Advertisment

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଭଳି କେନ୍ଦ୍ର ସରକାର ଉପର ମୁହାଁ ହୋଇଥିବା ରୋଷେଇ ଗ୍ୟାସ୍‌ର ଦାମ ମଧ୍ୟ ହ୍ରାସ କରିବାକୁ ଉଦ୍ୟମ କରିଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବସିଡି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି। ତେବେ ସାଧାରଣ ବର୍ଗରେ ଥିବା ଲୋକଙ୍କୁ ଗ୍ୟାସ୍‌ ଉପରେ କୌଣସି ପ୍ରକାରର […]

author-image
Hemant Lenka
ଅଦ୍ୟତନ ହୋଇଛି
ମାସ ଆରମ୍ଭରୁ ମହଙ୍ଗା ମାଡ଼, ସିଲିଣ୍ଡର ପିଛା ବଢ଼ିଲା ୨୬୫ ଟଙ୍କା

Gas cylender

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଭଳି କେନ୍ଦ୍ର ସରକାର ଉପର ମୁହାଁ ହୋଇଥିବା ରୋଷେଇ ଗ୍ୟାସ୍‌ର ଦାମ ମଧ୍ୟ ହ୍ରାସ କରିବାକୁ ଉଦ୍ୟମ କରିଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବସିଡି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି। ତେବେ ସାଧାରଣ ବର୍ଗରେ ଥିବା ଲୋକଙ୍କୁ ଗ୍ୟାସ୍‌ ଉପରେ କୌଣସି ପ୍ରକାରର ରିହାତି ମିଳିନି। ସେମାନେ ପୂର୍ବ ଭଳି ୧୦୦୦ରୁ ଅଧିକ ଦାମରେ ଗ୍ୟାସ୍‌ ସିଲିଣ୍ଡର କିଣିବେ।

Advertisment

ଅର୍ଥମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ ଆମେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି ଦେବୁ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ଥିବା ଦେଶର ୯ କୋଟି ହିତାଧିକାରୀ ୧୨ଟି ସିଲିଣ୍ଡର ଉପରେ ଏହି ସବସିଡି ପାଇବେ। ଏହା ଆମ ମା’ ଓ ଭଉଣୀଙ୍କୁ ଆଶ୍ୱସ୍ତି ଦେବ। ଏହି ନୂଆ ସବସିଡି ଯୋଗୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୬,୧୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ। ଏଥିସହ ଆମେ ବିଭିନ୍ନ ଦେଶରୁ ଆସୁଥିବା କଞ୍ଚା ମାଲ ଉପରୁ ମଧ୍ୟ ସୀମା ଶୁଳ୍କ ହ୍ରାସ କରାଯିବ। ଏହାଦ୍ୱାରା ଗୋଟିଏ ଜିନିଷର ଚୂଡ଼ାନ୍ତ ମୂଲ୍ୟ ହ୍ରାସ ପାଇବ।”

Advertisment


ଲୁହା ଓ ଷ୍ଟିଲର ଦାମ ହ୍ରାସ କରିବାକୁ ମଧ୍ୟ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଆମଦାନୀ ହେଉଥିବା କଞ୍ଚା ଲୁହା ଓ ଷ୍ଟିଲ ସାମଗ୍ରୀ ଉପରକୁ ସରକାର ସୀମା ଶୁଳ୍କ ହ୍ରାସ କରିବେ। ସେହିପରି ଆମଦାନୀ ଶୁଳ୍କ ମଧ୍ୟ କିଛି ଷ୍ଟିଲ ସାମଗ୍ରୀ ଉପରୁ କମାଇ ଦିଆଯିବ। ସିମେଣ୍ଟ ଦର ହ୍ରାସ କରିବା ପାଇଁ ମଧ୍ୟ ଉତ୍ତର ଲଜିଷ୍ଟିକର ବ୍ୟବସ୍ଥା କରାଯାଉଛି। ଏନେଇ ଆବଶ୍ୟକ ବିଜ୍ଞପ୍ତି ଆସନ୍ତା ୧ ଘଣ୍ଟା ମଧ୍ୟରେ ଭାରତ ସରକାର ଜାରି କରିବେ।