Advertisment

ଡଲାର ତୁଳନାରେ ରେକର୍ଡ ତଳକୁ ଖସିଲା ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ: ଭାରତୀୟ ଟଙ୍କାର ମୂଲ୍ୟ ନିୟମିତ ଭାବେ ତଳକୁ ଖସିବାରେ ଲାଗିଛି। ଆମେରିକାର ଡଲାର ତୁଳନାରେ ପ୍ରଥମଥର ପାଇଁ ଭାରତୀୟ ମୁଦ୍ରାର ମୂଲ୍ୟ ୭୯ ଟଙ୍କା ପାର କରି ଯାଇଛି। ଏହାର ଅର୍ଥ ଗୋଟିଏ ଡଲାରର ମୂଲ୍ୟ ଏବେ ୭୯ ଟଙ୍କା। କ୍ରମାଗତ ୬ଷ୍ଠ ଦିନ ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୈଳଦର ବୃଦ୍ଧି ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ପିଟିଆଇରେ ପ୍ରକାଶିତ […]

ଡଲାର ତୁଳନାରେ ରେକର୍ଡ ତଳକୁ ଖସିଲା ଟଙ୍କାର ମୂଲ୍ୟ

Dollar

Advertisment

ନୂଆଦିଲ୍ଲୀ: ଭାରତୀୟ ଟଙ୍କାର ମୂଲ୍ୟ ନିୟମିତ ଭାବେ ତଳକୁ ଖସିବାରେ ଲାଗିଛି। ଆମେରିକାର ଡଲାର ତୁଳନାରେ ପ୍ରଥମଥର ପାଇଁ ଭାରତୀୟ ମୁଦ୍ରାର ମୂଲ୍ୟ ୭୯ ଟଙ୍କା ପାର କରି ଯାଇଛି। ଏହାର ଅର୍ଥ ଗୋଟିଏ ଡଲାରର ମୂଲ୍ୟ ଏବେ ୭୯ ଟଙ୍କା। କ୍ରମାଗତ ୬ଷ୍ଠ ଦିନ ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୈଳଦର ବୃଦ୍ଧି ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

Advertisment

ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ତଳକୁ ଖସିଛି। ଫଳରେ ଏହା ରେକର୍ଡ ୭୯.୦୪ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ କେବେ ହେଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ଦୁର୍ବଳ ହୋଇ ନଥିଲା।

ଆଜି ବଜାର ଖୋଲିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୮.୮୬ ଥିଲା। ହେଲେ ସମୟ ବଢ଼ିବା ସହ ବଜାର ବନ୍ଦ ହେବା ବେଳକୁ ଏହା ୭୯.୦୪ ଟଙ୍କାରେ ପହଞ୍ଚି ଯାଇଛି। ମଙ୍ଗଳବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୪୮ ପଇସା ହ୍ରାସ ପାଇ ୭୮.୮୫ରେ ପହଞ୍ଚିଥିଲା। କେବଳ ମଙ୍ଗଳବାର କିମ୍ବା ବୁଧବାର ନୁହେଁ ଗତ ୬ଟି କାର୍ଯ୍ୟ ଦିବସରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।

Advertisment


ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ବ୍ୟବସାୟୀମାନେ ସାମଗ୍ରୀ ଆମଦାନୀ କରିବାରେ ବେଶ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟଙ୍କା ଦୁର୍ବଳ ହେଉଥିବାରୁ ଦେଶରେ ମଧ୍ୟ ଦରଦାମ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe