Advertisment

ସର୍ବକାଳୀନ ଦୁର୍ବଳ ସ୍ତରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଆଜି ଏପରି ହୋଇଛି ଯେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ସ୍ତରରେ ପହଞ୍ଚି ଯାଇଛି। ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୬ ପଇସା ହ୍ରାସ ପାଇଛି। ଫଳରେ ଗୋଟିଏ ଡଲାର ମୂଲ୍ୟ ୮୨.୩୩ ଟଙ୍କାରେ ପହଞ୍ଚି ଯାଇଛି। ଏପରି ସ୍ଥିତିରେ ହିଁ ଆଜିର କାରବାର ବନ୍ଦ ହୋଇଛି। ଆଜି ମାର୍କେଟ ଖୋଲିବା ବେଳେ ଡଲାର ତୁଳନାରେ ଟଙ୍କାର […]

ସର୍ବକାଳୀନ ଦୁର୍ବଳ ସ୍ତରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ

Dollar

Advertisment

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଆଜି ଏପରି ହୋଇଛି ଯେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ସ୍ତରରେ ପହଞ୍ଚି ଯାଇଛି। ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୬ ପଇସା ହ୍ରାସ ପାଇଛି। ଫଳରେ ଗୋଟିଏ ଡଲାର ମୂଲ୍ୟ ୮୨.୩୩ ଟଙ୍କାରେ ପହଞ୍ଚି ଯାଇଛି। ଏପରି ସ୍ଥିତିରେ ହିଁ ଆଜିର କାରବାର ବନ୍ଦ ହୋଇଛି।

Advertisment

ଆଜି ମାର୍କେଟ ଖୋଲିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୨.୩୦ ଟଙ୍କା ଥିଲା। ଗତକାଲି ଏହା ୮୧.୮୯ ଥିବା ବେଳେ ଆଜି ସକାଳ ୯.୩୦ ସୁଦ୍ଧା ୦.୫% ହ୍ରାସ ପାଇ ୮୨.୩୦ ଟଙ୍କାରେ ପହଞ୍ଚିଥିଲା। ଦିନ ବଢ଼ିବା ସହ ଟଙ୍କାର ମୂଲ୍ୟ ମଧ୍ୟ ଦୁର୍ବଳ ହେବାରେ ଲାଗିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ଡଲାରର ମୂଲ୍ୟ ୮୨.୪୦ ଟଙ୍କାରେ ପହଞ୍ଚି ଯାଇଥିଲା। ଏହାପରେ ଏହା ସାମାନ୍ୟ ଶକ୍ତିଶାଳୀ ହୋଇ ୮୨.୩୩ ଟଙ୍କାକୁ ଖସି ଥିଲା।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ କେବେ ହେଲେ ଏପରି ସ୍ଥିତିକୁ ଆସି ନଥିଲା। ହେଲେ ଆଜି ଏପରି ଘଟିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୨.୩୩ ଟଙ୍କା ଥିବା ବେଳେ ବ୍ୟବସାୟ ବନ୍ଦ ହୋଇଛି। ଡଲାରର ଅଧିକ ଚାହିଦା ଓ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା କୁହାଯାଉଛି।

Advertisment

ବିଶେଷଜ୍ଞଙ୍କ ଅନୁସାରେ, ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇପାରେ। ଏପରି ହେଲେ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ଭାରତକୁ ଆମଦାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ମହଙ୍ଗା ହେବ। ଫଳରେ ଆମଦାନୀ ଜିନିଷର ଦାମ ବୃଦ୍ଧି ପାଇବ। ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତୈଳ।

ଡଲାରର ମଜବୁତ ଓ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଟଙ୍କାକୁ ଦୁର୍ବଳ ହେବାରେ ସାହାଯ୍ୟ କରିଛି। ଭାରତ ନିଜ ଆବଶ୍ୟକତାର ୮୦% ତୈଳ ବିଦେଶରୁ ଆମଦାନୀ କରିଥାଏ ଓ ଏଥିପାଇଁ ଡଲାର ଆକାରରେ ଟଙ୍କା ପୈଠ କରାଯାଏ। ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ। ଏଣୁ ଏଗୁଡ଼ିକର ମୂଲ୍ୟ ମଧ୍ୟ ବଢ଼ିବ। ୨୦୧୪ରୁ ୨୦୨୨ ମଧ୍ୟରେ ଡଲାର ତୁଳନାରେ ଟଙ୍କା ୨୫ରୁ ୨୭% ଅଧିକ ଦୁର୍ବଳ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe