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ଥିବା ଆବଶ୍ୟକ। ଏହି ଫୋନ୍‌ରେ  ୬.୬ ଇଞ୍ଚ ବିଶିଷ୍ଟ  ଫୁଲ ଏଚ୍‌ଡି ପ୍ଲସ ଡିସପ୍ଲେ ସୁବିଧା ରହିଛି।

୫୦୦୦ଏମଏଚ ବ୍ୟାଟେରୀ  ବିଶିଷ୍ଟି ଏହି ଫୋନ୍‌ରେ ଅନ୍ୟାନ୍ୟ  ଫିଚର ମଧ୍ୟରେ 90hzର ରିଫ୍ରେସ୍‌ରେଟ୍‌ ସପୋର୍ଟ, ଡବଲ ରିଅର କ୍ୟମେରା ସୁବିଧା ରଖାଯାଇଛି। ପ୍ରଥମଟି ୫୦ ମେଗାପିକ୍ସେଲ ଥିବା ବେଳେ ଦ୍ୱିତୀୟଟି  ୮ ମେଗାପିକ୍ସେଲ ବିଷିଶ୍ଟ ଅଲଟ୍ରା ୱାଇଡ ଲେନ୍ସ ରହିଛି।  ଏଥିସହ ଏହି ସ୍ମାର୍ଟ ଫୋନ୍‌ରେ ୧୬ ମେଗାପିକ୍ସେଲ ବିଶିଷ୍ଟ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।  ସେହିପରି ଏହି ସ୍ମାର୍ଟ ଫୋନ୍‌ରେ 33wpro ଭଳି  ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ଥିବା ବେଳେ  ମାଇକ୍ରୋ ଏସ୍‌ଡି ଭଳି ଅନେକ ସପୋର୍ଟ ଖଞ୍ଜା ଯାଇଛି ।  ଫୋନ୍‌ରେ ୫ଜି ସହିତ ଅନ୍ୟ କନେକ୍ଟିଭିଟି ମଧ୍ୟ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe