Advertisment

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର, କମୁଛି ମହଙ୍ଗା ଦର

ନୂଆଦିଲ୍ଲୀ: କୋଭିଡ ବେଳେ ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜୁନରେ ଖୁଚୁରା ମହଙ୍ଗା ଦର ୬.୩୦ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା କମି ୫.୫୯ ପ୍ରତିଶତ ହୋଇଛି। ଯାହାକି ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ। ଆରବିଆଇ ସବୁବେଳେ ଖୁଚୁରା ମହଙ୍ଗା ଦରକୁ ୫ ପ୍ରତିଶତ ଭିତରେ ରଖିବାକୁ ଚେଷ୍ଟା କରୁଛି। କିନ୍ତୁ ମେ ଏବଂ ଜୁନ ମାସରେ ମହଙ୍ଗା ଦର ୬ ପ୍ରତିଶତ ଟପି ଯାଇଥିଲା। Retail inflation at […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସାଧାରଣ ଜନତାଙ୍କ ପାଇଁ ଖୁସି ଖବର, କମୁଛି ମହଙ୍ଗା ଦର

Inflation

ନୂଆଦିଲ୍ଲୀ: କୋଭିଡ ବେଳେ ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜୁନରେ ଖୁଚୁରା ମହଙ୍ଗା ଦର ୬.୩୦ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା କମି ୫.୫୯ ପ୍ରତିଶତ ହୋଇଛି। ଯାହାକି ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ। ଆରବିଆଇ ସବୁବେଳେ ଖୁଚୁରା ମହଙ୍ଗା ଦରକୁ ୫ ପ୍ରତିଶତ ଭିତରେ ରଖିବାକୁ ଚେଷ୍ଟା କରୁଛି। କିନ୍ତୁ ମେ ଏବଂ ଜୁନ ମାସରେ ମହଙ୍ଗା ଦର ୬ ପ୍ରତିଶତ ଟପି ଯାଇଥିଲା।

Advertisment

https://twitter.com/ANI/status/1425792685542023174?s=20

ନିକଟରେ ଆରବିଆଇ କରିଥିବା Monetary Policy Committee (ଏମପିସି) ବା ମୁଦ୍ରା ନୀତି କମିଟି ବୈଠକରେ ମହଙ୍ଗା ଦର କିଭଳି ନିୟନ୍ତ୍ରଣରେ ରହିବ ମୁଖ୍ୟ ପ୍ରସଙ୍ଗ ରହିଥିଲା।

ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ କନଜ୍ୟୁମର ପ୍ରାଇସ ଇନଡେକ୍ସ (ସିପିଆଇ) ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା ଆରବିଆଇ। ଦ୍ୱିତୀୟ ତ୍ରୟମାସରେ ୫.୯ ପ୍ରତିଶତ, ତୃତୀୟ ତ୍ରୟ ମାସରେ ୫.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ଏହା ୫.୮ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିଲା। ସେହିପରି ୨୦୨୨-୨୩ର ପ୍ରଥମ ତିନି ମାସ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ମୁଦ୍ରାସ୍ପୀତି ୫.୧ ରହିବ ବୋଲି ଆରବିଆଇ ଆକଳନ କରିଛି।

Advertisment

ହେଲେ ମୁଦ୍ରାସ୍ଫୀତିକୁ ଆରବିଆଇ ୪ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖିଛି। ଏଥିରେ ୨ ପ୍ରତିଶତ କମ୍ ବେଶୀ ହୋଇପାରେ। କ୍ରମାଗତ ପାଞ୍ଚ ମାସ ପାଇଁ ମୁଦ୍ରାସ୍ଫୀତି ସୀମା ମଧ୍ୟରେ ରହିଥିଲା। ହେଲେ ମେ ଏବ ଜୁନରେ ଏହି ମୁଦ୍ରାସ୍ଫୀତି ଆରବିଆଇର ଆକଳନ ବାହାରକୁ ପଳାଇଥିଲା।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଅନୁଯାୟୀ ଖାଦ୍ୟ ମୁଦ୍ରାସ୍ଫୀତି ଦର କମିବା ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୩.୯୬ ପ୍ରତିଶତ ରହିଥିଲା। ଯାହାକି ଜୁନରେ ୫.୧୫ ପ୍ରତିଶତ ଥିଲା। ତେବେ ଜୁଲାଇ ୨୦୨୦ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୩ ଥିବାବେଳେ ଜୁନ୍ ୨୦୨୦ରେ ଏହା ୬.୨୬ ପ୍ରତିଶତ ଥିଲା।