Advertisment

ଯୁଦ୍ଧର ଭୟଙ୍କର ସ୍ଥିତି: ବଢ଼ିଲା ସୁନା ଦର, ଖସିଲା ଶେୟାର ମାର୍କେଟ, ରେକର୍ଡ କଲା ତେଲ ଦର

କିଭ୍‌: ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର ଉପରେ ରୁଷର ହମଲା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଛି। ସ୍ଥିତିକୁ ଦେଖି ଆମେରିକାର ଫେଡେରାଲ ରିଜର୍ଭ ମଧ୍ୟ ଚଳିତ ମାସରୁ ସୁଧ ହାର ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରିଛି। ଆଜି ଭାରତୀୟ ଶେୟାର ବଜାର ରେକର୍ଡ ସ୍ତରକୁ ଖସିଛି। ସେନସେକ୍ସ ୪୫୦ ପଏଣ୍ଟ ହ୍ରାସ ପାଇ ୫୪୬୫୩ରେ ପହଞ୍ଚିଛି। ସେହିପରି […]

ଯୁଦ୍ଧର ଭୟଙ୍କର ସ୍ଥିତି: ବଢ଼ିଲା ସୁନା ଦର, ଖସିଲା ଶେୟାର ମାର୍କେଟ, ରେକର୍ଡ କଲା ତେଲ ଦର

Gold

Advertisment

କିଭ୍‌: ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର ଉପରେ ରୁଷର ହମଲା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଛି। ସ୍ଥିତିକୁ ଦେଖି ଆମେରିକାର ଫେଡେରାଲ ରିଜର୍ଭ ମଧ୍ୟ ଚଳିତ ମାସରୁ ସୁଧ ହାର ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରିଛି।

Advertisment

ଆଜି ଭାରତୀୟ ଶେୟାର ବଜାର ରେକର୍ଡ ସ୍ତରକୁ ଖସିଛି। ସେନସେକ୍ସ ୪୫୦ ପଏଣ୍ଟ ହ୍ରାସ ପାଇ ୫୪୬୫୩ରେ ପହଞ୍ଚିଛି। ସେହିପରି ନିଫ୍ଟି ୧୫୯ ପଏଣ୍ଟ ହ୍ରାସ ପାଇ ୧୬୩୩୯ରେ ରହିଛି। ସମୟ ବିତିବା ସହ ଉଭୟ ସେନସେକ୍ସ ଓ ନିଫ୍ଟ ମଧ୍ୟ ହ୍ରାସ ପାଉଛି।

ରୁଷର ଆକ୍ରମଣ ଯୋଗୁ ସୁନା ଓ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦର ବୃଦ୍ଧି ଯୋଗୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୪ ମାସର ରେକର୍ଡ ଭାଙ୍ଗିଛି। ଏମସିଏକ୍ସରେ ଆଜି ଏପ୍ରିଲ ମାସରେ ଡେଲିଭରୀ ହେବାକୁ ଥିବା ସୁନାର ଦାମ ୨୪୧ ଟଙ୍କା ବଢ଼ି ୫୨,୦୧୧ ଟଙ୍କା ହୋଇଛି। ସେହିପରି ଜୁନରେ ଡେଲିଭରୀ ହେବାକୁ ଥିବା ସୁନାର ଦାମ ୨୬୮ ଟଙ୍କା ବଢ଼ି ୫୨,୨୧୭ ଟଙ୍କାରେ ଟ୍ରେଣ୍ଡ କରୁଛି।

Advertisment

ମେ’ ମାସରେ ଡେଲିଭରୀ ହେବାକୁ ଥିବା ରୁପା ଦରରେ ୩୧୬ ଟଙ୍କା ଓ ଜୁଲାଇ ମାସରେ ଡେଲିଭରୀ ହେବାକୁ ଥିବା ରୁପାର ଦର ଦାମ ୧୮୦ ବଢ଼ିଛି। ଆଜି କାରବାର ଆରମ୍ଭରୁ ଏପରି ସ୍ଥିତି ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୯୪୨ ଡଲାର ଓ ରୂପାର ଦାମ ୨୫.୨୬ ଡଲାର ରହିଛି। ଆଗକୁ ସୁନା ଓ ରୁପା ଆହୁରି ମହଙ୍ଗା ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ୟୁକ୍ରେନ ସଙ୍କଟର ସବୁଠାରୁ ବଡ଼ ପ୍ରଭାବ ଅଶୋଧିତ ତୈଳ ଉପରେ ପଡ଼ିଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୧୨ ଡଲାରରେ ପହଞ୍ଚି। ଆଗକୁ ଏହାର ଦାମ ୧୮୫ ଡଲାର ଯାଏ ବଢ଼ିପାରେ। ଏପରି ହେଲେ ପେଟ୍ରୋଲ ଠାରୁ ଆରମ୍ଭ କରି ବିଭିନ୍ନ ତୈଳ ଓ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe