Advertisment

ଭୁଶୁଡ଼ିଲା ଷ୍ଟକ ମାର୍କେଟ, ନିଫଟି ୧୭ ହଜାର ତଳକୁ ଖସିଲା

ମୁମ୍ବାଇ: ପୁଣିଥରେ ଷ୍ଟକ ମାର୍କେଟରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଜି ବମ୍ବେ ଷ୍ଟକ୍ ଏକ୍ସଚେଂଜ ସୂଚକାଙ୍କ ଏକ ହଜାର ପଏଣ୍ଟ ହ୍ରାସ ପାଇଛି। ସେହିପରି ନିଫଟି ସୂଚକାଙ୍କ ମଧ୍ୟ ୧୭ ହଜାର ତଳକୁ ଚାଲି ଆସିଛି। ଗତ କିଛି ଦିନ ଧରି ମାର୍କେଟରେ ମାନ୍ଦାବସ୍ଥା  ନିବେଶକଙ୍କ ଚିନ୍ତା ବଢ଼ାଇଛି। ଏପରି ମାନ୍ଦା ଅବସ୍ଥା ବିଶ୍ୱର ବିଭିନ୍ନ ଦେଶ ସହ ଏସିଆର ଷ୍ଟକ ମାର୍କେଟକୁ ମଧ୍ୟ ପ୍ରଭାବିତ କରିଛି। ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ୧୦୧୧ […]

ଅଦ୍ୟତନ ହୋଇଛି
ଭୁଶୁଡ଼ିଲା ଷ୍ଟକ ମାର୍କେଟ, ନିଫଟି ୧୭ ହଜାର ତଳକୁ ଖସିଲା

Nifty

Advertisment

ମୁମ୍ବାଇ: ପୁଣିଥରେ ଷ୍ଟକ ମାର୍କେଟରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଜି ବମ୍ବେ ଷ୍ଟକ୍ ଏକ୍ସଚେଂଜ ସୂଚକାଙ୍କ ଏକ ହଜାର ପଏଣ୍ଟ ହ୍ରାସ ପାଇଛି। ସେହିପରି ନିଫଟି ସୂଚକାଙ୍କ ମଧ୍ୟ ୧୭ ହଜାର ତଳକୁ ଚାଲି ଆସିଛି। ଗତ କିଛି ଦିନ ଧରି ମାର୍କେଟରେ ମାନ୍ଦାବସ୍ଥା  ନିବେଶକଙ୍କ ଚିନ୍ତା ବଢ଼ାଇଛି।

Advertisment

ଏପରି ମାନ୍ଦା ଅବସ୍ଥା ବିଶ୍ୱର ବିଭିନ୍ନ ଦେଶ ସହ ଏସିଆର ଷ୍ଟକ ମାର୍କେଟକୁ ମଧ୍ୟ ପ୍ରଭାବିତ କରିଛି। ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ୧୦୧୧ ପଏଣ୍ଟ ଖସି ୫୬ ହଜାର ୮୪୭ ପଏଣ୍ଟରେ ପହଞ୍ଚିଛି। ନିଫଟି ସୂଚକାଙ୍କ ମଧ୍ୟ ୧୮୦ ପଏଣ୍ଟ ଖସି ୧୬ ହଜାର ୯୯୮ ପଏଣ୍ଟରେ ରହିଛି। ଷ୍ଟକ ମାର୍କେଟର ପଏଣ୍ଟ ନିୟମିତ ହ୍ରାସ ପାଇବାରୁ ଅନେକ ନିବେଶକ ଦୀର୍ଘ ଗୋଟିଏ ସପ୍ତାହ ହେଲାଣି କ୍ଷତି ସହିବାରେ ଲାଗିଛନ୍ତି।

ଆସନ୍ତା ମାର୍ଚ୍ଚ ମାସରୁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ସେହିପରି ରୁଷ ଓ ୟୁକ୍ରକ୍ରେନ ମଧ୍ୟରେ ତିକ୍ତତା ବଢ଼ୁଛି। ଏହି ସବୁ ଘଟଣାର ପ୍ରଭାବ  ଭାରତୀୟ ଷ୍ଟକ୍ ମାର୍କେଟରେ ଉପରେ ମଧ୍ୟ ପଡ଼ିଛି। ଖାସ ଏହି କାରଣରୁ ଷ୍ଟକ ମାର୍କେଟ ହ୍ରାସ ପାଇବାରେ ଲାଗିଛି।

Advertisment

ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ଶେୟାର ସେନ୍ସେକ୍ସ ୯୯୦ ପଏଣ୍ଟ ହ୍ରାସ ପାଇ ୫୬,୮୬୮ରେ ଖୋଲିଥିଲା। କିଛି ସମୟ ମଧ୍ୟରେ ଏହା ୧୦୧୧ ପଏଣ୍ଟ ଖସି ୫୬,୮୪୭ ଛୁଇଁଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE)ର ନିଫଟି ସୂଚକାଙ୍କ ୨୯୧ ପଏଣ୍ଟ ହ୍ରାସ ସହ ୧୬,୯୮୬ରେ କାରବାର ଆରମ୍ଭ କରିଥିଲା। ବର୍ତ୍ତମାନ ସେନ୍ସେକ୍ସ ୧୧୫୪ ପଏଣ୍ଟ ହ୍ରାସରେ ଚାଲିଛି। ନିଫଟି ମଧ୍ୟ ୩୧୯ ପଏଣ୍ଟ କମିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe