Advertisment

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ତଳକୁ ଖସିଲା

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇଛି। ବର୍ତ୍ତମାନ ଗୋଟିଏ ଡଲାରର ମୂଲ୍ୟ ୭୭.୭୩ ଟଙ୍କା ରହିଛି। ୧୦ଟି ଟ୍ରେଣ୍ଡିଂ ଦିବସ ମଧ୍ୟରୁ ୫ ଥର ଟଙ୍କାର ମୂଲ୍ୟ ଏପରି ଦୁର୍ବଳ ସ୍ଥିତିରେ ପହଞ୍ଚିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ଶେୟାର ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ବ୍ୟାପକ କ୍ଷତି ଘଟାଇଛି। ଆଜି ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ମାର୍କେଟରେ ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୭୨ ଥିବା ବେଳେ […]

author-image
Hemant Lenka
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ତଳକୁ ଖସିଲା

RS

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇଛି। ବର୍ତ୍ତମାନ ଗୋଟିଏ ଡଲାରର ମୂଲ୍ୟ ୭୭.୭୩ ଟଙ୍କା ରହିଛି। ୧୦ଟି ଟ୍ରେଣ୍ଡିଂ ଦିବସ ମଧ୍ୟରୁ ୫ ଥର ଟଙ୍କାର ମୂଲ୍ୟ ଏପରି ଦୁର୍ବଳ ସ୍ଥିତିରେ ପହଞ୍ଚିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ଶେୟାର ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ବ୍ୟାପକ କ୍ଷତି ଘଟାଇଛି।

Advertisment

ଆଜି ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ମାର୍କେଟରେ ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୭୨ ଥିବା ବେଳେ ବ୍ୟବସାୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ୭୭.୭୬ ଓ ପରେ ୭୭.୬୩କୁ ଖସିଥିଲା। କିନ୍ତୁ ମାର୍କେଟ ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୭୩ ରହିଛି। ବୁଧବାର ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୬୧ ଟଙ୍କାରେ ବନ୍ଦ ହୋଇଥିଲା। ଦେଶରେ ମୁଦ୍ରାସ୍ପୀତି ଓ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏପରି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ଷତିକୁ ଭରଣା କରିବାକୁ ପ୍ରୟାସ କରୁଛି। ଏଥିପାଇଁ ଆରବିଆଇ ତା’ର ଫରେନ ଏକ୍ସଚେଞ୍ଜ ପାଣ୍ଠିର ମଧ୍ୟ ବ୍ୟବହାର କରୁଛି। ମାର୍ଚ୍ଚ ମାସରୁ ହିଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି। ବିଶେଷ କରି ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବାରୁ ଟଙ୍କାକୁ କ୍ଷତି ସହିବାକୁ ପଡ଼ୁଛି।

Advertisment

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ବ୍ୟବସାୟିକ କ୍ଷତି ଘଟିବ। କାରଣ ବିଦେଶୀରୁ ଆମଦାନୀ ହେଉଥିବା ଜିନିଷ ଗୁଡ଼ିକ ପାଇଁ ଡଲାର ଆକାରରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଫଳରେ ବ୍ୟବସାୟୀମାନେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ।