Advertisment

ଗ୍ରାହକଙ୍କୁ ଜବରଦସ୍ତ ଝଟ୍‌କା, ମହଙ୍ଗା ହେଲା ଜିଓ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (ଭିଆଇ) ଏବଂ ଏୟାରଟେଲ ପରେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ରିପେଡ୍ ପ୍ଲାନ ମହଙ୍ଗା କରିବାକୁ ଘୋଷଣା କରିଛି। ଡିସେମ୍ବର ୧ ତାରିଖରୁ ରିଲାଏନ୍ସ ଜିଓ ତା’ର ପ୍ରିପେଡ୍ ପ୍ଲାନର ବୃଦ୍ଧି କାର୍ଯ୍ୟକାରୀ ହେବ। ପ୍ରିପେଡ୍ ଟାରିଫ୍ ଦର ବୃଦ୍ଧି ସହ ଜିଓ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏ ନେଇ କମ୍ପାନୀ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି […]

ଗ୍ରାହକଙ୍କୁ ଜବରଦସ୍ତ ଝଟ୍‌କା, ମହଙ୍ଗା ହେଲା ଜିଓ ରିଚାର୍ଜ ପ୍ଲାନ୍

jio

Advertisment

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (ଭିଆଇ) ଏବଂ ଏୟାରଟେଲ ପରେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ରିପେଡ୍ ପ୍ଲାନ ମହଙ୍ଗା କରିବାକୁ ଘୋଷଣା କରିଛି। ଡିସେମ୍ବର ୧ ତାରିଖରୁ ରିଲାଏନ୍ସ ଜିଓ ତା’ର ପ୍ରିପେଡ୍ ପ୍ଲାନର ବୃଦ୍ଧି କାର୍ଯ୍ୟକାରୀ ହେବ। ପ୍ରିପେଡ୍ ଟାରିଫ୍ ଦର ବୃଦ୍ଧି ସହ ଜିଓ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

Advertisment

ଏ ନେଇ କମ୍ପାନୀ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ‘ଏକ ସ୍ଥାୟୀ ଟେଲିକମ୍ ଶିଳ୍ପକୁ ଆହୁରି ଦୃଢ଼ କରିବା ପାଇଁ ଏହି ଦର ବୃଦ୍ଧି କରାଯାଇଛି। ଏହି ଯୋଜନା ଶିଳ୍ପରେ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବ। ବିଶ୍ୱସ୍ତରରେ ସର୍ବନିମ୍ନ ମୂଲ୍ୟରେ ସର୍ବୋତ୍ତମ ଗୁଣବତ୍ତା ସେବା ପ୍ରଦାନ କରିବାର ଜିଓର ପ୍ରତିଶ୍ରୁତି ଅନୁଯାୟୀ, ଜିଓ ଗ୍ରାହକମାନେ ସର୍ବ ବୃହତ ହିତାଧିକାରୀ ହୋଇ ରହିବେ।’

ଡିସେମ୍ବର ୧ ତାରିଖରୁ ସମସ୍ତ ବର୍ଦ୍ଧିତ ଦର ଲାଗୁ ହେବ। ୭୫ ଟଙ୍କା ବିଶିଷ୍ଟ ଜିଓଫୋନ୍ ପ୍ଲାନ୍ ଏବେ ୯୧ ଟଙ୍କା ହେବ। ୧୨୯ ଟଙ୍କା ପ୍ଲାନ ବଢ଼ିକି ୧୫୫ ଟଙ୍କା, ୧୪୯ ଟଙ୍କାର ପ୍ଲାନ୍ ୧୭୯ ଟଙ୍କା, ୧୯୯ ଟଙ୍କାର ପ୍ଲାନର ଦର ୨୩୯ ଟଙ୍କା, ୨୪୯ ଟଙ୍କାର ପ୍ଲାନ୍ ୨୯୯ ଟଙ୍କା ହେବ। ୩୯୯ ଟଙ୍କାର ପ୍ଲାନ୍ ୪୭୯ ଟଙ୍କା, ୪୪୪ ଟଙ୍କାର ପ୍ଲାନ୍ ୫୩୩ ଟଙ୍କା, ୩୨୯ ଟଙ୍କାର ପ୍ଲାନର ଦର ୩୯୫ ଟଙ୍କା, ୫୫୫ ଟଙ୍କାର ପ୍ଲାନ୍ ୬୬୬ ଟଙ୍କା, ୫୯୯ ଟଙ୍କାର ପ୍ଲାନ୍ ୭୧୯ ଟଙ୍କା, ୧୨୯୯ ଟଙ୍କାର ପ୍ଲାନ୍ ୧୫୫୯ ଟଙ୍କା ହେବ। ଶେଷରେ ୨୩୯୯ ଟଙ୍କାର ପ୍ଲାନର ଦର ୨୮୭୯ ଟଙ୍କାକୁ ବୃଦ୍ଧି ପାଇଛି।

Advertisment

Jio Prepaid Recharge Plans 2021 Latest after Price Hike: All Jio Prepaid  packs with offers, data, validity here

ଜିଓ ତା’ର ଟପ୍-ଅପ୍ ପ୍ଲାନ୍ ପାଇଁ ଟାରିଫ୍ ମଧ୍ୟ ବଢ଼ାଇଛି। ୫୧ ଟଙ୍କାରେ ୬ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ଏବେ ୬୧ ଟଙ୍କା ହେବ। ସେହିପରି ୧୦୧ ଟଙ୍କାରେ ୧୨ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୧୨୧ ଟଙ୍କା ଏବଂ ୨୫୧ ଟଙ୍କାର ୫୦ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୩୦୧ ଟଙ୍କା ହେବ। ଗ୍ରାହକମାନେ ସମସ୍ତ ମହଜୁଦ୍ ଚ୍ୟାନେଲଗୁଡିକରୁ ଏହି ସଂଶୋଧିତ ଯୋଜନାଗୁଡିକ ଚୟନ କରିପାରିବେ।

ସୂଚନାଯୋଗ୍ୟ, ଜିଓ କେବଳ ତା’ର ବର୍ତ୍ତମାନ ପ୍ଲାନ ପାଇଁ ଦର ବୃଦ୍ଧିର ଆରମ୍ଭ କରିଛି ଏବଂ ତେବେ ଏଥିରେ ଲାଭ ସମାନ ରହିବ। ଏ ସମସ୍ତ ନୂଆ ପ୍ରିପେଡ୍ ପ୍ଲାନ୍ ଡିସେମ୍ବର ୧, ୨୦୨୧ରୁ ଲାଗୁ ହେବ। ଏହାର ଅର୍ଥ ଗ୍ରାହକ ନିଜର ଜିଓ କନେକ୍ସନକୁ ପୁରୁଣା ଦରରେ ରିଚାର୍ଜ କରିବା ଜାରି ରଖିପାରିବେ। ଯେପର୍ଯ୍ୟନ୍ତ ସେହି ପ୍ଲାନର ଅବଧି ଶେଷ ହୋଇନଥିବ ସେଯାଏ ଗ୍ରାହକଙ୍କୁ କୌଣସି ପ୍ରକାରର ଅତିରିକ୍ତ ଶୁକ୍ଳ ଦେବାକୁ ପଡ଼ିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe