Advertisment

ନଭେମ୍ବରରେ ଜିଏସ୍‌ଟି ସଂଗ୍ରହରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ୨୦୧୭ ମଧ୍ୟ ଭାଗରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜିଏସ୍‌ଟି ନିୟମ ଏବେ ନୂଆ ରେକର୍ଡ କରିଛି। ଚଳିତ ବର୍ଷ ନଭେମ୍ବର ମାସରେ ଜିଏସ୍‌ଟି ରାଜସ୍ୱ ଦ୍ୱିତୀୟ ସର୍ବାଧିକ। ଏହି ମାସରେ ସରକାର ମୋଟ ୧,୩୧,୫୨୬ କୋଟିର ଜିଏସ୍‌ଟି ସଂଗ୍ରହ କରିଛନ୍ତି। ଗତବର୍ଷ ତୁଳନାରେ ଏହା ୨୫% ଅଧିକ। ଏହା ମଧ୍ୟରେ ସିଜିଏସଟି ହେଉଛି ୨୩,୯୭୮ କୋଟି, ଏସଜିଏସଟି ହେଉଛି ୩୧,୧୨୭ କୋଟି, ଆଇଜିଏସଟି ହେଉଛି ୬୬,୮୧୫ କୋଟି ଓ ସେସର ପରିମାଣ ୯,୬୦୬ କୋଟି ଟଙ୍କା। […]

author-image
Hemant Lenka
ଜି.ଏସ୍‍.ଟି - ସାଧାରଣ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ାମାଡ଼

GST

ନୂଆଦିଲ୍ଲୀ: ୨୦୧୭ ମଧ୍ୟ ଭାଗରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜିଏସ୍‌ଟି ନିୟମ ଏବେ ନୂଆ ରେକର୍ଡ କରିଛି। ଚଳିତ ବର୍ଷ ନଭେମ୍ବର ମାସରେ ଜିଏସ୍‌ଟି ରାଜସ୍ୱ ଦ୍ୱିତୀୟ ସର୍ବାଧିକ। ଏହି ମାସରେ ସରକାର ମୋଟ ୧,୩୧,୫୨୬ କୋଟିର ଜିଏସ୍‌ଟି ସଂଗ୍ରହ କରିଛନ୍ତି। ଗତବର୍ଷ ତୁଳନାରେ ଏହା ୨୫% ଅଧିକ।

Advertisment

ଏହା ମଧ୍ୟରେ ସିଜିଏସଟି ହେଉଛି ୨୩,୯୭୮ କୋଟି, ଏସଜିଏସଟି ହେଉଛି ୩୧,୧୨୭ କୋଟି, ଆଇଜିଏସଟି ହେଉଛି ୬୬,୮୧୫ କୋଟି ଓ ସେସର ପରିମାଣ ୯,୬୦୬ କୋଟି ଟଙ୍କା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ଦ୍ୱିତୀୟ ମାସରେ ଜିଏସଟି ସଂଗ୍ରହ ୧.୩୦ ଲକ୍ଷ ଉପରେ ରହିଛି। ଜିଏସଟି ରାଜସ୍ୱ ଗତବର୍ଷ ତୁଳନାରେ ୨୫% ଅଧିକ ହୋଇଥିବା ବେଳେ ୨୦୧୯-୨୦ ତୁଳନାରେ ୨୭% ଅଧିକ।

Advertisment

ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧,୩୦,୧୨୭ କୋଟି ଟଙ୍କା ଥିଲା। ଏଥିରେ ସିଜିଏସଟିର ପରିମାଣ ୨୩,୮୬୧ କୋଟି, ସିଜିଏସଟି ୩୦,୪୨୧ କୋଟି, ଆଇଜିଏସଟି ୬୭,୩୬୧ କୋଟି ଓ ସେସର ପରିମାଣ ୮,୪୮୪ କୋଟି ଟଙ୍କା ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ମାସରେ ଜିଏସ୍‌ଟି ସଂଗ୍ରହ ସର୍ବାଧିକ ୧,୪୧,୩୮୪ କୋଟି ରହିଥିଲା। ମହାମାରୀ କରୋନାର ଦ୍ୱିତୀୟ ୱେଭ ପୂର୍ବରୁ ଏପରି ରାଜସ୍ୱ ସଂଗ୍ରହ ହୋଇଥିଲା। ଏବେ ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ ହୋଇଛି।

ଜିଏସଟି ସଂଗ୍ରହ ବଢ଼ିବାର କାରଣ କ’ଣ

୧- ଜିଏସଟି ନିୟମର ଉତ୍ତମ କାର୍ଯ୍ୟକାରିତା ପାଇଁ ପ୍ରଶାସନିକ ସ୍ତରରେ ଅନେକ ନୀତି ପ୍ରଣୟନ କରାଯିବା ସହ ପଦକ୍ଷେପ ନିଆଯାଇଛି।

୨-ଜିଏସଟି ଚୋରି ମାମଲାକୁ ଧରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ଏକାଠି କାମ କରୁଛନ୍ତି।

୩-ଜିଏସଟିଏନ୍ ଦ୍ୱାରା ବିକଶିତ ହୋଇଥିବା ବୈଷୟିକ ଜ୍ଞାନକୌଶଳ ଦ୍ୱାରା ନକଲି ଇନଭଏସ୍ ମାମଲା ଗୁଡ଼ିକକୁ ଚିହ୍ନଟ କରାଯାଇ ପାରୁଛି।

୪- କିଛି ମାସ ହେଲାଣି ଆଇଟି ରିଟର୍ଣ୍ଣ ଫାଇଲରେ ମଧ୍ୟ ଅଧିକରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି।

୫- କମ୍ପାନୀଗୁଡ଼ିକ ଜିଏସଟି ଅଧୀନରେ ନିଜକୁ ପଞ୍ଜିକରଣ କରି ଟିକସ ଦେଉଛନ୍ତି।