Advertisment

ଶେୟାର ବଜାର ଉପରେ ରୁଷ-ୟୁକ୍ରେନ ବିବାଦର ପ୍ରଭାବ: ନିଫ୍‌ଟି ୧୬,୯୫୦କୁ ଖସିଲା

ମୁମ୍ବାଇ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଉପରେ ପଡ଼ିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳରୁ ସ୍ୱାଧୀନ ମାନ୍ୟତା ଦେବା ପରେ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି। ଏଥିପାଇଁ ଶେୟାର ମାର୍କେଟ ତଳକୁ ଖସିବା ଆରମ୍ଭ ହୋଇଛି। ଆଜି କାରବାର ଆରମ୍ଭ ହେବା କ୍ଷଣି ସେନ୍ସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସି ଯାଇଛି। ଏହି ସେହି ସମୟରେ ନିଫଟି ମଧ୍ୟ ୧୭ ହଜାର ତଳକୁ ଆସି […]

author-image
Hemant Lenka
ଶେୟାର ବଜାର ଉପରେ ରୁଷ-ୟୁକ୍ରେନ ବିବାଦର ପ୍ରଭାବ: ନିଫ୍‌ଟି ୧୬,୯୫୦କୁ ଖସିଲା

Market

ମୁମ୍ବାଇ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଉପରେ ପଡ଼ିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳରୁ ସ୍ୱାଧୀନ ମାନ୍ୟତା ଦେବା ପରେ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି। ଏଥିପାଇଁ ଶେୟାର ମାର୍କେଟ ତଳକୁ ଖସିବା ଆରମ୍ଭ ହୋଇଛି।

Advertisment

ଆଜି କାରବାର ଆରମ୍ଭ ହେବା କ୍ଷଣି ସେନ୍ସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସି ଯାଇଛି। ଏହି ସେହି ସମୟରେ ନିଫଟି ମଧ୍ୟ ୧୭ ହଜାର ତଳକୁ ଆସି ଯାଇଛି। ଯଦି ଆମେ କାରବାରକୁ ଦେଖିବା ତା’ହେଲେ ସେନସେକ୍ସ୧୦୯୪.୩୧ ପଏଣ୍ଟ ବା ୧.୯୦% ହ୍ରାସ ପାଇ ୫୬,୫୮୯.୨୭ ସ୍ତରରେ ଚାଲିଛି।

ସେହିପରି ନିଫଟିରେ ୩୨୧.୫୦ ଏପଣ୍ଟ ବା ୧.୮୭% ହ୍ରାସ ଘଟିଛି। ଏବେ ନିଫଟି ୧୬.୮୮୫.୧୫ ସ୍ତରରେ ରହିଛି। ନିଫଟି ୧୭ ହଜାର ତଳକୁ ଖସିବାର ଅର୍ଥ ନିବେଶକାରୀଙ୍କ ଶେୟାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି।

Advertisment

କାରବାର ଆରମ୍ଭ ହେବାର ପ୍ରାଥମିକ ସ୍ତରରେ ସେନସେନ୍ସ ୯୮୪.୫୬ ପଏଣ୍ଟ ବା ୧.୭୧% ହ୍ରାସ ପାଇଥିଲା। ସେହିପରି ନିଫଟି ୧.୬୩% ହ୍ରାସ ପାଇ ୧୬,୯୨୫.୫୦ରେ ରହିଥିଲା। କିନ୍ତୁ ସମୟ ଗଢ଼ିବା ସହ ଶେୟାର ବଜାର ମଧ୍ୟ ଭୁଶୁଡ଼ିବା ଆରମ୍ଭ କରିଛି।
ନିଫଟି କ୍ଷେତ୍ରରେ ଟିସିଏସ୍ ସବୁଠାରୁ ଅଧିକ କ୍ଷତି ସହିଛି। ଏହାର ଶେୟାର ମୂଲ୍ୟ ୨.୯୪% ହ୍ରାସ ପାଇ ୩,୬୧୦ ଟଙ୍କାରେ ପହଞ୍ଚିଛି। ସେହିପରି ଏଲ ଆଣ୍ଡ ଟି, ଡା ରେଡ୍ଡୀସ ଲ୍ୟାବ, ୟୁପିଏଲ ଓ ବଜାବ ଫିନସରଭ ମଧ୍ୟ ବପୁଳ କ୍ଷତି ସହିଛନ୍ତି। ତେବେ ଓଏନଜିସିର ଶେୟାର ମୂଲ୍ୟ ମାନ୍ଦାବସ୍ଥା ସତ୍ତ୍ୱେ ବୃଦ୍ଧି ପାଇଛି।